ଓଡିଶାର ସର୍ବାଧିକ ଜଙ୍ଗଲରେ ଲାଗୁଛି ନିଆଁ, କେତେ ତତ୍ପର ରାଜ୍ୟ ସରକାର ?
ଫରେଷ୍ଟ ସର୍ଭେ ଅଫ୍ ଇଣ୍ଡିଆ (FSI) ଦ୍ବାରା ପ୍ରକାଶିତ ତଥ୍ୟ ଅନୁଯାୟୀ, ଓଡିଶାରେ 88ଟି ଜଙ୍ଗଲରେ ଅଗ୍ନିକାଣ୍ଡ ସହ ଏହି ତାଲିକା ରେ ଅନ୍ୟ ରାଜ୍ୟମାନଙ୍କ ମଧ୍ୟରେ ଓଡିଶା ଆଗରେ ରହିଛି ।
ଭୁବନେଶ୍ୱର: ଗତ କିଛି ଦିନ ହେବ ରାଜ୍ୟର ଲାଇଫ ଲାଇନ କୁହାଯାଉଥିବା ଶିମିଳିପାଳ ଅଭୟାରଣ୍ୟରେ ନିଆଁ ଲାଗିଛି । ନିଆଁକୁ ଆୟତ୍ତ କରିବାରେ ପ୍ରାୟ ଏକ ହଜାର କର୍ମଚାରୀ ନିୟୋଜିତ ଅଛନ୍ତି । ନିଆଁ ଲିଭାଇବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି ।
ଗତ ଦୁଇ ଦିନ ମଧ୍ୟରେ ରାଜ୍ୟ ଛୋଟ ବଡ 140 ଜଙ୍ଗଲରେ ଲାଗିଥିବା ନିଆଁକୁ ଆୟତ୍ତ କରିବାରେ ବନ ବିଭାଗ ସଫଳ ହୋଇଥିବା କୁହାଯାଉଛି । ଖବର ଅନୁଯାୟୀ, ମାର୍ଚ୍ଚ 4 (ଗୁରୁବାର) ରେ ଓଡିଶାରେ ଜଙ୍ଗଲ ଅଗ୍ନିକାଣ୍ଡ 228 ରୁ 88 କୁ ହ୍ରାସ ପାଇଛି।

ତଥାପି, ଏହି ଆକଳନ ଚିନ୍ତାର ଏକ ବଡ଼ କାରଣ ହୋଇଛି । ଫରେଷ୍ଟ ସର୍ଭେ ଅଫ୍ ଇଣ୍ଡିଆ (FSI) ଦ୍ବାରା ପ୍ରକାଶିତ ତଥ୍ୟ ଅନୁଯାୟୀ, ଓଡିଶାରେ 88ଟି ଜଙ୍ଗଲରେ ଅଗ୍ନିକାଣ୍ଡ ସହ ଏହି ତାଲିକା ରେ ଅନ୍ୟ ରାଜ୍ୟମାନଙ୍କ ମଧ୍ୟରେ ଓଡିଶା ଆଗରେ ରହିଛି । 44 ଟି ଜଙ୍ଗଲରେ ନିଆଁ ଲାଗିଥିବା ତେଲେଙ୍ଗାନା ଦ୍ୱିତୀୟ ସ୍ଥାନରେ ଥିବାବେଳେ ମଧ୍ୟପ୍ରଦେଶ ଏବଂ ମହାରାଷ୍ଟ୍ର ମିଳିତ ଭାବେ ତୃତୀୟ ସ୍ଥାନରେ ରହିଛନ୍ତି ।
ପରିସ୍ଥିତିକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ଏକ ସମୀକ୍ଷା ବୈଠକ କରିଥିଲେ। ଶିମିଳିପାଳ କେବଳ ଓଡିଶା ବା ଭରତର ନୁହେଁ ଏହା ସମଗ୍ର ବିଶ୍ଵର ଏକ ଅମୂଲ୍ୟ ସମ୍ପଦ । ତେଣୁ ଏହାର ସୁରକ୍ଷା ପାଇଁ ସତର୍କ ରହିବା ସହ ପ୍ରତିଷେଧ ମୂଳକ ପଦକ୍ଷେପ ଗ୍ରହଣ କରିବା ପାଇଁ ନିର୍ଦେଶ ଦେଇଥିଲେ ମୁଖ୍ୟମନ୍ତ୍ରୀ ।












Click it and Unblock the Notifications