Get Updates
Get notified of breaking news, exclusive insights, and must-see stories!

ସାଘାଂତିକ ତ୍ରୁଟି: ୬୯ ପିଲାଙ୍କ ସାର୍ଟିଫିକେଟରେ ଜଣେ ଅଜଣା ଛାତ୍ରଙ୍କ ଫଟୋ

କଟକ: ୬୯ ପିଲାଙ୍କ ସାର୍ଟିଫିକେଟରେ ଗୋଟିଏ ଫଟୋ । ଦଶମ ବୋର୍ଡ ସର୍ଟିଫିକେଟରେ କିଛି ଏଭଳି ସାଘାଂତିକ ତ୍ରୁଟି ସାମ୍ନାକୁ ଆସିଛି । କଟକ ନିଶ୍ଚନ୍ତକୋଇଲି ଅଶୁରେଶ୍ୱର 5T ହାଇସ୍କୁଲର ଦଶମ ପିଲାଙ୍କ ବୋର୍ଡ ସାର୍ଟିଫିକେଟରେ ଲାଗିଛି ଜଣେ ଅଜଣା ଛାତ୍ରର ଫଟୋ । ଯାହାକୁ ନେଇ ଏବେ ପିଲାଏ ଓ ଅଭିଭାବକ ଦ୍ୱନ୍ଦ୍ୱରେ ପଡ଼ିଛନ୍ତି ।

 Matric Certificate

ସେପଟେ ଏଥିଯୋଗୁଁ ସେମାନଙ୍କୁ ଯୁକ୍ତ ୨ରେ ଆଡମିଶନ ବେଳେ ସମସ୍ୟା ଦେଖା ଦେଇଛି । ତ୍ରୁଟିପୂର୍ଣ୍ଣ ସାର୍ଟିଫିକେଟକୁ ଗ୍ରହଣ କରାଯାଉ ନଥିବା ଯୋଗୁଁ କିଛି ଛାତ୍ରଛାତ୍ରୀ ଆଡମିଶନ କରାଇ ପାରୁ ନଥିବା ଅଭିଯୋଗ ହୋଇଛି ।

ତେବେ ଏହି ସମସ୍ୟା ଏବେକାର ନୁହେଁ । ଆଡମିଟ୍ କାର୍ଡ ମିଳିବା ବେଳେ ଏଭଳି ଭୁଲ ଥିଲା, ପିଲାଏ ଏହାକୁ ସୁଧାରିବାକୁ କହିଥିଲେ । ତଥାପି ବୋର୍ଡ ସାର୍ଟିଫିକେଟ୍ ମିଳିବା ପରେ ଏହାକୁ କାହିଁକି ଠିକ୍ କରା ଗଲାନି ତାକୁ ନେଇ ପ୍ରଶ୍ନ ଉଠିଛି ।

ଅପରପକ୍ଷେ, ଘଟଣାକୁ ସାମାନ୍ୟ ତ୍ରୁଟି କହିଛନ୍ତି ମାଧ୍ୟମିକ ଶିକ୍ଷା ପରିଷଦ ଉପସଭାପତି ନିହାର ରଞ୍ଜନ ମହାନ୍ତି । ଏହାକୁ ସୁଧାରିବାକୁ ପଦକ୍ଷେପ ନିଆ ଯିବ ଓ ଆଡମିଶନରେ କୌଣସି ସମସ୍ୟା ହେବନି ବୋଲି ସେ କହିଛନ୍ତିା

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+