ଫେରିଲା ଶୀତ: ୩ରୁ ୫ଡିଗ୍ରୀ ତଳକୁ ଖସିବ ପାରଦ
ରାଜ୍ୟରୁ ପୁଣି ଫେରିଲା ଶୀତ । ଆସନ୍ତା ଦୁଇ ଦିନ ଭିତରେ ରାତି ତାପମାତ୍ରା ୩ରୁ ୫ ଡିଗ୍ରି ପର୍ଯ୍ୟନ୍ତ ତଳକୁ ଖସିବ ସମ୍ଭାବନା ଅଛି ।
ଭୁବନେଶ୍ୱର: ରାଜ୍ୟରୁ ପୁଣି ଫେରିଲା ଶୀତ । ଆସନ୍ତା ଦୁଇ ଦିନ ଭିତରେ ରାତି ତାପମାତ୍ରା ୩ରୁ ୫ ଡିଗ୍ରି ପର୍ଯ୍ୟନ୍ତ ତଳକୁ ଖସିବ ସମ୍ଭାବନା ଅଛି । ଫଳରେ ଶୀତର ପ୍ରକୋପ ବଢ଼ିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି । ପାଣିପାଗ ବିଶେଷଜ୍ଞଙ୍କ କହିବାନୁଯାୟୀ ଜାନୁଆରୀ ୧୪ ପର୍ଯ୍ୟନ୍ତ ଏହି ଶୀତ ଲହରୀ ଜାରି ରହିପାରେ ।

ସେପଟେ ରାଜଧାନୀ ଭୁବନେଶ୍ୱର ଓ କଟକ ସହରରେ ବି ଶୀତ ସାଙ୍ଗକୁ କୋହଲା ପବନ ଜନଜୀବନକୁ ଅସ୍ତବ୍ୟସ୍ତ କରିଛି । ସକାଳ ସମୟରେ ଶୀତ ସାଙ୍ଗକୁ ଘନ କୁହୁଡ଼ି ଟ୍ୱିନ୍ସିଟିରେ ଗମନାଗମନକୁ ପ୍ରଭାବିତ କରିଥିବା ସ୍ପଷ୍ଟ ବାରି ହେଉଛି । ଉଭୟ ସହରରେ ଦିନ ୯ଟା ପର୍ଯ୍ୟନ୍ତ ଟ୍ରକ୍, ବସ୍, କାର୍ ଗୁଡ଼ିକ ଲାଇଟ୍ ଦେଇ ଯାତାୟତ କରୁଛନ୍ତି । ଟ୍ୱିନ୍ସିଟିର କେତେକ ସ୍ଥାନରେ ଲୋକେ ରାତିବେଳା ନିଆଁ ଜାଳି ବସୁଥିବା ଦେଖିବାକୁ ମିଳୁଛି ।












Click it and Unblock the Notifications