ଶୀତରେ ଥରହର ସାରା ରାଜ୍ୟ, ଆହୁରି ୩ ଦିନ ଥରାଇବ

ରାଜ୍ୟରେ ଶୀତର ପ୍ରକୋପ ବଢିବାରେ ଲାଗିଛି । ଆସନ୍ତା ୨ ଦିନ ମଧ୍ୟରେ ପାରଦ ୩ରୁ ୫ ଡିଗ୍ରୀ ଯାଏ ଖସିବା ସହ ଥଣ୍ଡାର ପ୍ରକୋପ ଆହୁରି ବଢ଼ିବାର ସମ୍ଭାବନା ରହିଛି । ଫଳରେ ଆହୁରି ୨ ରୁ ୩ ଦିନ ଯାଏ ଜାଡରେ ଥରିବ ଅଧିକାଂଶ ଜିଲ୍ଲା ।

ଭୁବନେଶ୍ୱର: ରାଜ୍ୟରେ ଶୀତର ପ୍ରକୋପ ବଢିବାରେ ଲାଗିଛି । ଆସନ୍ତା ୨ ଦିନ ମଧ୍ୟରେ ପାରଦ ୩ରୁ ୫ ଡିଗ୍ରୀ ଯାଏ ଖସିବା ସହ ଥଣ୍ଡାର ପ୍ରକୋପ ଆହୁରି ବଢ଼ିବାର ସମ୍ଭାବନା ରହିଛି । ଫଳରେ ଆହୁରି ୨ ରୁ ୩ ଦିନ ଯାଏ ଜାଡରେ ଥରିବ ଅଧିକାଂଶ ଜିଲ୍ଲା ।

Odisha Winter

ଉତ୍ତରା ପବନ ଧୀରେଧୀରେ ସକ୍ରିୟ ହେଉଥିବାରୁ ରାଜ୍ୟକୁ ଥଣ୍ଡା ଓ ଶୁଷ୍କବାୟୁ ଅଧିକ ପ୍ରବାହିତ ହେବ। ଏହାସହ ରାଜ୍ୟର କିଛି କିଛି ଅଞ୍ଚଳରେ କୁହୁଡ଼ି ମଧ୍ୟ ଦେଖାଯିବ। କଳାହାଣ୍ଡି, କନ୍ଧମାଳ, ବୌଦ୍ଧ, ଅନୁଗୁଳ, ଢେଙ୍କାନାଳ ଓ କଟକ ଆଦି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର କୁହୁଡ଼ି ଦେଖାଯିବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି । ଶୀତ ଲହରି ନେଇ ଆଜି ଓ କାଲି କିଛି ଜିଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।

ଶୁକ୍ରବାର ଝାରସୁଗୁଡ଼ାରେ ସର୍ବନିମ୍ନ ୫.୬ ଡିଗ୍ରୀ ସେଲସିୟସ ରେକର୍ଡ ହୋଇଛି । ରାଉରକେଲାରେ ୬ ଓ ସୁନ୍ଦରଗଡ଼ରେ ୭ ଡିଗ୍ରୀ ରେକର୍ଡ କରାଯାଇଛି । ରାଜ୍ୟରେ ୧୦ ଡିଗ୍ରୀ ତଳେ ୨୦ ସହର । ସେହିଭଳି କଟକ ଭୁବନେଶ୍ୱରରେ ରେକର୍ଡ ହେଲା ଶୀତରେ ସର୍ବନିମ୍ନ ରାତି ତାପମାତ୍ରା । କଟକରେ ୧୧ଡିଗ୍ରୀ ଥିବା ବେଳେ ଭୁବନେଶ୍ୱରରେ ୧୧.୫ ଡିଗ୍ରୀ ରହିଛି । ଯାହାକି ଗତ ରାତି ତୁଳନାରେ ୩ ଡିଗ୍ରୀ କମିଛି ତାପମାତ୍ରା ।

ସେହିପରି ଶୁକ୍ରବାର ସକାଳେ କଟକ, ଅନୁଗୋଳ ଏବଂ ଫୁଲବାଣୀରେ ଘନ କୁହୁଡ଼ି ଦୃଶ୍ୟମାନ ହୋଇଥିଲା। ପୂର୍ବାହ୍ନ ୯ଟା ପର୍ଯ୍ୟନ୍ତ କୁହୁଡ଼ି ପ୍ରଭାବ ଭାଙ୍ଗି ନ ଥିବାରୁ ଲୋକେ ହଇରାଣ ହୋଇଛନ୍ତି। କୋରାପୁଟ, ସୁବର୍ଣ୍ଣପୁର ଏବଂ ଭବାନୀପାଟଣାରେ ହାଲକା କୁହୁଡ଼ି ପଡ଼ିଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+