କୁଟ୍ ପକ୍ଷରୁ ଇ. ବସ୍ ଏବଂ ଏଟିଭିଏସ୍ ଶୁଭାରମ୍ଭ: ସୁଦୃଢ଼ ହେବ ଓଡ଼ିଶା ଜନପରିବହନ
ଭୁବନେଶ୍ୱର: ୩୦/୧୦: କ୍ୟାପିଟାଲ ରିଜିୟନ ଅର୍ବାନ ଟ୍ରାନ୍ସପୋର୍ଟ (କ୍ରୁଟ୍) ପକ୍ଷରୁ ନୂତନ ୧୨ଟି ଇ. ବସ୍ ସେବାର ଶୁଭାରମ୍ଭ କରାଯାଇଛି। ମାଷ୍ଟରକ୍ୟାଣ୍ଟିନ୍ରୁ ଖୋର୍ଦ୍ଧା ନୁଆ ବସ୍ଷ୍ଟାଣ୍ଡ ଭାୟା ୱାଣ୍ଡର୍ଲା ୱାଟର୍ ପାର୍କ ଓ ଭୁବନେଶ୍ଵର ବିମାନବନ୍ଦରରୁ ପଥରଗାଡ଼ିଆ ଏବଂ କିସ୍ ମହାବିଦ୍ୟାଳୟ ଭାୟା ମାଷ୍ଟରକ୍ୟାଣ୍ଟିନ୍ ଭଳି ୨ଟି ନୂଆ ରୁଟ୍ ୬୫ ଏବଂ ୬୬ ନମ୍ବର ଆରମ୍ଭ ହୋଇଛି । ସହରାଞ୍ଚଳ ପରିବହନ ଯାତାୟତର ନେଟୱାର୍କକୁ ବୃଦ୍ଧି କରି କ୍ରୁଟ୍ ୪୭୫ ମୋ ବସ୍ ୯୭ଟି ରୁଟ୍ରେ ଯାତାୟତ ସେବା ପ୍ରଦାନ କରୁଛି । ସେଥିମଧ୍ୟରୁ ୯୫ଟି ଇ. ବସ୍ ଚଳାଚଳ କରୁଛି।
କ୍ରୁଟ୍ ସର୍ବଦା ନୁଆ ଟେକ୍ନୋଲୋଜିକୁ ଗ୍ରହଣ କରି ଯାତ୍ରୀମାନଙ୍କୁ ଏକ ସୁରକ୍ଷିତ, ସୁଗମ ଓ ସୁଲଭ ଯାତ୍ରାର ଅନୁଭୂତି ଦେଇଆସୁଛି । ଆଜି ବିଏସ୍ଏବିଟି, ପୁରୀ ବଣ୍ଡ ଏବଂ ମାଷ୍ଟରକ୍ୟାଣ୍ଟିନ୍ ଠାରେ ସ୍ୱୟଂଚାଳିତ ଟିକେଟ୍ ଭେଣ୍ଡିଂ ମେସିନ୍ (ଏଟିଭିଏମ୍) ସେବା ଆରମ୍ଭ ହୋଇଛି । ଗୃହ ନିର୍ମାଣ ଓ ନଗର ଉନ୍ନୟନ ଏବଂ ସାଧାରଣ ଉଦ୍ୟୋଗ ବିଭାଗର ମାନ୍ୟବର ମନ୍ତ୍ରୀ ଡ଼କ୍ଟର କୃଷ୍ଣ ଚନ୍ଦ୍ର ମହାପାତ୍ର ଆଜିର ଶୁଭାରମ୍ଭ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଉପସ୍ଥିତ ରହି ବାବା ସାହେବ ଭିମ୍ରାଓ ଆମ୍ବେଦକର ବସ୍ଷ୍ଟାଣ୍ଡ (ବିଏସ୍ଏବିଟି)ଠାରେ ୧୨ଟି ନୂତନ ଇ. ବସ୍ ଏବଂ ସ୍ଵୟଂଚାଳିତ ଟିକେଟ୍ ଭେଣ୍ଡିଂ ମେସିନ୍ (ଏଟିଭିଏମ୍) ସେବାର ଶୁଭାରମ୍ଭ କରିଛନ୍ତି |
ଏହି ଅବସରରେ ସେ କହିଛନ୍ତି ଯେ, " ଯାତ୍ରୀମାନଙ୍କ ପାଇଁ ନିରାପତ୍ତା ଓ ଜନପରିବହନର ଆବଶ୍ୟକତାକୁ ପ୍ରାଥମିକତା ଦିଆଯାଇ ଇ. ବସ୍ ଏବଂ ଏଟିଭିଏମ୍ ସେବାର ଆରମ୍ଭ କରାଯାଇଛି । ଏହା ସାଧାରଣ ଯାତ୍ରୀଙ୍କୁ ଏକ ଶ୍ରେଷ୍ଠ ଯାତ୍ରା ଅନୁଭୂତି ପ୍ରଦାନ କରିବ । ବିକଶିତ ଓଡ଼ିଶା ଦର୍ଶନ ଅଧ୍ଵନରେ ଏକ ସ୍ଥାୟୀ ବିକାଶ ଦିଗରେ ସାମୂହିକ ପ୍ରତିବଦ୍ଧତାର ପ୍ରତୀକ ସ୍ଵରୂପ। ସ୍ଵୟଂଚାଳିତ ଟିକେଟ୍ ଭେଣ୍ଡିଂ ମେସିନ୍ଗୁଡିକ ଦ୍ଵାରା ସାଧାରଣ ଯାତ୍ରୀଟିଏ ଯାତ୍ରା କରିବା ପୂର୍ବରୁ ନିଜେ ଟିକେଟ୍ କାଟି ବସ୍ରେ ଯାତ୍ରା କରିପାରିବ। ଏଥିରେ ସମସ୍ତ ରୁଗୁଡ଼ିକର ବିସ୍ତୃତ ମାର୍ଗ ସୂଚନା ପ୍ରଦାନ ପାଇଁ ଉନ୍ନତ ଜ୍ଞାନକୌଶଳ ପଦ୍ଧତିକୁ ବ୍ୟବହାର କରାଯାଇଛି । ଟିକେଟ୍ କରିବା ପାଇଁ ନଗଦ ଟଙ୍କା ଆକାରରେ ନୋଟ୍ ଏବଂ ମୁଦ୍ରା ସହିତ ୟୁପିଆଇ ପେମେଣ୍ଟର ସୁବିଧା ରହିଛି। ଏହି ସେବା କେବଳ ଟିକେଟ୍ ପ୍ରକ୍ରିୟାକୁ ସରଳ କରିବ ତାହା ନୁହେଁ, ବରଂ ଯାତ୍ରୀ ସଂଖ୍ୟା ଏବଂ ରାଜସ୍ଵର ବୃଦ୍ଧି ଉପରେ ପ୍ରଭାବ ପକେଇବାକୁ ସକ୍ଷମ ହେବ ବୋଲି ଆଶା କରାଯାଉଛି।"
ଓଡ଼ିଶା ସରକାର କୁଟ୍ ସହିତ ମିଳିତ ଭାବେ ସହରାଞ୍ଚଳ ପରିବହନ ଅଭିଜ୍ଞତାକୁ ଉନ୍ନତ କରିବା ପାଇଁ ଆଉ ଏକ ଗୁରୁତ୍ଵପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିଛନ୍ତି। ଡକ୍ଟର ମହାପାତ୍ର ତାଙ୍କ ଗସ୍ତ ସମୟରେ 'ଓଡ଼ିଶା ଯାତ୍ରୀ' ଆପ୍ର ଲୋଗୋ ଉନ୍ମୋଚନ କରିବା ସହିତ କିଓସ୍କର ଉଦ୍ଘାଟନ କରିଛନ୍ତି । ଏହି ଆପ୍ ଏକ ଶୂନ କମିଶନକୁ ପ୍ରାଧାନ୍ୟ ଦେବା ସହିତ କୁଟ୍ ହେଉଛି ରାଜ୍ୟର ପ୍ରଥମ ସରକାରୀ ସଂସ୍ଥା ଯିଏକି ଆଗ୍ରିଗେଟର୍ ଲାଇସେନ୍ସ ପ୍ରାପ୍ତ କରିପାରିଛି ।

ଡ୍ରାଇଭରଙ୍କୁ ସଶକ୍ତ କରିବ। ଡ୍ରାଇଭର୍ମାନେ ଓପେନ୍ ନେଟ୍ୱର୍କ ଓ ଡ୍ରାଇଭରଙ୍କ ଡିଜିଟାଲ ବାଣିଜ୍ୟ ପ୍ରତିଷ୍ଠାରେ ଯାତ୍ରୀ'ର ଅନ୍ୟ ଏକ କମ୍ପାନୀ 'ମୁଭିଙ୍ଗ୍ ଟେକ୍'












Click it and Unblock the Notifications