ରାଜ୍ୟରେ ଅସହ୍ୟ ଶୀତ: ଜି. ଉଦୟଗିରି ସବୁଠୁ ଥଣ୍ଡା ସହର
Odisha Winter Update: ଆଜି ରାଜ୍ୟରେ ଅସହ୍ୟ ଶୀତ ଅନୂଭୂତ ହେଉଛି । ପାହାଡିଆ ଅଞ୍ଚଳ କନ୍ଧମାଳ ଜିଲ୍ଲାର ଜି. ଉଦୟଗିରି ସବୁଠୁ ଥଣ୍ଡା ସହର ଯେଉଁଠି ତାପମାତ୍ରା ୫.୮ ଡିଗ୍ରୀ ରେକର୍ଡ କରାଯାଇଛି । ସେହିପରି ଫୁଲବାଣୀରେ ୭, କିରେଇ ୭.୭ ଡିଗ୍ରୀ, ସିମିଳିଗୁଡ଼ା ଓ ଦାରିଙ୍ଗବାଡ଼ିରେ ୮ ଡିଗ୍ରୀ ଏବଂ କେନ୍ଦୁଝର ୮.୮ ଡିଗ୍ରୀ, ସୁନ୍ଦରଗଡ଼ରେ ୮.୯, ଅନୁଗୁଳ ଓ ନବରଙ୍ଗପୁରରେ ୯ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି ।

ସେହିପରି ଭବାନୀପଟଣା ୯.୫ ଡିଗ୍ରୀ, କଟକରେ ୧୪.୪ ଡିଗ୍ରୀ, ଭୁବନେଶ୍ୱରରେ ୧୪.୮ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । ଆଜି ୧୦ ସହରର ତାପମାତ୍ରା ୧୦ ଡିଗ୍ରୀ ତଳେ ରହିଛି ।
ଉପକୂଳ ସମେତ ଉତ୍ତର ଓ ଆଭ୍ୟନ୍ତରୀଣ ଓଡ଼ିଶାର କିଛି ଜିଲ୍ଲାରେ କୁହୁଡ଼ିର ମାତ୍ରା ଅଧିକ ରହିବ। ୨୩ ତାରିଖରେ ୧୦ ଜିଲ୍ଲା ଓ ୨୪ ତାରିଖରେ ୧୮ ଜିଲ୍ଲାକୁ ଘନ କୁହୁଡ଼ି ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଦୃଶ୍ୟମାନ ଦୂରତା ୨୦୦ ମିଟରରୁ କମ୍ ରହିବା ନେଇ ଚେତାବନୀ ଦିଆଯାଇଛି ।
ସୁନ୍ଦରଗଡ଼, କେନ୍ଦୁଝର, ଅନୁଗୁଳ, ଢେଙ୍କାନାଳ, କଟକ, ଖୋର୍ଦ୍ଧା, ଯାଜପୁର, ନୟାଗଡ଼, ପୁରୀ ଆଦି ସ୍ଥାନରେ ଆଜି ଓ ଆସନ୍ତାକାଲି ସକାଳେ ଘନ କୁହୁଡିର ସମ୍ଭାବନା ରହିଛି । ସେହିପରି ଶନିବାର ରାତି ଓ ରବିବାର ସକାଳ ପାଇଁ ମଧ୍ୟ ବିଭିନ୍ନ ଜିଲ୍ଲାକୁ ଘନ କୁହୁଡି ପାଇଁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ସେପଟେ ପତର-ପଶ୍ଚିମ ଦିଗରୁ ଓଡ଼ିଶାକୁ ପ୍ରବାହିତ ହେଉଥିବା ଶୁଷ୍କ ଥଣ୍ତା ବାୟୁ ଧୀରେ ଧୀରେ ଦୁର୍ବଳ ହେଉଛି । ଯାହା ଫଳରେ ରାଜ୍ୟରେ ଶୀତ କମିବ । କିଛି କିଛି ସ୍ଥାନରେ ରାତ୍ରି ତାପମାତ୍ରା ୨ ରୁ ୪ ଡିଗ୍ରୀ ବୃଦ୍ଧି ପାଇବାର ଆଶଙ୍କା ରହିଛି ।












Click it and Unblock the Notifications