ପାଣି ଟାଙ୍କି ଉପରେ ଚଢି ପ୍ରେମିକର ପ୍ରେମ ନିବେଦନ; କହିଲା, ଫୋନ ନ ଉଠାଇଲେ କରିବି ଆତ୍ମହତ୍ୟା
ବଲାଙ୍ଗିର: ଫିଲ୍ମ ଷ୍ଟାଇଲରେ ପ୍ରେମିକର ପ୍ରେମ ନିବେଦନ । ଓଭର ହେଡ ପାଣି ଟାଙ୍କି ଉପରକୁ ଚଢ଼ି ଜଣେ ଯୁବକ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି । ପ୍ରେମ ସ୍ୱୀକାର ନ କଲେ ଆତ୍ମହତ୍ୟା କରିବାକୁ ଧମକ ଦେଇଛନ୍ତି ପ୍ରେମିକ ।
ଏନେଇ ପ୍ରେମିକ ଜଣଙ୍କ ତାଙ୍କ ପ୍ରେମିକାଙ୍କ ପାଖକୁ ଭିଡିଓ କଲ କରିଥିବା ବେଳେ ପ୍ରେମିକା କିନ୍ତୁ କଲ ଉଠାଇ ନାହାନ୍ତି । ଯେଉଁଥି ପାଇଁ ହତାସିଆ ପ୍ରେମିକ ପ୍ରବରଙ୍କ ଆତ୍ମହତ୍ୟାର ଫିଲ୍ମ ଫ୍ଲପ୍ ହୋଇ ଯାଇଛି । ବଲାଙ୍ଗିର ଜିଲ୍ଲା ଦେଓଗାଁରେ ପ୍ରେମିକର ଏଭଳି ନାଟକ ଦେଖିବାକୁ ମିଳିଛି ।

ମିଳିଥିବା ସୂଚନାନୁସାରେ, କୁଠୁର୍ଲା ଗାଁର ଯୁବକ ପିଣ୍ଟୁ ହରପାଳ ବଲାଙ୍ଗିର ସହରର ଜଣେ ଝିଅକୁ ଭଲ ପାଉଥିଲେ। କୌଣସି କାରଣକୁ ନେଇ ନିଜ ପ୍ରେମିକା ସହିତ ଫୋନରେ କଥା ହେବ ସମୟରେ ବଚସା ହୋଇଥିଲା। ସେଥିପାଇଁ ପିଣ୍ଟୁଙ୍କ ସହିତ ତାଙ୍କ ପ୍ରେମିକା କଥା ହେଉ ନଥିଲେ । ତାଙ୍କ ଫୋନ୍ ଉଠାଉ ନଥିଲେ । ତାଙ୍କ ଗାଁକୁ ଗଲେ ମଧ୍ୟ ଦେଖାଦେଉ ନଥିଲେ ।
ପ୍ରେମିକାଙ୍କ ଏପରି ବ୍ୟବହାରରେ ଅତିଷ୍ଠ ହୋଇଥିଲେ ପ୍ରେମିକ ପ୍ରବର ପିଣ୍ଟୁ। ସେଥିପାଇଁ ଆଜି ସକାଳ ପ୍ରାୟ ୧୦ଟା ବେଳେ ସେ ନିଜ ଗାଁରେ ଥିବା ପାଣି ଟାଙ୍କି ଉପରକୁ ଚଢ଼ି ଯାଇଥିଲେ। ସାଥୀରେ କିଛି ଟେବ୍ଲେଟ୍ ନେଇଥିଲା। ପାଣି ଟାଙ୍କି ଉପରକୁ ଚଢ଼ି ପିଣ୍ଟୁ ପ୍ରଥମେ ନିଜ ପ୍ରେମିକାଙ୍କ ପାଖକୁ ଭିଡିଓ କଲ୍ କରିଥିଲେ। ପ୍ରେମିକାଙ୍କ ଆଗରେ ମରିବାକୁ ଚାହୁଁଥିଲେ। ହେଲେ ପ୍ରେମିକା ଫୋନ୍ ରିସିଭ୍ କରି ନଥିଲେ।
ପରେ ଯୁବକ ଜଣକ ପାଣି ଟାଙ୍କି କଭର ଖୋଲି ଭିତରକୁ ପଶି ଲକ୍ କରି ଦେଇଥିଲେ । ଦୁଇ ଘଣ୍ଟା ଧରି ପାଣି ଟାଙ୍କି ଭିତରେ ରହିବା ପରେ ତାଙ୍କୁ ଶ୍ବାସରୁଦ୍ଧ ଅବସ୍ଥାରେ ଦେଓଗାଁ ଅଗ୍ନିଶମ ବାହିନୀ ଉଦ୍ଧାର କରିଥିଲା । ପରେ ତାଙ୍କୁ ଦେଓଗାଁ ସରକାରୀ ହସ୍ପିଟାଲକୁ ନିଆଯାଇଛି । ଘଟଣା ସ୍ଥଳରେ ଦେଓଗାଁ ଥାନା ପୋଲିସ ପହଞ୍ଚି ତଦନ୍ତ କରୁଛି । ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି ।












Click it and Unblock the Notifications