ବଦନ୍ୟତାର ଉଦାହରଣ ସାଜିଲେ ମିନତୀ: ରିକ୍ସା ଚାଳକଙ୍କୁ ଦାନ କଲେ କୋଟିଏ ଟଙ୍କାର ସମ୍ପତ୍ତି

ରକ୍ତ ସଂପର୍କ ନ ହୋଇ ମଧ୍ୟ ଜଣେ ରିକ୍ସାଚାଳକଙ୍କୁ ନିଜର ପ୍ରାୟ କୋଟିଏ ଟଙ୍କାର ସମ୍ପତ୍ତିର ଉତ୍ତରାଧିକାରୀ କରିଦେଇଛନ୍ତି ଜଣେ ବୃଦ୍ଧା । ଏମିତି ଏକ ନିଆରା ପଦକ୍ଷେପ ନେଇ ଚର୍ଚ୍ଚାରେ ଅଛନ୍ତି କଟକ ସହରର ସୂତାହାଟ ଅଞ୍ଚଳର ମିନତୀ ପଟ୍ଟନାୟକ ।

ଭୁବନେଶ୍ବର: ସମ୍ପତ୍ତି ପାଇଁ କେତେ ଅନର୍ଥ । ହେଲେ ରକ୍ତ ସଂପର୍କ ନ ହୋଇ ମଧ୍ୟ ଜଣେ ରିକ୍ସାଚାଳକଙ୍କୁ ନିଜର ପ୍ରାୟ କୋଟିଏ ଟଙ୍କାର ସମ୍ପତ୍ତିର ଉତ୍ତରାଧିକାରୀ କରିଦେଇଛନ୍ତି ଜଣେ ବୃଦ୍ଧା । ଏମିତି ଏକ ନିଆରା ପଦକ୍ଷେପ ନେଇ ଚର୍ଚ୍ଚାରେ ଅଛନ୍ତି କଟକ ସହରର ସୂତାହାଟ ଅଞ୍ଚଳର ମିନତୀ ପଟ୍ଟନାୟକ ।

rickshaw puller

ସୂତାହାଟ ଅଞ୍ଚଳର ୬୩ ବର୍ଷିୟ ମୀନତି ପଟ୍ଟନାୟକ ରୁହନ୍ତି । ତାଙ୍କ ଜୀବନରେ ହଠାତ ଅନ୍ଧକାର ମାଡିଆସିଲା । ୨୦୨୦ ମସିହାରେ ସ୍ୱାମୀ କୃଷ୍ଣ କୁମାର ପଟ୍ଟନାୟକଙ୍କ ଦେହାନ୍ତ ଘଟିଥିଲା । ସ୍ୱାମୀଙ୍କ ମୃତ୍ୟୁର ୬ ମାସ ପରେ ଝିଅ କୋମଲର ଦୃହଘାତରେ ମୃତ୍ୟୁ ଘଟିଲା । ଝିଅର ମୃତ୍ୟୁ ପରେ ମୀନତି ଭାଙ୍ଗିବା ପଡିବା ସହ ଏକା ହୋଇଗଲେ । ବନ୍ଧୁ ବାନ୍ଧବ, ନିକଟ ସମ୍ପର୍କୀୟଙ୍କ ଠାରୁ ଯେଉଁ ଶ୍ରଦ୍ଧା, ଭରସା, ସମବେଦନା ଆଶା କରୁଥିଲେ ତାହା ପାଇଲେ ନାହିଁ । ଜୀବନର ସବୁଠାରୁ କଠିନ ସମୟରେ ଆପଣାର ଲୋକ ପାଖରେ ଠିଆ ହେଲେ ନାହିଁ । ଶେଷରେ ଏହି ରିକ୍ସା ଚାଳକ ଜଣଙ୍କ ମିନତୀଙ୍କ ପାଖରେ ଠିଆ ହୋଇଥିଲେ । ପଟ୍ଟନାୟକ ପରିବାର ସହ ବୁଢାଙ୍କ ଦୀର୍ଘ ବର୍ଷର ସମ୍ପର୍କ ରହିଥିଲା । ଘରର ବୋଲ ହାକ କରିଦିଅନ୍ତି ।

ତେବେ ପରେ ସମସ୍ତଙ୍କ ପରାମର୍ଶ ପରେ ନିଜ ନାମରେ ଥିବା ପ୍ରାୟ ୧ ଗୁଣ୍ଠ ଜମି, ୩ମହଲା ଘର, ଅନ୍ୟାନ ସମ୍ପତ୍ତି ବୁଢା ସାମଲଙ୍କ ନାଁରେ ଲେଖିଦେଲେ । ଓକିଲଙ୍କ ଉପସ୍ଥିତିରେ ବୁଢାଙ୍କୁ ସମସ୍ତ କାଗଜପତ୍ର ହସ୍ତାନ୍ତର କରିଛନ୍ତି । ଏନେଇ ମିନତୀ କୁହନ୍ତି ବୁଢା ପରିବାର ମୋତେ ଯେଉଁ ଶ୍ରଦ୍ଧା ଦେଇଛନ୍ତି ତାହା ଏ ସମ୍ପତ୍ତି ଆଗରେ କିଛି ନୁହେଁ । ଭଲ ମନ୍ଦରେ ଏହି ପରିବାର ମୋ ସହିତ ସବୁବେଳେ ଛିଡା ହୋଇଛି । ଯେଉଁଠି ସମ୍ପର୍କୀୟ ମାନେ ସମ୍ପର୍କର ମୂଲ୍ୟ ବୁଝିନାହାନ୍ତି ସେଠି ଏହି ଗରିବ ପରିବାର ମୋ ଦୁଃଖ ବୁଝିଛନ୍ତି । ଶେଷ ଜୀବନ ଏମାନଙ୍କ ପାଖରେ ବିତାଇ ସଂସସାରରୁ ବିଦାୟ ନେବେ ।

ଏନେଇ ରିକ୍ସା ଚାଳକ ବୁଢା କହିଛନ୍ତି ମୋ ଭଳି ଜଣେ ଗରିବ, ଖଟିଖିଆ ମଣିଷକୁ ଏସବୁ ମିଳିବା ନିଶ୍ଚିତ ଭାବେ ଚମତ୍କାର ଘଟଣା । ପଟ୍ଟନାୟକ ପରିବାର ସହ ଦୀର୍ଘ ବର୍ଷ ଧରି ଜଡିତ ରହିଆସୁଛି । ତେଶୁ ମା' ମୀନତିଙ୍କ ବଳକା ଜୀବନରେ ସେବା ଦାୟିତ୍ୱ ମୁଁ ଓ ମୋ ପରିବାର ବର୍ଗ ନେଇଛୁ । ଆଜିର ଦୁନିଆରେ ଯେଉଁଠି ଆପଣାର ଲୋକଙ୍କ ମୁହଁକୁ ବି କେହି ଚାହୁଁନାହାନ୍ତି ସେଠି ସମ୍ପର୍କର ଏକ ନୂଆ ପରିଭାଷା ତିଆରି କରିଛନ୍ତି ମା' ମିନତୀ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+