ଅସହ୍ୟ ଜାଡ଼ରେ ଥରୁଛି ସାରା ଓଡ଼ିଶା, ୧୦ ଡିଗ୍ରୀ ତଳେ ୧୦ ସହରର ତାପମାତ୍ରା
ଅସହ୍ୟ ଜାଡ଼ରେ ଥରୁଛି ସାରା ଓଡ଼ିଶା । ରାଜ୍ୟର ୧୦ ସହରର ତାପମାତ୍ରା ୧୦ ଡିଗ୍ରୀ ତଳେ ରହିଛି । ଜି. ଉଦୟଗିରି ରାଜ୍ୟର ସବୁଠୁ ଥଣ୍ଡା ସହର । ଏଠାରେ ୪.୫ ଡିଗ୍ରୀ ସହ ସର୍ବନିମ୍ନ ରାତି ତାପମାତ୍ରା ରେକର୍ଡ କରାଯାଇଛି ।
ଭୁବନେଶ୍ବର: ଅସହ୍ୟ ଜାଡ଼ରେ ଥରୁଛି ସାରା ଓଡ଼ିଶା । ରାଜ୍ୟର ୧୦ ସହରର ତାପମାତ୍ରା ୧୦ ଡିଗ୍ରୀ ତଳେ ରହିଛି । ଜି. ଉଦୟଗିରି ରାଜ୍ୟର ସବୁଠୁ ଥଣ୍ଡା ସହର । ଏଠାରେ ୪.୫ ଡିଗ୍ରୀ ସହ ସର୍ବନିମ୍ନ ରାତି ତାପମାତ୍ରା ରେକର୍ଡ କରାଯାଇଛି । ସେହିପରି ଫୁଲବାଣୀ ଓ ସେମିଳିଗୁଡ଼ାରେ ୭.୫ ଡିଗ୍ରୀ ରେକର୍ଡ ।

ସେହିପରି କେନ୍ଦୁଝରରେ ୭.୬ ଚିପିଲିମାରେ ୭.୮, ଝାରସୁଗୁଡ଼ାରେ ୮.୨ , ସୁନ୍ଦରଗଡ଼ରେ ୮.୫ , କୋରାପୁଟରେ ୯ , ଦାରିଙ୍ଗବାଡ଼ିରେ ୯ ଓ ଅନୁଗୁଳରେ ୧୦ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି ।
ଅନ୍ୟପଟେ ଉତର ଆଭ୍ୟନ୍ତରୀଣ ଓଡ଼ିଶାରେ କେତେକ ସ୍ଥାନରେ ରାତି ତାପମାତ୍ରା ସ୍ୱାଭାବିକ ଠାରୁ ୩ରୁ ୪ଡିଗ୍ରି ପର୍ଯ୍ୟନ୍ତ କମ୍ ରହିଛି । ଆସନ୍ତା ୪ରୁ ୫ ଦିନ ପର୍ଯ୍ୟନ୍ତ ରାଜ୍ୟରେ ଏହିଭଳି ଶୀତ ଜାରି ରହିବ ବୋଲି ଆଂଚଳି ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି । ଏହାସହ ରାଜ୍ୟର ବିଭିନ୍ନ ସ୍ଥାନରେ ଘନ କୁହୁଡ଼ି ଜାରି ରହିଛି । ପ୍ରବଳ ଶୀତ ଯୋଗୁଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି ।












Click it and Unblock the Notifications