ବିବାହ ପରେ ପଦାରେ ପଡ଼ିଲା ନବବଧୂର ପ୍ରକୃତ ପରିଚୟ
ଫେସବୁକରୁ ପ୍ରେମ, ଆଉ ପ୍ରେମପରେ ବିବାହ । ହିନ୍ଦୁ ରୀତିନୀତି ଅନୁସାରେ ବିବାହ ପରେ ଘରେ ପ୍ରବେଶ କଲେ ନବ ଦମ୍ପତ୍ତି । ଯେଉଁ ପ୍ରେମିକାକୁ ନେଇ ସୁଖର ସଂସାର ଗଢ଼ିବା ପାଇଁ ପ୍ରେମିକ ସ୍ୱପ୍ନ ଦେଖିଥିଲେ, ତାହା ନିମିଷକ ମଧ୍ୟରେ ଭାଙ୍ଗି ଚୂରମାର ହୋଇଗଲା ।
ଭଦ୍ରକ: ଫେସବୁକରୁ ପ୍ରେମ, ଆଉ ପ୍ରେମପରେ ବିବାହ । ହିନ୍ଦୁ ରୀତିନୀତି ଅନୁସାରେ ବିବାହ ପରେ ଘରେ ପ୍ରବେଶ କଲେ ନବ ଦମ୍ପତ୍ତି । ଯେଉଁ ପ୍ରେମିକାକୁ ନେଇ ସୁଖର ସଂସାର ଗଢ଼ିବା ପାଇଁ ପ୍ରେମିକ ସ୍ୱପ୍ନ ଦେଖିଥିଲେ, ତାହା ନିମିଷକ ମଧ୍ୟରେ ଭାଙ୍ଗି ଚୂରମାର ହୋଇଗଲା । କାରଣ ପତ୍ନୀ ବନିଥିବା ପ୍ରେମିକା ନାରୀ ନୁହେଁ ଥିଲେ ପୁରୁଷ । ଏପରି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ କଶିଆ ଅଞ୍ଚଳରେ ।

ପତ୍ନୀ ବନିଥିବା ବ୍ୟକ୍ତି ଜଣକ ନାମ ବଦଳାଇ ମେଘନା ନାମରେ ଆଲୋକଙ୍କ ସହ ସଂପର୍କ ରଖିଥିଲେ । ଆଉ ଏହି ନାଁରେ ବିବାହ ବି କରିଥିଲେ । ବିବାହ ଉତ୍ସବରେ ସୁଜାତା ନାମୀ ଜଣେ ମହିଳା ମଧ୍ୟ ନିମନ୍ତ୍ରିତ ହୋଇଥିଲେ । ସେ ମେଘନାଙ୍କୁ ଚିହ୍ନି ପାରିବା ପରେ ମେଘନା ଜଣେ ପୁରୁଷ ବୋଲି କହିଥିଲେ । ଏହାପରେ ଉଲଗ୍ନ କରି ମେଘନାଦକୁ ଉପରେ ପ୍ରଚୁର ମାଡ ମାରିଥିଲେ।
ଏହା ପ୍ରଥମ ଥର ନୁହେଁ ଏବଂ ମେଘନାଦ ପୂର୍ବରୁ ଅନେକ ଯୁବକଙ୍କୁ ସମାନ ଢଙ୍ଗରେ ପ୍ରତାରଣା କରିଥିଲେ । ଏହାପରେ ସେ ସେମିତି ଖୁଲମ ଖୁଲା ବୁଲୁଛନ୍ତି । ଘଟଣା ପଦାରେ ପଡିବା ପରେ ଯୁବକଙ୍କୁ ଉଦ୍ଧାର କରି ତାଙ୍କ ଘରକୁ ପଠାଯାଇଛି ।












Click it and Unblock the Notifications