ଗ୍ରୀଷ୍ମପ୍ରବାହ ପାଇଁ କଡା ନିର୍ଦ୍ଦେଶ: ଦିନ ୧୧ରୁ ୩ଟା ଯାଏଁ ଖରାରେ ଖଟିବେନି ଶ୍ରମିକ
ଅଂଶୁଘାତ ଆଶଙ୍କାକୁ ଏଡ଼ାଇବାକୁ RDC ଓ ସମସ୍ତ ଜିଲ୍ଲାପାଳଙ୍କୁ ଶ୍ରମ ବିଭାଗ ପକ୍ଷରୁ ନିର୍ଦ୍ଦେଶ । ଏପ୍ରିଲ ମାସରୁ ଜୁନ୍ ୧୫ ଯାଏଁ ଦିନ ୧୧ରୁ ୩ଟା ଶ୍ରମିକଙ୍କୁ ଖରାରେ କାମ ମନା ।

ଭୁବନେଶ୍ୱର: ଅଂଶୁଘାତ ଆଶଙ୍କାକୁ ଏଡ଼ାଇବାକୁ RDC ଓ ସମସ୍ତ ଜିଲ୍ଲାପାଳଙ୍କୁ ଶ୍ରମ ବିଭାଗ ପକ୍ଷରୁ ନିର୍ଦ୍ଦେଶ । ଏପ୍ରିଲ ମାସରୁ ଜୁନ୍ ୧୫ ଯାଏଁ ଦିନ ୧୧ରୁ ୩ଟା ଶ୍ରମିକଙ୍କୁ ଖରାରେ କାମ ମନା । ଆବଶ୍ୟକ ସ୍ଥଳେ କାର୍ଯ୍ୟ ନିର୍ଘଣ୍ଟର ସମୟ ପରିବର୍ତ୍ତନ କରିବେ । ଅତ୍ୟାବଶ୍ୟକ ସେବା ସହ ଜଡିତ କାର୍ଯ୍ୟସ୍ଥଳରେ ସତର୍କ ପଦକ୍ଷେପ ନେବେ ।
ଓଡ଼ିଶା ସରକାରଙ୍କ ସମସ୍ତ ବିଭାଗ ତଥା ଓଡ଼ିଶାରେ ଥିବା ଭାରତ ସରକାରଙ୍କ ସମସ୍ତ ବିଭାଗ, ବେସରକାରୀ ନିଯୁକ୍ତିଦାତା, ସମସ୍ତ ବାଣିଜ୍ୟ ଓ ଶିଳ୍ପ ସଂସ୍ଥା, ଦୋକାନ ବ୍ୟବସାୟ ପ୍ରତିଷ୍ଠାନ ମାନଙ୍କୁ ନିବେଦନ କରାଯାଇଛି । ଅତି ଜରୁରୀ କାମ ଥିଲେ କିମ୍ବା ଅତ୍ୟାବଶକୀୟ ସେବା ସହ ଜଡିତ ଯେଉଁମାନେ ସମ୍ପୃକ୍ତ ଅଛନ୍ତି, ସେମାନଙ୍କୁ ଏହି ସମୟରେ ବିଶ୍ରାମ ଦେଇହେବ ନାହିଁ । ସେମାନଙ୍କ ବ୍ୟାପକ ବ୍ୟବସ୍ଥା କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଥଣ୍ଡା ପାଣି, ଛାଇ ପାଇଁ ବ୍ୟବସ୍ଥା, ସ୍ବାସ୍ଥ୍ୟ ସେବା ଏବଂ ଓଆରଏସ ପ୍ୟାକେଟର ବ୍ୟବସ୍ଥା କରିବା ପାଇଁ କୁହାଯାଇଛି ।
ସେପଟେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରାଳୟ ପକ୍ଷରୁ ମଧ୍ୟ ସବୁ ରାଜ୍ୟର ମୁଖ୍ୟ ସଚିବ ମାନଙ୍କୁ ଚିଠି ଲେଖାଯାଇଛି । ଆଗକୁ ପ୍ରଚଣ୍ଡ ଖରା ଯୋଗୁଁ ସ୍ବାସ୍ଥ୍ୟ ସେବାକୁ ମଜଭୁତ କରିବାକୁ କୁହାଯାଇଛି । ଜିଲ୍ଲା ସ୍ତରରେ ବ୍ୟାପକ ବ୍ୟବସ୍ଥା କରିବା ପାଇଁ କୁହାଯାଇଛି । ଗରମ ଜନିତ ସମସ୍ୟା ଓ ରୋଗରୁ ମୁକ୍ତି ପାଇଁ ବ୍ୟବସ୍ଥା ପାଇଁ କୁହାଯାଇଛି । ଲୋକମାନେ ଖରାରେ କିପରି ନିଜର ଧ୍ୟାନ ରଖିବେ ସେଥିପାଇଁ ବିଭିନ୍ନ ପରାମର୍ଶ ଦିଆଯାଇଛି । କହିରଖୁ କି, ଆଗାମୀ ୫ ଦିନ ରାଜ୍ୟରେ ତାପମାତ୍ରା ୩ରୁ ୪ ଡିଗ୍ରୀ ସେଲସିୟସ ବଢ଼ିବାର ସମ୍ଭାବନା ରହିଛି ।












Click it and Unblock the Notifications