ରାଜ୍ୟର ଏହି ସମସ୍ତ ଜିଲ୍ଲାରେ ଅନୁଭୂତ ହେବ ଘନ କୁହୁଡ଼ି
ରାଜ୍ୟରେ କମୁଛି ଶୀତ, ଏହି ସମସ୍ତ ଜିଲ୍ଲାରେ ଅନୁଭୂତ ହେବ ଘନ କୁହୁଡି
ଭୁବନେଶ୍ୱର: ସାରା ରାଜ୍ୟରେ କମିଛି ଶୀତର ପ୍ରକୋପ । ଗତକାଲି ଭୁବନେଶ୍ୱରରେ ୧୯.୪ ଡିଗ୍ରୀ ଏବଂ କଟକରେ ୧୭.୫ ଡିଗ୍ରୀ ରାତ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । ଥଣ୍ତା କମିବା ସହ ବଢୁଛି ଘନ କୁହୁଡ଼ି । ରାଜ୍ୟର ଅଧିକାଂଶ ସ୍ଥାନରେ କୁହୁଡ଼ି ପଡୁଥିବାର ଦେଖିବା ପାଇଁ ମିଳୁଛି । ଘନ କୁହୁଡି ପାଇଁ ଗତକାଲି ରାତି ଏବଂ ଭୋର୍ ସମୟରେ ଦୃଶ୍ୟମାନ ଦୂରତା ନୟାଗଡ଼ରେ ୩୦ ମିଟର, ଗୋପାଳପୁରରେ ୫୦ମିଟର, ଖୋର୍ଦ୍ଧାରେ ୫୦ ମିଟର, କଟକରେ ୧୦୦ ମିଟର, ଫୁଲବାଣୀରେ ୧୦୦ ମିଟର, ଅନୁଗୁଳରେ ୨୦୦ ମିଟର, କୋରାପୁଟରେ ୨୦୦ ମିଟର, ବାରିପଦାରେ ୩୦୦ମିଟର, ସମ୍ବଲପୁରରେ ୮୦୦ ମିଟର, ଏବଂ ହୀରାକୁଦରେ ୯୦୦ ମିଟର ରହିଛି ଏନେଇ ଭୁବନେଶ୍ୱର ପାଣିପାଗ ପକ୍ଷରୁ ସୂଚନା ଜାରି କରାଯାଇଛି ।

ତେବେ ଘନ କୁହୁଡ଼ି ଅନୁଭୂତ ହେଉଥିବାରୁ ଦିନ ତାପମାତ୍ରା ବୃଦ୍ଧିଉଛି ବୋଲି କହିଛନ୍ତି ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାଶ । ସେହିପରି ଆଜି ରାଜ୍ୟର କିଛି ଜିଲ୍ଲାରେ ହାଲୁକା ବର୍ଷା ସମ୍ଭାବନା ରହିଛି । ଜାନୁଆରୀ ୧୮ ତାରିଖରେ ମଧ୍ୟ କିଛି ଜିଲ୍ଲାରେ ବର୍ଷା ହେବାର ଆସଙ୍କା ରହିଛି । ଏନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଜାରି କରାଯାଇଛି । ଉତ୍ତର ଓଡ଼ିଶାର କିଛି ଜିଲ୍ଲା ଯଥା, ସୁନ୍ଦରଗଡ଼, କେନ୍ଦୁଝର, ମୟୁରଭଞ୍ଜ, ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡା, କଟକ, ଜଗତସିଂହପୁର, ଢେଙ୍କାନାଳ, ଏବଂ ଯାଜପୁର ଜିଲ୍ଲାର ଗୋଟିଏରୁ ଦୁଇଟି ସ୍ଥାନରେ ହାଲୁକା ବର୍ଷା ହେବାର ସମ୍ଭାବନା ରହିଛି । ସେହିପରି ୧୮ ତାରିଖରେ ରାଜ୍ୟର ଗୋଟେ କି ଦୁଇଟି ସ୍ଥାନରେ ହାଲୁକା ବର୍ଷାର ସମ୍ଭାବନା ରହିଛି । ତେବେ ଅନ୍ୟ ଜିଲ୍ଲା ଗୁଡିକରେ ପାଗ ଶୁଖିଲା ରହିବ ।












Click it and Unblock the Notifications