ରାଜ୍ୟରେ ଜାରି ରହିଛି ଶୀତର ପ୍ରକୋପ, ଉପକୂଳରେ ପ୍ରବଳ କୁହୁଡ଼ି
ସାରା ରାଜ୍ୟରେ ଜାରି ରହିଛି ଶୀତର ପ୍ରକୋପ । ଆସନ୍ତା ୬ ଦିନ ସର୍ବନିମ୍ନ ତାପମାତ୍ରାରେ ହୋଇପାରେ ସାମାନ୍ୟ ପରିବର୍ତ୍ତନ । ୧୨ରୁ ୧୫ ତାରିଖ ମଧ୍ୟରେ ଭୁବନେଶ୍ୱର ତାପମାତ୍ରା ୧୫ରୁ ୧୭ ଡିଗ୍ରୀ ମଧ୍ୟରେ ରହିବ ।
ଭୁବନେଶ୍ୱର: ସାରା ରାଜ୍ୟରେ ଜାରି ରହିଛି ଶୀତର ପ୍ରକୋପ । ଆସନ୍ତା ୬ ଦିନ ସର୍ବନିମ୍ନ ତାପମାତ୍ରାରେ ହୋଇପାରେ ସାମାନ୍ୟ ପରିବର୍ତ୍ତନ । ୧୨ରୁ ୧୫ ତାରିଖ ମଧ୍ୟରେ ଭୁବନେଶ୍ୱର ତାପମାତ୍ରା ୧୫ରୁ ୧୭ ଡିଗ୍ରୀ ମଧ୍ୟରେ ରହିବ । କଟକରେ ୧୪ରୁ ୧୭ ଡିଗ୍ରୀ ଓ ରାଉରକେଲାରେ ୯ରୁ ୧୨ ଡିଗ୍ରୀ ମଧ୍ୟରେ ରହିବ । ଏହି ସମୟ ମଧ୍ୟରେ ଅଧିକାଂଶ ସ୍ଥାନରେ କୁହୁଡ଼ି ପଡ଼ିବ ।

ତେବେ ଶନିବାରଠାରୁ ଶୀତ ବଢ଼ିବ । ୧୩ ତାରିଖ ରାତିରେ ସାରା ରାଜ୍ୟରେ ସର୍ବନିମ୍ନ ତାପମାତ୍ରା ୨ରୁ ୩ ଡିଗ୍ରୀ ବଢ଼ିବା ଯୋଗୁଁ ଶୀତ କମିବ ।ପାଣିପାଗ ବିଶେଷଜ୍ଞ କହିଛନ୍ତି ଯେ ଜାନୁଆରି ୧୨ ଓ ୧୩ ତାରିଖ ରାତିରେ ରାଜ୍ୟରେ ଶୀତ ଆହୁରି କମିବ । ଶନିବାରଠାରୁ ଶୀତ ବଢ଼ିବ । ୧୩ ତାରିଖ ରାତିରେ ସାରା ରାଜ୍ୟରେ ସର୍ବନିମ୍ନ ତାପମାତ୍ରା ୨ରୁ ୩ ଡିଗ୍ରୀ ବଢ଼ିବା ଯୋଗୁଁ ଶୀତ କମିବ । ୧୩ ତାରିଖରୁ ଉତ୍ତର ଉପକୂଳ ଓ ଆଭ୍ୟନ୍ତରୀଣ ଉତ୍ତର ଓଡ଼ିଶା ଉତ୍ତରା ପବନ ବହିବ । ତେଣୁ ୧୪ ଓ ୧୫ ତାରିଖରେ ୩ ଡିଗ୍ରୀ କମିବାକୁ ଥିବା ବେଳେ ୧୭ ଓ ୧୮ ତାରିଖରେ ପୁଣି ୩ ଡିଗ୍ରୀ କମିବା ଯୋଗୁଁ ଶୀତ ଅଧିକ ଅନୁଭୂତ ହେବ ।












Click it and Unblock the Notifications