ବିହାରରେ ଓଡ଼ିଶା ଶ୍ରମିକ ମୃତ ମାମଲା; ଦୁଃଖ ପ୍ରକାଶ କରିବା ସହ ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ବିହାରରେ ଗତ ୨୮ ତାରିଖରେ ନିର୍ମାଣଧୀନ ମେଟ୍ରୋ ରେଳ ପ୍ରକଳ୍ପରେ ଦୁର୍ଘଟଣା ଘଟି ଦୁଇ ଓଡିଆ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଭୀର ଶୋକ ପ୍ରକାଶ କରିବା ସହିତ ସେମାନଙ୍କ ପରିବାର ବର୍ଗଙ୍କ ପ୍ରତି ସମବେଦନା ଜ୍ଞାପନ କରିଛନ୍ତି।

Mohan Charan Majhi

ସୂଚନାଯୋଗ୍ୟ ଯେ ନୟାଗଡ ଜିଲ୍ଲା ଗଣିଆ ବ୍ଲକ ରାସଙ୍ଗ ପଞ୍ଚାୟତ ଗୋଛାବାଡି ଗାଁର ମନୋଜ ବେହେରା ଏବଂ କାଦୁଆ ଗାଁର ବିଜୟ ବେହେରାଙ୍କର ଏହି ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ମୁଖ୍ୟମନ୍ତ୍ରୀ ଦୁଇ ମୃତ ଶ୍ରମିକଙ୍କ ନିକଟତମ ଆତ୍ମୀୟଙ୍କ ପାଇଁ ୬ଲକ୍ଷ ଟଙ୍କା ଲେଖାଏଁ ସହାୟତା ରାଶି ଘୋଷଣା କରିଛନ୍ତି।

ବିହାରର ରାଜଧାନୀ ପାଟଣାରେ ମେଟ୍ରୋ ଟ୍ରେନ୍‌ ପାଇଁ କାମ ଚାଲିଛି। ଏହାରି ମଧ୍ୟରେ ଗତ ସୋମବାର ରାତିରେ ଅଘଟଣ ଘଟିଥିଲା। ଏନ୍ଆଇଟି ପ୍ରସ୍ଥାନ ଫାଟକ ନିକଟରେ ଥିବା ପାଟନା ମେଟ୍ରୋ ନିର୍ମାଣସ୍ଥଳରେ ଏକ ଦୁଃଖଦ ଦୁର୍ଘଟଣା ଘଟିଥିଲା, ଯେଉଁଥିରେ ଲୋକୋ ପିକଅପ୍ ବ୍ରେକ୍ ବିଫଳ ହେବା ପରେ ଦୁଇଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ବେଳେ ୮ ଜଣ ଆହତ ହୋଇଥିଲେ। ନାଇଟ୍ ସିଫ୍ଟ ସମୟରେ ଏହି ଘଟଣା ଘଟିଥିଲା ଯେତେବେଳେ ଏକ ଲୋଡ୍ ଲୋକୋ ପିକଅପ୍ ଆରମ୍ଭ କରିବାରେ ବିଫଳ ହୋଇ ଅନେକ ଶ୍ରମିକଙ୍କୁ ଚୂର୍ଣ୍ଣ କରିଥିଲା। ପାଟନା ମେଟ୍ରୋ ନିର୍ମାଣ ସ୍ଥଳରେ ଏହା ଏପର୍ଯ୍ୟନ୍ତ ସବୁଠାରୁ ଗୁରୁତର ଦୁର୍ଘଟଣା ବୋଲି କୁହାଯାଉଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+