ପ୍ରବଳ ଶୀତରେ ଥରିଲା ସାରା ଓଡ଼ିଶା, ୧୦ ଡିଗ୍ରୀ ତଳକୁ ଖସିଛି ରାତ୍ରି ତାପମାତ୍ରା
ପ୍ରବଳ ଶୀତରେ ଥରିଲା ସାରା ଓଡ଼ିଶା, ୧୦ ଡିଗ୍ରୀ ତଳକୁ ଖସିଛି ରାତ୍ରି ତାପମାତ୍ରା
ଭୁବନେଶ୍ୱର: ରାଜ୍ୟରେ ଶୀତର ଲହରି ଜାରି ରହିଛି । ଗତ ଦୁଇ ଦିନ ହେବ ରାଜ୍ୟରେ ପ୍ରବଳ ଶୀତ ଅନୁଭୁତି ହେଉଛି । ଆଜି ରାଜ୍ୟର ୧୦ଟି ସ୍ଥାନରେ ତାପମାତ୍ରା ୧୦ ଡିଗ୍ରୀ ତଳକୁ ଖସିଛି । ଉତ୍ତରା ପବନ ଧୀରେଧୀରେ ସକ୍ରିୟ ହେଉଥିବାରୁ ରାଜ୍ୟକୁ ଥଣ୍ଡା ଓ ଶୁଷ୍କବାୟୁ ଅଧିକ ପ୍ରବାହିତ ହେବ। ଏହାସହ ରାଜ୍ୟର କିଛି କିଛି ଅଞ୍ଚଳରେ କୁହୁଡ଼ି ମଧ୍ୟ ଦେଖିବା ପାଇଁ ମିଳୁଛି । ଘୁ.ଉଦୟଗିରିରେ ସର୍ବନିମ୍ନ ତାପମାତ୍ରା ୭ ଡିଗ୍ରୀ ସେଲସିୟସ୍ ରେକର୍ଡ କରାଯାଇଛି ।

ରାଜ୍ୟର ୯ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଝାରସୁଗୁଡ଼ା, ସୁନ୍ଦରଗଡ଼, ଦେବଗଡ଼, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଅନୁଗୋଳ ଏବଂ ଢେଙ୍କାନାଳରେ ଶୀତ ଲହରି ଜାରି ରହିପାରେ ବୋଲି ସୂଚନା ରହିଛି ।












Click it and Unblock the Notifications