ମିଳିଲା ମହିଳା କ୍ରିକେଟର ରାଜଶ୍ରୀଙ୍କ ମୃତଦେହ, ୧୧ ତାରିଖରୁ ଥିଲେ ନିଖୋଜ
ମିଳିଲା ମହିଳା କ୍ରିକେଟର ରାଜଶ୍ରୀଙ୍କ ମୃତଦେହ, ୧୧ ତାରିଖରୁ ଥିଲେ ନିଖୋଜ
ଭୁବନେଶ୍ୱର: ମହିଳା କ୍ରିକେଟର ରାଜଶ୍ରୀଙ୍କ ଝୁଲନ୍ତା ମୃତଦେହ ଠାବ । ଗୁରୁଡ଼ିଝାଟିଆ ଥାନା ଅନ୍ତର୍ଗତ ଏକ ଘଞ୍ଚ ଜଙ୍ଗଲରୁ ଝୁଲନ୍ତା ଅବସ୍ଥାରେ ତାଙ୍କ ମୃତଦେହକୁ ଉଦ୍ଧାର କରାଯାଇଛି । ମୃତଦେହ ରାଜଶ୍ରୀଙ୍କର ବୋଲି ସ୍ପଷ୍ଟ କରିଛି ମଙ୍ଗଳାବାଗ ପୋଲିସ । ପ୍ରଥମ ଗୁରୁଡ଼ିଝାଟିଆ ଥାନା ଅନ୍ତର୍ଗତ ଓରନ୍ଦା ଜଙ୍ଗଲ ରାସ୍ତାରୁ ରାଜଶ୍ରୀଙ୍କର ସ୍କୁଟି ମିଳିବା ପରେ ଆଖପାଖ ଅଞ୍ଚଳରେ ଖୋଜାଖୋଜି ଆରମ୍ଭ ହୋଇଥିଲା । ରାଜଶ୍ରୀଙ୍କ ମୃତ୍ୟୁ ଖବର ଶୁଣି ଗାଁରେ ଏବେ ଶୋକାକୂଳ ପରିବେଶ ।

ସୂଚନାଥାଉ ଯେ, ଗତ ୧୧ ତାରିଖରୁ ମହିଳା କ୍ରିକେଟର ରାଜଶ୍ରୀ ସ୍ୱାଇଁ ନିଖୋଜ ଥିଲେ । ଏନେଇ ମଙ୍ଗଳାବାଗ ଥାନାରେ ଏତଲା ଦେଇଥିଲେ କୋଚ୍ ପୁଷ୍ପାଞ୍ଜଳି । ସୂଚନା ଅନୁସାରେ ୨୫ ଜଣିଆ ମହିଳା କ୍ରିକେଟର ପ୍ରଶିକ୍ଷଣ ଶିବିରରେ ରାଜଶ୍ରୀ ଯୋଗ ଦେଇଥିଲେ । ଆସନ୍ତା ୧୫ ତାରିଖରେ ବରିଷ୍ଠ ମହିଳା ଦିନିକିଆ ମ୍ୟାଚ୍ ଖେଳିବା ପାଇଁ ଦଳ ପଡୁଚେରୀ ଯିବାର ଥିଲା । ଗତ ୧୦ ତାରିଖରେ ଓଡ଼ିଶା ଦଳର ତାଲିକା ପ୍ରକାଶ ପାଇଥିଲା ହେଲେ ଏହି ତାଲିକାରେ ନଥିଲା ରାଜଶ୍ରୀଙ୍କ ନାଁ । ଯେଉଁଥି ପାଇଁ ସେ ଚାପରେ ଥିବା ନେଇ ସନ୍ଦେହ କରାଯାଉଛି । ସେପଟେ କୋଚ୍ ଏହି କଥାକୁ ଅସ୍ୱୀକାର କରୁଛନ୍ତି ।












Click it and Unblock the Notifications