Get Updates
Get notified of breaking news, exclusive insights, and must-see stories!

ଶ୍ୱଶୁରକୁ ତାଲା ପକାଇ ବୟଫ୍ରେଣ୍ଡ୍‌ ସହ ବୋହୂ ଫେରାର

ଶ୍ବଶୁରକୁ ଘରେ ତାଲା ପକାଇ ବୟଫ୍ରେଣ୍ଡ ସହିତ ବୋହୂ ଫେରାର । ଭୁବନେଶ୍ବର ଏୟାରପୋର୍ଟ ଥାନା ଅଞ୍ଚଳରେ ଘଟିଛି ଏହି ଘଟଣା । ତେବେ ଯିବା ପୂର୍ବରୁ ବୋହୂ ଘରେ କଳାକନା ମଧ୍ୟ ବୁଲାଇଛି ।

ଭୁବନେଶ୍ୱର: ଶ୍ବଶୁରକୁ ଘରେ ତାଲା ପକାଇ ବୟଫ୍ରେଣ୍ଡ ସହିତ ବୋହୂ ଫେରାର । ଭୁବନେଶ୍ବର ଏୟାରପୋର୍ଟ ଥାନା ଅଞ୍ଚଳରେ ଘଟିଛି ଏହି ଘଟଣା । ତେବେ ଯିବା ପୂର୍ବରୁ ବୋହୂ ଘରେ କଳାକନା ମଧ୍ୟ ବୁଲାଇଛି ।

Women Elopes

ଅଭିଯୋଗ ମୁତାବକ, ଘରୁ ୧୦ ଲକ୍ଷ ଟଙ୍କାର ସୁନା ଅଳଙ୍କାର, ଅନ୍ୟାନ୍ୟ ଦାମୀ ଜିନିଷ ଓ ନଗଦ ଦେଢ଼ ଲକ୍ଷ ଟଙ୍କା ନେଇ ମହିଳା ଜଣକ ବୟଫ୍ରେଣ୍ଡ୍‌ ସହ ଫେରାର ହୋଇ ଯାଇଛନ୍ତି । ଗଙ୍ଗନଗରରେ ଭଡାଘରେ ରୁହନ୍ତି ସନ୍ଦୀପଙ୍କ ପରିବାର । ଗତ ଫେବ୍ରୁଆରୀ ସନ୍ଦୀପ ନୟାଗଡ଼ ଦଶପଲ୍ଲା ଅଞ୍ଚଳର ନମିତା ନାୟକଙ୍କୁ ବିବାହ କରିଥିଲେ । କମ୍‌ ଦିନରେ ନମିତା ଶାଶୁ ଘର ଲୋକଙ୍କୁ ନିଜର କରି ନେଇଥିଲେ। ହେଲେ ଏହା ପଛରେ ତାଙ୍କର ଉଦ୍ଦେଶ୍ୟ କିନ୍ତୁ ଅଲଗା ଥିଲା । ସୁଯୋଗ ଦେଖି ସେ ଘରୁ ଫେରାର ହେବାପାଇଁ ଯୋଜନା କରିଥିଲେ ।

ଗତ ମଙ୍ଗଳବାର ସନ୍ଦୀପ ଘରେ କେହି ନଥିବା ବେଳେ ନମିତା ଏହାର ଫାଇଦା ଉଠାଇ ଥିଲେ। ଶ୍ୱଶୁର ଶୋଇଥିବା ବେଳେ ତାଙ୍କୁ ଘର ଭିତରେ ତାଲା ପକାଇ ନମିତା ୧୦ ଲକ୍ଷ ଟଙ୍କାର ସୁନା ଅଳଙ୍କାର ଓ ନଗଦ ଦେଢ଼ ଲକ୍ଷ ଟଙ୍କା ନେଇ ବୟଫ୍ରେଣ୍ଡ୍‌ ସହ ଫେରାର ହୋଇଯାଇଥିବା ଅଭିଯୋଗ ହୋଇଛି । ରାଜୁ ନାହାକ ନାମକ ଜଣେ ଯୁବକଙ୍କୁ ନମିତା ବିବାହ ପୂର୍ବରୁ ପ୍ରେମ କରୁଥିଲେ । ରାଜୁ ସହିତ ସେ ଚାଲି ଯାଇଥିବା ଅଭିଯୋଗ କରିଛନ୍ତି ସ୍ବାମୀ ସନ୍ଦୀପ ।

ତେବେ ଶ୍ୱଶୁରଙ୍କ ନିଦ ଭାଙ୍ଗିବା ପରେ ବାହାର ପଟୁ ରୁମ୍‌ ଲକ୍‌ ପଡ଼ିଥିବା ସେ ଜାଣିବାକୁ ପାଇଥିଲେ। ଏହାପରେ ଝରକା ପଟେ ସେ ପଡ଼ୋଶୀଙ୍କୁ ଡାକିବା ପରେ ପଡ଼ୋଶୀ ଆସି ଘରର କବାଟ ଖୋଲିଥିଲେ। ଖବରପାଇ ସନ୍ଦୀପ ଘରେ ପହଞ୍ଚି ପତ୍ନୀ ନମିତାଙ୍କୁ ଫୋନ୍‌ କରିଥିଲେ। ହେଲେ ସେ ଫୋନ୍‌ ଉଠାଇ ନଥିଲେ। ଏନେଇ ସନ୍ଦୀପ ଥାନାରେ ଏତଲା ଦେଇଛନ୍ତି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+