ଫେରିଲା ଶୀତ, ଥରୁଛି ଓଡ଼ିଶା: ଜି. ଉଦୟଗିରି ସବୁଠୁ ଥଣ୍ଡା
: ରାଜ୍ୟକୁ ଫେରିଛି ଶୀତ । କିଛି ଦିନ ହେବ କ୍ରମାଗତ ଭାବେ ବିଭିନ୍ନ ସ୍ଥାନରେ ତାପମାତ୍ରା ତଳକୁ ଖସୁଛି । ଫଳରେ ପୂର୍ବ ଅପେକ୍ଷା ଅଧିକାଂଶ ସ୍ଥାନରେ ଥଣ୍ଡା ଅନୁଭୂତ ହେଉଛି । ଉତ୍ତରା ପବନ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ପାରଦ ତଳ ମୁହାଁ ରହିଛି।
ଭୁବନେଶ୍ୱର: ରାଜ୍ୟକୁ ଫେରିଛି ଶୀତ । କିଛି ଦିନ ହେବ କ୍ରମାଗତ ଭାବେ ବିଭିନ୍ନ ସ୍ଥାନରେ ତାପମାତ୍ରା ତଳକୁ ଖସୁଛି । ଫଳରେ ପୂର୍ବ ଅପେକ୍ଷା ଅଧିକାଂଶ ସ୍ଥାନରେ ଥଣ୍ଡା ଅନୁଭୂତ ହେଉଛି । ଉତ୍ତରା ପବନ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ପାରଦ ତଳ ମୁହାଁ ରହିଛି। ପ୍ରଥମ ଥର ଚଳିତ ଋତୁରେ ୫ ଡ଼ିଗ୍ରୀ ଛୁଇଁଛି ରାତ୍ରି ତାପମାତ୍ରା ।

ଚଳିତ ଶୀତ ଋତୁରେ ୫ ଡିଗ୍ରୀ ରାତି ତାପମାତ୍ରା ସହ ପ୍ରଥମ ଥର ପାଇଁ ଜି.ଉଦୟଗିରି ସବୁଠୁ ଥଣ୍ଡା ସହର ଭାବେ ରେକର୍ଡ କରାଯାଇଛି । ଜି ଉଦୟଗିରି ୫ , ସେମିଳିଗୁଡା ୭, କେନ୍ଦୁଝର ୭.୬, ଚିପିଲିମା ୭.୬, ଫୁଲବାଣୀ ୮, ଝାରସୁଗୁଡା ୮.୨, ସୁନ୍ଦରଗଡ ୮.୫, କୋରାପୁଟ ୯, ଦାରିଙ୍ଗିବାଡି ୯, ଭୁବନେଶ୍ୱର ୧୩ ଓ କଟକରେ ୧୩.୨ ଡିଗ୍ରୀ ରେକର୍ଡ କରାଯାଇଛି ।
ଉତ୍ତର ଆଭ୍ୟନ୍ତରୀଣ ଓଡିଶାରେ ଅଧିକ ଥଣ୍ଡା ଅନୁଭୂତ ହେଉଛି । ସ୍ୱାଭାବିକ ଠାରୁ ରାତି ତାପାମାତ୍ରା ୩ ରୁ ୪ ଡିଗ୍ରୀ କମ୍ ରେକର୍ଡ କରାଯାଇଛି । ଏନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି।












Click it and Unblock the Notifications