ଥଣ୍ଡାରେ ଥରୁଛି ସାରା ଓଡିଶା: ୧୦ ଡିଗ୍ରୀ ତଳେ ୯ ସହରର ତାପମାତ୍ରା, ସେମିଳିଗୁଡ଼ାରେ ସର୍ବନିମ୍ନ ୫.୬ ଡ଼ିଗ୍ରୀ
ଥଣ୍ଡାରେ ଥରୁଛି ସାରା ଓଡିଶା । ରାଜ୍ୟରେ ୧୦ ଡିଗ୍ରୀ ତଳେ ରହିଛି ୯ ସହରର ରାତି ତାପମାତ୍ରା। କୋରାପୁଟ ଜିଲାର ସେମିଳିଗୁଡ଼ା ସହର ସବୁଠାରୁ ଥଣ୍ଡା ସହର ହୋଇଛି । ସେମିଳିଗୁଡ଼ାରେ ରାତି ତାପମାତ୍ରା ୫.୬ଡିଗ୍ରୀ ରହିଛି।
ଭୁବନେଶ୍ବର: ଥଣ୍ଡାରେ ଥରୁଛି ସାରା ଓଡିଶା । ରାଜ୍ୟରେ ୧୦ ଡିଗ୍ରୀ ତଳେ ରହିଛି ୯ ସହରର ରାତି ତାପମାତ୍ରା। କୋରାପୁଟ ଜିଲାର ସେମିଳିଗୁଡ଼ା ସହର ସବୁଠାରୁ ଥଣ୍ଡା ସହର ହୋଇଛି । ସେମିଳିଗୁଡ଼ାରେ ରାତି ତାପମାତ୍ରା ୫.୬ଡିଗ୍ରୀ ରହିଛି ।

ସେହିପରି ଜି.ଉଦୟଗିରି ୮ଡିଗ୍ରୀ ରହିଥିବା ବେଳେ କନ୍ଧମାଳ ତାପମାତ୍ରା ୮.୫ଡିଗ୍ରୀ ରହିଛି । ଅପରପକ୍ଷରେ କେନ୍ଦୁଝର, କୋରାପୁଟ, ଦାରିଙ୍ଗିବାଡ଼ି ଓ ସୁନ୍ଦରଗଡ଼ କିରେଇରେ ରାତି ତାପମାତ୍ରା ୯.୫ଡିଗ୍ରୀ ଲେଖାଏଁ ରେକର୍ଡ ହୋଇଛି। ସମ୍ବଲପୁର ଚିପିଲିମା ୯.୮ ରହିଥିବାବେଳେ ଭବାନୀପାଟଣାରେ ତାପମାତ୍ରା ୧୦ଡିଗ୍ରୀ ରେକର୍ଡ କରାଯାଇଛି । ସେହିପରି ରାଜଧାନୀ ଭୁବନେଶ୍ୱରରେ ରାତି ତାପମାତ୍ରଂ 14 ଡିଗ୍ରୀ ରେକର୍ଡ ହୋଇଥବା ବେଳେ କଟକର ରାତି ତାପମାତ୍ରା ରହିଛି 15 ଡିଗ୍ରୀ ।












Click it and Unblock the Notifications