ଅସହ୍ୟ ଥଣ୍ତାରୁ ମିଳୁନି ନିସ୍ତାର, ଆହୁରି ୨ ଦିନ ଯାଏଁ ଶୀତ ଜାରି ରହିବ
ଅସହ୍ୟ ଥଣ୍ତାରୁ ମିଳୁନି ନିସ୍ତାର, ଆହୁରି ୨ ଦିନ ଯାଏଁ ଶୀତ ଜାରି ରହିବ, ରାତି ତାପମାତ୍ରା ସ୍ୱାଭାବିକଠାରୁ ଆହୁରି ୩ ରୁ ୫ ଡିଗ୍ରୀ ହ୍ରାସ ପାଇବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଯେଉଁଥି ପାଇଁ ୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।
ଭୁବନେଶ୍ୱର: ରାଜ୍ୟରେ ଶୀତର ଲହରି ଜାରି ରହିଛି । ଗତ ସପ୍ତାହରୁ ଓଡ଼ିଶାରେ ପ୍ରବଳ ଶୀତ ଅନୁଭୁତି ହେଉଛି । ଆହୁରି ୨ ଦିନ ପର୍ଯ୍ୟନ୍ତ ଜାଡ଼ରେ ଥରିବ ଓଡ଼ିଶା । ରାତି ତାପମାତ୍ରା ସ୍ୱାଭାବିକଠାରୁ ଆହୁରି ୩ ରୁ ୫ ଡିଗ୍ରୀ ହ୍ରାସ ପାଇବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଯେଉଁଥି ପାଇଁ ୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ସେହିପରି ଚଳିତ ମାସ ୧୧ କିମ୍ବା ୧୨ ତାରିଖ ପରଠୁ ଶୀତ କମିବାର ସମ୍ଭାବନା ରହିଛି ।

ରାଜ୍ୟରେ ସର୍ବନିମ୍ନ ତାପମାତ୍ରା ୨ ଡିଗ୍ରୀ ରେକର୍ଟ କରାଯାଇଛି । ଆଜି ପାଇଁ ଅନୁଗୁଳ, କେନ୍ଦୁଝର, ଦେବଗଡ଼, ଝାରସୁଗୁଡ଼ା ଏବଂ ସୁନ୍ଦରଗଡ଼ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ତେବେ ରାତି ଏବଂ ଭୋର ସମୟରେ ଘରୁ ନ ବାହାରିବା ପାଇଁ ପାଣିପାଗ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି । ସେପଟେ ରବିବାର ଦିନ ଦାରିଙ୍ଗବାଡି ବ୍ଲକରେ ବର୍ଷର ପ୍ରଥମ ତୁହିନ୍ ପିଡିଥିବା ନେଇ ସୂଚନା ରହିଛି । ଘୁ. ଉଦୟଗିରିରେ ତାପମାତ୍ରା ୪.୬ ଡିଗ୍ରୀ ରହିଥିବା ବେଳେ, ଫୁଲବାଣୀରେ ୫ ଡିଗ୍ରୀ, ଦାରିଙ୍ଗବାଡ଼ିରେ ୬.୫ ଡିଗ୍ରୀ ରେକର୍ଡ କରାଯାଇଛି । ସେହିପରି ଭୁବନେଶ୍ୱରରେ ରବିବାର ଦିନ ୧୦.୫ ଡିଗ୍ରୀ ଏବଂ କଟକରେ ୧୧.୫ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଥିଲା ।












Click it and Unblock the Notifications