'ଓଡିଶା ଯାତ୍ରୀ' ସହ ମିଶିବ 'ଆମ ବସ୍‌' ଆପ୍;: ସହଜ ହେବ ଟିକେଟ ବୁକିଂ

ଜଣେ ପର୍ଯ୍ୟଟକ ଖାଲି ଅଟୋ କି କାର ନୁହେଁ, ଆମ ବସ୍ ପାଇଁ ଟିକେଟ୍ କାଟି ପାରିବ । ଏହି ଲକ୍ଷ୍ୟରେ 'ଓଡିଶା ଯାତ୍ରୀ' ଆପ୍ ସହ ମିଶିବାକୁ ଯାଉଛି ଆମ ବସ୍ ଆପ୍ ଓ ଓଟିଡିସି ପର୍ଯ୍ୟଟନ ଟିକେଟିଂ ପ୍ଲାଟଫର୍ମ । ଏମିତିକି ଓଟିଡିସି ତରଫରୁ ବିଭିନ୍ନ ପର୍ଯ୍ୟଟନସ୍ଥଳୀରେ ଥିବା ବୋଟିଂ ପାଇଁ ମଧ୍ୟ ଟିକେଟ୍ କରିହେବ ।

ଗୃହନିର୍ମାଣ ଓ ନଗର ଉନ୍ନୟନ ବିଭାଗର ପ୍ରମୁଖ ସଚିବ ଉଷା ପାଢ଼ୀଙ୍କ ଅଧ୍ୟକ୍ଷତାରେ "ଓଡ଼ିଶା ଯାତ୍ରୀ'କୁ ନେଇ ଶୁକ୍ରବାର ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ନିଷ୍ପତ୍ତି ନିଆଯାଇଛି ଯେ ଓଡିଶା ଯାତ୍ରୀ ପାଇଁ ସୁପର ଆପ୍ ବନାଯିବ । ଲୋକମାନେ ଉକ୍ତ ଆପ୍ ଜରିଆରେ ଆମ ବସ ସହ ବୋଟିଂ ପାଇଁ ଟିକେଟ୍ କାଟିପାରିବେ । ଯାତ୍ରୀଟିଏ ତା'ର ରାଇଡ଼୍ ବୁକ୍ କରିବା ପାଇଁ ସ୍ଥାନୀୟ ବସ୍ ଏବଂ ପର୍ଯ୍ୟଟକମାନେ ସ୍ଥାନୀୟ ପର୍ଯ୍ୟଟନ ସ୍ଥାନ ପରିଦର୍ଶନ କରିବାର ସୁଯୋଗ ନେବେ । ଏହି ରାଇଡ୍ ସେବା ଆପ୍ ଆଗାମୀ ଦିନରେ ରାଜ୍ୟବ୍ୟାପୀ କାର୍ଯ୍ୟକ୍ଷମ ହେବ ।

Odisha Yatri to be integrated with Aam Bus app Ticket booking will be easy

ସେହିପରି ଡ଼ିଜିଟାଲ୍ ମାଧ୍ୟମରୁ ବଞ୍ଚିତ ରହୁଥିବା ଗ୍ରାହକଙ୍କ ପାଇଁ ଜନଗହଳି ସ୍ଥାନରେ ଓଡ଼ିଶା ଯାତ୍ରୀ ଟିକେଟ୍ ବୁକିଂ କିଓସ୍କ ବା ବୁଥ୍ ତିଆରି ହେଉଛି । ଭୁବନେଶ୍ୱର ବିମାନବନ୍ଦରରେ ଏକ ବୁଥ୍ ଥିବା ବେଳେ ରେଳଷ୍ଟେସନ, ବରମୁଣ୍ଡା ଓ କଟକ ବସ୍ଷ୍ଟାଣ୍ଡରେ ବୁଥ୍ ନିର୍ମାଣ ଚାଲିଛି । ସାଧାରଣ ଯାତ୍ରୀଟିଏ ମଧ୍ୟ ବୁଥ୍ ମାଧ୍ୟମରେ ରାଇଡ଼୍ ବୁକିଂ କରିପାରିବେ । ଏହି ଆପ୍ର ପ୍ରମୁଖ ଆକର୍ଷଣ ହେଉଛି ଏକ ଶୂନ କମିଶନକୁ ପ୍ରାଧାନ୍ୟ ଦେବା ସହିତ ଉଭୟ କ୍ୟାବ୍ ଏବଂ ଅଟୋ ଡ୍ରାଇଭରଙ୍କ ରୋଜଗାରକୁ ସଶକ୍ତ କରୁଛି । ଏହାକୁ ଡ଼ିଜିଟାଲ୍ ଭାବରେ ସଶକ୍ତ, ଆର୍ଥିକ ଅନ୍ତର୍ଭୁକ୍ତିକରଣ ଏବଂ ପରିବେଶକୁ ମଧ୍ୟ ଧ୍ୟାନ ଦିଆଯାଉଛି । ସମୀକ୍ଷା ବୈଠକରେ ପରିବହନ କମିଶନର ଅମିତାଭ ଠାକୁର, ବିଏମ୍ସି କମିଶନର ରାଜେଶ ପ୍ରଭାକର ପାଟିଲ୍ ଓ ପରିବହନ ଯୁଗ୍ମ ନିର୍ଦ୍ଦେଶକ ତପନ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+