Odisha Winter Weather: ଚାରିଦିନରେ ୪ଡିଗ୍ରୀ ଖସିବ ରାତି ତାପମାତ୍ରା

ରାଜ୍ୟରେ ଏବେ ବର୍ଷାର ପ୍ରଭାବ ନ ଥିବାରୁ ପାଗ ମୁଖ୍ୟତଃ ଶୁଖିଲା ରହିଛି । ସମଗ୍ର ରାଜ୍ୟରେ ରାତି ତାପମାତ୍ରା ସାଧାରଣ ରହିଥିବାରୁ ଅଳ୍ପ ଶୀତ ଅନୁଭୂତ ହେଉଛି । ବର୍ତ୍ତମାନ ରାଜ୍ୟକୁ ଉତ୍ତର ଦିଗରୁ ଶୁଖିଲା ଥଣ୍ଡା ପବନ ଆସୁଛି । ତେଣୁ ଆଗାମୀ ୩ରୁ ୪ ଦିନ ମଧ୍ୟରେ ରାତିର ସର୍ବନିମ୍ନ ତାପମାତ୍ରା ୩ରୁ ୪ ଡିଗ୍ରୀ କମିବାର ସମ୍ଭାବନା ରହିଥିବା ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ନିର୍ଦ୍ଦେଶିକା ଡ. ମନୋରମା ମହାନ୍ତି ସୂଚନା ଦେଇଛନ୍ତି ।

ଗତ ୨୪ଘଣ୍ଟାରେ ଦାରିଙ୍ଗିବାଡିରେ ରାଜ୍ୟର ସର୍ବନିମ୍ନ ରାତି ତାପମାତ୍ରା ୧୩ ଡିଗ୍ରୀ ସେଲ୍‌ସିୟସ୍‌ ରେକର୍ଡ କରାଯାଇଛି। ସେହିପରି ଜି. ଉଦୟଗିରିଠାରେ ୧୩.୮ ଏବଂ ଫୁଲବାଣୀଠାରେ ୧୪ ଡିଗ୍ରୀ ତାପମାତ୍ରା ରହିଥିବାବେଳେ ପାରଳାଖେମୁଣ୍ଡିଠାରେ ସର୍ବାଧିକ ତାପମାତ୍ରା ୩୪ ଡିଗ୍ରୀ ରେକର୍ଡ କରାଯାଇଥିଲା। ଅନ୍ୟପକ୍ଷରେ ସୁନ୍ଦରଗଡ଼ ଜିଲାର କିଛି ସ୍ଥାନରେ ମଧ୍ୟମଧରଣର କୁହୁଡି ଏବଂ ଆଭ୍ୟନ୍ତରୀଣ ଓଡ଼ିଶାର କଳାହାଣ୍ଡି ଜିଲାର କିଛି ସ୍ଥାନରେ ଘନ କୁହୁଡି ଦେଖାଦେଇଛି। ତେବେ ଆସନ୍ତା ୧୨ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ପାଗ ଶୁଖିଲା ରହିବ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି ।

Odisha Winter Weather

ରାଜ୍ୟରେ ଖସୁଛି ପାରଦ ଏବଂ ବଢ଼ୁଛି ଶୀତ ପ୍ରକୋପ। ଉତ୍ତରା ବାୟୁ ସହିତ ବାୟୁମଣ୍ଡଳରେ ଜଳୀୟ ବାଷ୍ପର ପରିମାଣ ହ୍ରାସ ଯୋଗୁଁ ଆସନ୍ତା ୯ତାରିଖ ବେଳକୁ ପାହାଡ଼ିଆ ଅଞ୍ଚଳର କିଛି ସ୍ଥାନରେ ୧୦ଡିଗ୍ରୀ ପର୍ଯ୍ୟନ୍ତ ଖସିପାରେ ରାତି ତାପମାତ୍ରା। ଭୁବନେଶ୍ୱର ଓ କଟକ ସହରରେ ମଧ୍ୟ ଆଗାମୀ ୭୨ ଘଣ୍ଟାରେ ୧୬ଡିଗ୍ରୀକୁ ପାରଦ ଖସି ଆସିବାର ସମ୍ଭାବନା ରହିଛି। ଭୁବନେଶ୍ୱର ଏବଂ କଟକରେ ଗତ ୨୪ ଘଣ୍ଟାରେ ଯଥାକ୍ରମେ ୧.୫ ଓ ୧ ଡିଗ୍ରୀ ରାତି ତାପମାତ୍ରା ବୃଦ୍ଧି ହୋଇଥିବା ବେଳେ ଅାଭ୍ୟନ୍ତରୀଣ ଓ ପାହାଡ଼ିଆ ଅଞ୍ଚଳରେ ପାରଦ ତଳମୁହାଁ ହୋଇଛି। ପାଣିପାଗ ବିଭାଗର ଆକଳନ ଅନୁଯାୟୀ, ଚଳିତ ମାସ ୧୪ ତାରିଖରୁ ସାରା ରାଜ୍ୟ‌େ‌ର ଶୀତ ପ୍ରକୋପ ବଢ଼ିବାର ସମ୍ଭାବନା ରହିଛି। ଭୁବନେଶ୍ବର ପାଣିପାଗ ବିଜ୍ଞାନ କେନ୍ଦ୍ରର ପୂର୍ବାନୁମାନ ଅନୁଯାୟୀ, ଆସନ୍ତା ୨ଦିନ ପର୍ଯ୍ୟନ୍ତ ସର୍ବନିମ୍ନ ତାପମାତ୍ରାରେ ବିଶେଷ ପରିବର୍ତ୍ତନର ସମ୍ଭାବନା ନାହିଁ। କିନ୍ତୁ ପରବର୍ତ୍ତୀ ୩ଦିନ ମଧ୍ୟରେ ରାତି ତାପମାତ୍ରା ୨ରୁ ୩ଡିଗ୍ରୀ ପର୍ଯ୍ୟନ୍ତ ହ୍ରାସ ପାଇବା ସମ୍ଭାବନା ରହିଛି। ଫଳସ୍ବରୂପ ଆଗକୁ ଆହୁରି ଶୀତ ବଢ଼ିବାର ସମ୍ଭାବନା ରହିଥିବା ଜଣାପଡ଼ିଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+