ଜାନୁଆରୀ ପ୍ରଥମ ସପ୍ତାହରେ ନାହିଁ ଶୀତ ! ୨ ଦିନ ଘନ କୁହୁଡ଼ି
ଜାନୁଆରୀ ପ୍ରଥମ ସପ୍ତାହରେ ନାହିଁ ଶୀତ । ଡିସେମ୍ବର ୩୧ରୁ ବିଭିନ୍ନ ସ୍ଥାନରେ ତାପମାତ୍ରା ବୃଦ୍ଧି ଆରମ୍ଭ ହୋଇଥିବା ବେଳେ ଆସନ୍ତା ୫ ଦିନ ପର୍ଯ୍ୟନ୍ତ ଏହି ସ୍ଥିତି ଜାରି ରହିବାର ସମ୍ଭାବନା ରହିଛି ।
ଭୁବନେଶ୍ୱର: ଜାନୁଆରୀ ପ୍ରଥମ ସପ୍ତାହରେ ନାହିଁ ଶୀତ । ଡିସେମ୍ବର ୩୧ରୁ ବିଭିନ୍ନ ସ୍ଥାନରେ ତାପମାତ୍ରା ବୃଦ୍ଧି ଆରମ୍ଭ ହୋଇଥିବା ବେଳେ ଆସନ୍ତା ୫ ଦିନ ପର୍ଯ୍ୟନ୍ତ ଏହି ସ୍ଥିତି ଜାରି ରହିବାର ସମ୍ଭାବନା ରହିଛି । ତେଣୁ ଜାନୁଆରୀ ପ୍ରଥମ ସପ୍ତାହରେ ବିଶେଷ ଶୀତ ଅନୁଭୂତ ହେବ ନାହିଁ ବୋଲି ପାଣିପାଗ କେନ୍ଦ୍ର ଆକଳନ କରିଛି ।

ରବିବାର ସକାଳୁ ରାଜ୍ୟର ପାଗ ଥିଲା ରଜ ପାଗ। ଶୀତର ପ୍ରକୋପ ନଥିଲା। ଖରା ବି ଟାଣ ନଥିଲା। ହାଲୁକା କୁହୁଡ଼ି ପରିବେଶକୁ ଭ୍ରମଣ ଉପଯୋଗୀ କରିଥିଲା। ଆସନ୍ତା ୩ ଦିନ ରାଜ୍ୟରେ ଏହିଭଳି ପାଗ ରହିପାରେ। ଆସନ୍ତା ୪ରୁ ୫ ଦିନ ରାଜ୍ୟରେ ଶୀତ ପ୍ରଭାବ ରହିବ ନାହିଁ । ରାତିର ସର୍ବନିମ୍ନ ତାପମାତ୍ରା ୩ରୁ ୪ ଡିଗ୍ରି ପର୍ଯ୍ୟନ୍ତ ବୃଦ୍ଧିପାଇବ।
ରବିବାର ସୁଦ୍ଧା ପାରାଦୀପରେ ତାପମାତ୍ରା ସ୍ୱାଭାବାକଠାରୁ ୭.୬ ଡିଗ୍ରୀ ସେଲ୍ଫସିୟସ୍ ଅଧିକ ଥିବା ବେଳେ ଚାନ୍ଦବାଲିରେ ୭.୨, ବାରିପଦାରେ ୬.୬, କଟକରେ ୬.୫ ଓ ବାକି କିଛି ସ୍ଥାନରେ ୩-୫ ଡିଗ୍ରୀ ପର୍ଯ୍ୟନ୍ତ ତାପମତ୍ରା ସ୍ୱାଭାବିକଠାରୁ ଅଧିକ ରହିଛି । ଏହି କାରଣ ପାଇଁ ଶୀତ ଗାଏବ ହୋଇଥିବା ବେଳେ ଦିନରେ ତାତି ଅନୁଭୂତ ହେଉଛି ।
ଅନ୍ୟପଟେ ରବିବାର ଭଳି ଆଜି(ସୋମବାର) କେନ୍ଦୁଝର, ଅନୁଗୁଳ, ଢେଙ୍କାନାଳ, କଟକ, ନୟାଗଡ଼, କନ୍ଧମାଳ, ଗଜପତି, ଗଞ୍ଜାମ, କୋରାପୁଟ ଓ ରାୟଗଡ଼ା ଜିଲ୍ଲାରେ ଘନ କୁହୁଡ଼ି ଦେଖାଯିବ। ଏଣୁ ପାଣିପାଗ କେନ୍ଦ୍ର ପକ୍ଷରୁ ଏହି ୧୦ ଜିଲ୍ଲାରେ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ୩ ତାରିଖ ଦିନ ମଧ୍ୟ ଅନୁଗୁଳ, ଢେଙ୍କାନାଳ, କଟକ, କନ୍ଧମାଳ, ଗଞ୍ଜାମ, କଳାହାଣ୍ଡି, ବୌଦ୍ଧ ଓ ସୋନପୁର ଜିଲ୍ଲାରେ ଘନ କୁହୁଡ଼ି ପଡ଼ିପାରେ ବୋଲି ସୂଚନା ମିଳିଛି ।












Click it and Unblock the Notifications