ଶୀତରୁ ମିଳିବ ସାମାନ୍ୟ ଆଶ୍ବସ୍ତି, ଜାରି ରହିବ ଘନ କୁହୁଡ଼ି

ଶୀତରୁ ମିଳିବ ସାମାନ୍ୟ ଆଶ୍ବସ୍ତି । ହେଲେ ଜାରି ରହିବ ଘନ କୁହୁଡ଼ି । ରାଜ୍ୟରେ ଏବେ କମିଛି ଶୀତର ପ୍ରଭାବ । ହେଲେ ରାଜ୍ୟରେ ଜାରି ରହିଛି ଘନ କୁହୁଡ଼ି ।

ଭୁବନେଶ୍ୱର: ଶୀତରୁ ମିଳିବ ସାମାନ୍ୟ ଆଶ୍ବସ୍ତି । ହେଲେ ଜାରି ରହିବ ଘନ କୁହୁଡ଼ି । ରାଜ୍ୟରେ ଏବେ କମିଛି ଶୀତର ପ୍ରଭାବ । ହେଲେ ରାଜ୍ୟରେ ଜାରି ରହିଛି ଘନ କୁହୁଡ଼ି । ଉପକୂଳ ବର୍ତ୍ତୀ ଅଞ୍ଚଳ ସମେତ ରାଜ୍ୟର ଅନେକ ସ୍ଥାନରେ ଦେଖା ଦେଇଛି କୁହୁଡ଼ି । ଓଡିଶାର ଆଖପାଖ ଅଞ୍ଚଳରେ ଗୁରୁଚାପ ବଳୟ ସକ୍ରିୟ ଥିବା ବେଳେ ପ୍ରବଳ ଜାଡରୁ ସାମାନ୍ୟ ଆଶ୍ବସ୍ତି ମିଳିଛି ।

Odisha Winter

ସାମୁଦ୍ରିକ ବାୟୁର ପ୍ରବାହ ବୃଦ୍ଧି ଯୋଗୁଁ ଆଗାମୀ କିଛି ଦିନ ପର୍ଯ୍ୟନ୍ତ ରାଜ୍ୟର ତାପମାତ୍ରା ବିଶେଷ ହ୍ରାସ ହେବାର ସମ୍ଭାବନା ନାହିଁ। ଆସନ୍ତା ୪ଦିନ ମଧ୍ୟ ଏମିତି ସ୍ଥିତି ଜାରି ରହିବ। କିନ୍ତୁ ଗୁରୁଚାପ ପ୍ରଭାବରେ ଆସନ୍ତାକାଲିକୁ ମିଶାଇ ୨ ଦିନ ରାଜ୍ୟରେ ଘନ କୁହୁଡ଼ି ଦେଖାଯିବ ବୋଲି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି।

ଆଗାମୀ ୨ ଦିନ ଯାଏ ତାପମାତ୍ରା ୨ ରୁ ୩ ଡିଗ୍ରୀ ବୃଦ୍ଧି ହେବାର ସମ୍ଭାବନା ରହିଛି । କେନ୍ଦ୍ରାପଡ଼ା, ପୁରୀ, କଟକ, ଖୋର୍ଦ୍ଧା, ଜଗତସିଂହପୁର, ଯାଜପୁର, ଭଦ୍ରକ, ଢେ଼ଙ୍କାନାଳ ଇତ୍ୟାଦି ଜିଲ୍ଲାରେ ଘନ କୁହୁଡି ଦେଖିବାକୁ ମିଳିଛି । ଆହୁରି ୨ ଦିନ ଏଭଳି କୁହୁଡ଼ି ରହିବ ବୋଲି ପାଣିପାଗ ବିଭାଗ ଆକଳନ କରିଥିବା ବେଳେ ୪ରୁ ୫ ଦିନ ଯାଏ ତାପମାତ୍ରା ରେ ବିଶେଷ ପରିବର୍ତ୍ତନ ଦେଖିବାକୁ ମିଳିବନି ।

କୋରାପୁଟଠାରେ ଗତକାଲି ରାଜ୍ୟର ସର୍ବନିମ୍ନ ତାପମାତ୍ରା ୧୧ ଡିଗ୍ରି ରେକର୍ଡ ହୋଇଥିଲା। ସେହିପରି ବାଲେଶ୍ବରରେ ୧୪.୭ଡିଗ୍ରି ଓ କିରେଇରେ ସର୍ବନିମ୍ନ ୧୪.୫ ଡିଗ୍ରି, କଟକରେ ୧୭.୫ ଡିଗ୍ରି ଓ ଭୁବନେଶ୍ବରରେ ୧୮ ଡିଗ୍ରି ରେକର୍ଡ ହୋଇଥିଲା।

ଅପରପକ୍ଷେ ନୟାଗଡ଼, କଟକ, ଅନୁଗୁଳ, ଫୁଲବାଣୀ ଓ ବଲାଙ୍ଗୀର ଜିଲ୍ଲାରେ ଗତ ରାତି ଓ ଆଜି ସକାଳେ ଘନ କୁହୁଡ଼ି ଦେଖିବାକୁ ମିଳିଥିଲା। ନୟାଗଡ଼ରେ କୁହୁଡ଼ିର ଦୃଶ୍ୟମାନ ଦୂରତା ୭୫ ମିଟର, କଟକ, ଅନୁଗୁଳ ଓ ଫୁଲବାଣୀରେ ୧୦୦ ମିଟର ଏବଂ ବଲାଙ୍ଗୀରରେ ୧୫୦ ମିଟର ରହିଥିଲା।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+