ରାଜ୍ୟରେ ବଢୁଛି ଶୀତ, ୧୪ ଡ଼ିଗ୍ରୀ ତଳେ ୯ଟି ସ୍ଥାନର ତାପମାତ୍ରା

ରାଜ୍ୟରେ ଆରମ୍ଭ ହୋଇଛି ଶୀତର ପ୍ରକୋପ । କୁହୁଡ଼ ସହିତ ଧିରେ ଧିରେ ଶୀତ ବଢିବାରେ ଲାଗିଛି । ରାଜ୍ୟର ପ୍ରାୟ ୯ଟି ସ୍ଥାନର ତାପମାତ୍ରା ଆଜି ୧୪ ଡ଼ିଗ୍ରୀ ତଳେ ରହିଛି । ତେବେ ଶିମିଳିଗୁଡାରେ ସର୍ବାନିମ୍ନ ୬.୪ ଡ଼ିଗ୍ରୀ ତାପମାତ୍ର ରେକ୍ରଡ କରଯାଇଥି ।

ଭୁବନେଶ୍ବର: ରାଜ୍ୟରେ ଆରମ୍ଭ ହୋଇଛି ଶୀତର ପ୍ରକୋପ । କୁହୁଡ଼ ସହିତ ଧିରେ ଧିରେ ଶୀତ ବଢିବାରେ ଲାଗିଛି । ରାଜ୍ୟର ପ୍ରାୟ ୯ଟି ସ୍ଥାନର ତାପମାତ୍ରା ଆଜି ୧୪ ଡ଼ିଗ୍ରୀ ତଳେ ରହିଛି । ତେବେ ଶିମିଳିଗୁଡାରେ ସର୍ବାନିମ୍ନ ୬.୪ ଡ଼ିଗ୍ରୀ ତାପମାତ୍ର ରେକ୍ରଡ କରଯାଇଥି ।

Odisha Winter

ସେହିପକି ଜି. ଉଦୟଗିରିରେ ୮.୦ ଡ଼ିଗ୍ରୀ, ଫୁଲବାଣୀରେ ୧୦.୦ ଡ଼ିଗ୍ରୀ, କୋରାପୁଟରେ ୧୦.୦ ଡ଼ିଗ୍ରୀ, ଦାରିଙ୍ଗବାଡିରେ ୧୦.୫ ଡ଼ିଗ୍ରୀ
ଭବାନୀପାଟଣାରେ ୧୨ ଡ଼ିଗ୍ରୀ, ବୌଦ୍ଧରେ ୧୨ ଡ଼ିଗ୍ରୀ, ଝାରସୁଗୁଡାରେ ୧୩.୨ ଡ଼ିଗ୍ରୀ ଓ କେନ୍ଦୁଝରରେ ୧୩.୪ ଡ଼ିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି ।

ଆଗାମୀ ୩ରୁ ୪ ଦିନ ରାତି ତାପମାତ୍ରାରେ ବିଶେଷ ପରିବର୍ତ୍ତନ ନାହିଁ । ଆସନ୍ତା ୩ଦିନ ମଧ୍ୟରେ ୪ଡିଗ୍ରୀ ପର୍ଯ୍ୟନ୍ତ ହ୍ରାସ ପାଇବ ତାପମାତ୍ରା । ଫଳରେ ରାତିରେ ଶୀତ ଅନୁଭୂତ ହେବ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି ।

ସେହିଭଳି ଦକ୍ଷିଣ ପୂର୍ବ ବଙ୍ଗୋପସାଗର ସଂଲଗ୍ନ ଆଣ୍ଡାମାନ ସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ । ଯାହାର ପ୍ରଭାବ ରାଜ୍ୟରେ କେତେ ରହିବ ତା ଉପରେ ପାଣିପାଗ ବିଭାଗର ନଜର ରହିଛି । ହେଲେ ଆସନ୍ତା ୭ଦିନ ପର୍ଯ୍ୟନ୍ତ ରାଜ୍ୟରେ ପାଗ ଶୁଖିଲା ରହିବା ସହ ଶୀତ ବଢିବ ବୋଲି ପାଣିପାଗ କେନ୍ଦ୍ର କହିଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+