ଆଜିଠୁ ବଢିବ ଶୀତ: ୨ ଦିନ ମଧ୍ୟରେ ୪ ଡିଗ୍ରୀ ପର୍ଯ୍ୟନ୍ତ ହ୍ରାସ ପାଇବ ତାପମାତ୍ରା
ଆଜିଠୁ ରାଜ୍ୟରେ ବଢିବ ଶୀତ । ଆସନ୍ତା ଦୁଇଦିନ ମଧ୍ୟରେ ୪ଡିଗ୍ରୀ ପର୍ଯ୍ୟନ୍ତ ହ୍ରାସ ପାଇବ ତାପମାତ୍ରା । ଫଳରେ ରାତିରେ ଆହୁରି ଶୀତ ଅନୁଭୂତ ହେବ।
ଭୁବନେଶ୍ୱର: ଆଜିଠୁ ରାଜ୍ୟରେ ବଢିବ ଶୀତ । ଆସନ୍ତା ଦୁଇଦିନ ମଧ୍ୟରେ ୪ଡିଗ୍ରୀ ପର୍ଯ୍ୟନ୍ତ ହ୍ରାସ ପାଇବ ତାପମାତ୍ରା । ଫଳରେ ରାତିରେ ଆହୁରି ଶୀତ ଅନୁଭୂତ ହେବ। କନ୍ଧମାଳ, କୋରାପୁଟରେ ଥଣ୍ଡା ପ୍ରକୋପ ବଢିବ । ତେବେ ସକାଳୁ ଶିତୁଆ ପରିବେଶର ମଜା ନେଉଛନ୍ତି ଲୋକେ ।

ସାରା ଓଡିଶାରେ ଶୀତର ପ୍ରକୋପ ବଢୁଥିବା ବେଳେ ଗଜପତି ଜିଲ୍ଲା ମୋହନାରେ ଏହାର ପ୍ରଭାବ ଦେଖିବାକୁ ମିଳିଛି । ଚାରିଆଡେ ଘନ କୁହୁଡି ପଡିବା ସହ ଶୀତ ମଧ୍ୟ ବଢି ବଢି ଚାଲିଛି । ଲୋକେ ଶୀତ ଦାଉରୁ ରକ୍ଷା ପାଇବା ପାଇଁ କେଉଁଠି ନିଆଁ ଜାଳି ବସୁଛନ୍ତି । ସେହିପରି ଚା ଦୋକାନରେ ବି ଭିଡ ଦେଖିବାକୁ ମିଳିଛି ।
ସେହିପରି କନ୍ଧମାଳରେ ପହିଲି ଶୀତ ସ୍ପର୍ଶ କରିଛି । ସକାଳେ ଘନ କୁହୁଡି ସାଙ୍ଗକୁ ହାଲକା ହାଲକା ଶୀତ ଲୋକଙ୍କୁ ଆମୋଦିତ କରୁଛି । ଫୁଲ ଉପରେ ଟିପି ଚିପି କାକର ବିନ୍ଦୁ ଝଲସୁଛି । ସକାଳୁ ସକାଳୁ ଚା' ଦୋକାନ ଆଗରେ ଲୋକଙ୍କ ଭିଡ ଜମୁଛି । ଶୀତ ଦାଉରୁ ରକ୍ଷା ପାଇବା ପାଇଁ ଲୋକେ ନିଆଁ ଜାଳି ବସୁଛନ୍ତି ।
ସେପଟେ ଆସନ୍ତା ୧୬ତାରିଖରେ ଦକ୍ଷିଣ ପୂର୍ବ ବଙ୍ଗୋପସାଗର ସଂଲଗ୍ନ ଆଣ୍ଡାମାନ ସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ। ଯାହାର ପ୍ରଭାବ ରାଜ୍ୟରେ କେତେ ରହିବ , ସେନେଇ ପାଣିପାଗ ବିଭାଗର ନଜର ରହିଛି। ହେଲେ ଆସନ୍ତା ୭ଦିନ ପର୍ଯ୍ୟନ୍ତ ରାଜ୍ୟରେ ପାଗ ଶୁଖିଲା ରହିବା ସହ ଶୀତ ବଢିବ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ ପ୍ରକାଶ କରାଯାଇଛି ।












Click it and Unblock the Notifications