ନୂଆବର୍ଷରେ ବି ଶୀତ ଗାୟବ: ଘନ କୁହୁଡ଼ି ପାଇଁ ଏହି ସବୁ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ନୂଆବର୍ଷରେ ବି ଶୀତ ଗାୟବ । ଗତ କିଛି ଦିନ ହେବ ରାଜ୍ୟରେ ସ୍ୱଭାବିକ ଠାରୁ ଅଧିକ ରହୁଛି ରାତି ତାପମାତ୍ରା । ସାମୁଦ୍ରିକ ବାୟୁର ପ୍ରଭାବରେ ବାୟୁ ମଣ୍ଡଳରେ ଜଳୀୟ ବାଷ୍ପର ପରିମାଣ ବୃଦ୍ଧି ପାଇଛି ।

ଭୁବନେଶ୍ୱର: ନୂଆବର୍ଷରେ ବି ଶୀତ ଗାୟବ । ଗତ କିଛି ଦିନ ହେବ ରାଜ୍ୟରେ ସ୍ୱଭାବିକ ଠାରୁ ଅଧିକ ରହୁଛି ରାତି ତାପମାତ୍ରା । ସାମୁଦ୍ରିକ ବାୟୁର ପ୍ରଭାବରେ ବାୟୁ ମଣ୍ଡଳରେ ଜଳୀୟ ବାଷ୍ପର ପରିମାଣ ବୃଦ୍ଧି ପାଇଛି । ଗୁରୁଚାପ ବଳୟ ସକ୍ରିୟ ଯୋଗୁ ବାୟୁ ମଣ୍ଡଳର ସ୍ଥିରତ ବୃଦ୍ଧି ପାଇଥିବାରୁ ରାତି ତାପମାତ୍ରା ବଢ଼ିଛି । ଫଳରେ ଶୀତ କମିଥିବା ବେଳେ କିଛି ଅଞ୍ଚଳରେ ଆଗାମୀ ୨ ଦିନ ଯାଏ ଘନ କୁହୁଡ଼ି ଦୃଶ୍ୟମାନ ହେବ ।

Odisha Winter

ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ଅନୁସାରେ, ୨ ତାରିଖରେ କେନ୍ଦୁଝର, ଅନୁଗୁଳ, ଢେଙ୍କାନାଳ, କଟକ, ନୟାଗଡ଼, କନ୍ଧମାଳ, ଗଜପତି, ଗଞ୍ଜାମ, କୋରାପୁଟ ଓ ରାୟଗଡ଼ା ଜିଲ୍ଲାରେ ଘନ କୁହୁଡ଼ି ଦୃଶ୍ୟମାନ ହେବ । ଏସବୁ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ସେହିଭଳି ସ୍ୱଳ୍ପରୁ ମଧ୍ୟମ କୁହୁଡ଼ି ୧୯ ଜିଲ୍ଲାରେ ଦେଖା ଦେଇ ପାରେ ।

୩ ତାରିଖରେ ଘନ କୁହୁଡ଼ି ନେଇ ଅନୁଗୁଳ, ଢେଙ୍କାନାଳ, କଟକ, କନ୍ଧମାଳ, ଗଞ୍ଜାମ, କଳାହାଣ୍ଡି, ବୌଦ୍ଧ ଓ ସୋନପୁର ଜିଲ୍ଲାକୁ ପାଣିପାଗ ବିଭାଗ ୟେଲୋ ୱାର୍ଣ୍ଣିଂ ଦେଇଛି । ୧୨ ଜିଲ୍ଲାରେ ସ୍ୱଳ୍ପରୁ ମଧ୍ୟମ ଧରଣର କୁହୁଡ଼ି ଦେଖା ଯାଇପାରେ । ଏବେ ପାଗ ଶୁଖିଲା ରହିଥିବା ବେଳେ ରାତି ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବ ନାହିଁ । ଆସନ୍ତା ୪ରୁ ୫ ଦିନ ଯାଏ ତାପମାତ୍ରା ସ୍ୱାଭାବିକ ଠାରୁ ୩ରୁ ୪ ଡିଗ୍ରୀ ଅଧିକ ରହିବ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+