ଏଣିକି କମିବ ଶୀତର ପ୍ରକୋପ, କଲବଲ କରିବ ଘନ କୁହୁଡି
ରାଜ୍ୟରେ ଶୀତ ପ୍ରକୋପ କମିଥିବା ବେଳେ ଆଗକୁ ଆହୁରି କମିବ। ଏକ ଗୁରୁଚାପ ବଳୟ ଓଡ଼ିଶା ଉପକୂଳ ଆଖପାଖରେ ସକ୍ରିୟ ରହିଥିବାରୁ ଏହାର ପ୍ରଭାବରେ କୁହୁଡ଼ି ବଢ଼ିବ ବୋଲି ପୂର୍ବାନୁମାନ କରିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର।
ଭୁବନେଶ୍ବର: ରାଜ୍ୟରେ ଶୀତ ପ୍ରକୋପ କମିଥିବା ବେଳେ ଆଗକୁ ଆହୁରି କମିବ । ଏକ ଗୁରୁଚାପ ବଳୟ ଓଡ଼ିଶା ଉପକୂଳ ଆଖପାଖରେ ସକ୍ରିୟ ରହିଥିବାରୁ ଏହାର ପ୍ରଭାବରେ କୁହୁଡ଼ି ବଢ଼ିବ ବୋଲି ପୂର୍ବାନୁମାନ କରିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର। ତେବେ ରାଜ୍ୟର ଅଧିକାଂଶ ସ୍ଥାନରେ ତାପମାତ୍ରା ସ୍ୱାଭାବିକଠାରୁ ଉପରକୁ ଯାଇଛି ।

ଗତକାଲି ସେମିଲିଗୁଡା ୮ ଡ଼ିଗ୍ରୀ, ଜି ଉଦୟଗିରି ୮.୫ ଡ଼ିଗ୍ରୀ, କୋରପୁଟ ୯ ଡ଼ିଗ୍ରୀ ଓ ଫୁଲବାଣୀରେ ୧୦ ଡ଼ିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି । ସେହପରି ଟ୍ୱିନସିଟି ଭୁବନେଶ୍ୱରରେ ୧୭.୬ ଡ଼ିଗ୍ରୀ ଓ କଟକ ରେ ୧୮ ଡ଼ିଗ୍ରୀ ରାତ୍ରି ତାପମାତ୍ରା ରେକର୍ଡ କରାଯାଇଛି ।
ତେବେ ରାଜ୍ୟରେ ଏବେ ୫ ଦିନ ଯାଏ ପାଗ ଶୁଖିଲା ରହିବ। ସାମୁଦ୍ରିକ ବାୟୁର ପ୍ରଭାବ ସାମାନ୍ୟ ବୃଦ୍ଧି ହୋଇଥିବାରୁ ରାତିର ତାପମାତ୍ରା ବୃଦ୍ଧି ସମ୍ଭାବନା ରହିଛି । ଆଗାମୀ ୨ ଦିନରେ ୨ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ରାତିର ତାପମାତ୍ରା ବଢ଼ିପାରେ । ଫଳରେ ୩ରୁ ୪ ଦିନ ଯାଏ ଶୀତର ବିଶେଷ ପ୍ରଭାବ ରହିବନାହିଁ ବୋଲି ପାଣିପାଗ ବିଭାଗ ଆକଳନ କରିଛି ।
ଏପଟେ ରାଜ୍ୟର ବିଭିନ୍ନ ସ୍ଥାନରେ କୁହୁଡ଼ିର ଆସ୍ତରଣ ଦେଖିବାକୁ ମିଳିଛି । ସକାଳୁ ଯାତାୟତରେ ଅସୁବିଧା ପରିଲକ୍ଷିତ ହୋଇଛି । ୫୦ରୁ ଉର୍ଦ୍ଧ୍ବ ମିଟର ପର୍ଯ୍ଯନ୍ତ ଦୃଶ୍ୟମାନ ହେବା କଷ୍ଟସାଧ୍ୟ ହୋଇପଡିଛି । ଫଳରେ ଯାତାୟତ ପାଇଁ ଗାଡ଼ି ଚଳାଚଳରେ ଅସୁବିଧା ଭୋଗୁଛନ୍ତି ଲୋକେ । କଟକ ଓ ଭୁବନେଶ୍ବର ସମେତ ଅନ୍ୟ ଜିଲ୍ଲାରେ ମଧ୍ୟ କୁହୁଡ଼ି ଦେଖିବାକୁ ମିଳିଛି ।
କଟକ ଓ ଭୁବନେଶ୍ବରରେ ୫୦ ମିଟରର ଘନ କୁହୁଡି ଦୃଶ୍ୟମାନ ହୋଇଥିବା ବେଳେ ଚାନ୍ଦବାଲି ୬୦ ମିଟର, ପାରାଦୀପରେ ୭୫ ମଟିରର ଘନ କୁହୁଡି ଦୃଶ୍ୟମାନ ହୋଇଛି। ସେହିପରି ପୁରୀରେ ୨୦୦ ମିଟରର ମଧ୍ୟମ ଧରଣର କୁହୁଡ଼ି ଓ ଅନୁଗୁଳରେ ୫୦୦ ମିଟରର ହାଲୁକା କୁହୁଡି ଦୃଶ୍ୟମାନ ହୋଇଛି।












Click it and Unblock the Notifications