କମିଲାଣି ଶୀତି, ହେଲେ କମୁନି ଘନ କୁହୁଡ଼ି: ୧୧ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

ଶୀତର ଦେଖା ନାହିଁ ହେଲେ କୁହୁଡ଼ି କରୁଛି କଲବଲ । ରାଜ୍ୟରେ କମିଛି ଶୀତର ଲହରୀ ଏବଂ କେତେକ ସ୍ଥାନରେ ଘନ କୁହୁଡି ଦେଖିବାକୁ ମିଳିଛି ।

ଭୁବନେଶ୍ୱର: ଶୀତର ଦେଖା ନାହିଁ ହେଲେ କୁହୁଡ଼ି କରୁଛି କଲବଲ । ରାଜ୍ୟରେ କମିଛି ଶୀତର ଲହରୀ ଏବଂ କେତେକ ସ୍ଥାନରେ ଘନ କୁହୁଡି ଦେଖିବାକୁ ମିଳିଛି । ଓଡ଼ିଶାର ବିଭିନ୍ନ ସ୍ଥାନରେ ସକାଳୁ ସକାଳୁ ଘନ କୁହୁଡି ଯୋଗୁଁ ଗାଡି ଚଳାଚଳରେ ବାଧା ସୃଷ୍ଟି ହେଉଛି । ତେବେ ଆଜି ମଧ୍ୟ କେତେକ ସ୍ଥାନରେ ସକାଳୁ କୁହୁଡି ଦେଖିବାକୁ ମିଳିଥିବାବେଳେ ଆସନ୍ତାକାଲି ମଧ୍ୟ ଘନ କୁହୁଡି ହେବାର ସମ୍ଭାବନା ରହିଛି ।

Odisha Winter

ଗତକାଲି (ରବିବାର) ରାଜ୍ୟର ବିଭିନ୍ନ ସ୍ଥାନରେ ଘନ କୁହୁଡ଼ି ଦେଖିବାକୁ ମିଳିଥିବା ବେଳେ ଆଜି ମଧ୍ୟ ୯ ଜିଲ୍ଲାରେ ଏହା ଜାରି ରହିବ । ଅନୁଗୁଳ, ଢେଙ୍କାନାଳ, ଯାଜପୁର, ଭଦ୍ରକ, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ନୟାଗଡ଼, ଖୋର୍ଧା, କନ୍ଧମାଳ, ଗଞ୍ଜାମ, ଗଜପତି ଓ ପୁରୀ ଜିଲ୍ଲାରେ ରବିବାର ଦିନ ଘନ କୁହୁଡ଼ି ଦେଖା ଯାଇଥିଲା । ଆଜି କଟକ, ଜଗତସିଂହପୁର, ଅନୁଗୁଳ, ଢେଙ୍କାନାଳ, ପୁରୀ, ଖୋର୍ଧା, ଗଞ୍ଜାମ, ନୟାଗଡ଼ ଓ କନ୍ଧମାଳ ଭଳି ୧୧ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।

ଏଥିସହ ଏବେ ରାଜ୍ୟରେ ଶୀତ କମିଥିବା ବେଳେ ଆସନ୍ତା ୫ ଦିନ ପର୍ଯ୍ୟନ୍ତ ରାତି ତାପମାତ୍ରାରେ ସେମିତି କୌଣସି ପରିବର୍ତ୍ତନର ସମ୍ଭାବନା ନାହିଁ । ଏଣୁ ଶୀତ ବଢ଼ିବାର ସମ୍ଭାବନା କ୍ଷୀଣ । ଆସନ୍ତାକାଲି ରାଜଧାନୀ ଓ ଏହାର ଆଖପାଖ ଅଞ୍ଚଳରେ ସକାଳୁ ସକାଳୁ ଘନ କୁହୁଡ଼ି ଦେଖିବାକୁ ମିଳିବ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+