• search
For Quick Alerts
Turn On Notification  
For Daily Alerts
Oneindia App Download

ଆଜିଠୁ ରାଜ୍ୟରେ ବଢିବ ଶୀତ: ତାପମାତ୍ରା ୩ରୁ ୫ ଡିଗ୍ରୀ କମିବା ସମ୍ଭାବନା

|

ଭୁବନେଶ୍ୱର: ରାଜ୍ୟରେ ଆଜିଠୁ ପୁଣି ଶୀତ ବଢିବା ସମ୍ଭାବନା ରହିଛି । ରାତି ତାପମାତ୍ରା ୩ରୁ ୫ ଡିଗ୍ରୀ ହ୍ରାସ ପାଇପାରେ । ବଙ୍ଗୋପସାଗରରେ ସୃଦୃଶ୍ୟ ଲଘୁଚାପ ଦୁର୍ବଳ ଯୋଗୁଁ ସାମୁଦ୍ରିକ ବାୟୁର ପ୍ରଭାବ କମିବ । ଗତକାଲି ରାତିରେ ରାଜ୍ୟରେ ଶୀତ ପ୍ରକୋପ ସେତେ ନଥିଲା । ଅଧିକାଂଶ ସ୍ଥାନର ତାପମାତ୍ରା ପ୍ରାୟ ସ୍ବାଭାବିକ ରହିଥିବା ବେଳେ ୧୩.୮ ଡିଗ୍ରୀ ସେଲସିୟସ ତାପମାତ୍ରା ସହ ଝାରସୁଗୁଡ଼ା ରାଜ୍ୟର ସବୁଠୁ ଥଣ୍ଡା ସହର ଥିଲା ।

Odisha Winter

ପାଣିପାଗ ବିଶେଷଜ୍ଞଙ୍କ କହିବାନୁଯାୟୀ , ଉପକୂଳ, ଆଭ୍ୟନ୍ତରୀଣ ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ଆସନ୍ତା ୩ ଦିନ ଅର୍ଥାତ ୨୬ ତାରିଖ ପର୍ଯ୍ୟନ୍ତ ସର୍ବନିମ୍ନ ତାପମାତ୍ରା କମିବ । ଉପକୂଳରେ ୩ ଡିଗ୍ରୀ କମିବା ବେଳେ ଦକ୍ଷିଣ ଆଭ୍ୟନ୍ତରରେ ପ୍ରାୟ ୧.୫ ଡିଗ୍ରୀ କମିପାରେ । ୨୭ ତାରିଖରୁ ଉପକୂଳରେ ରାତି ତାପମାତ୍ରା କ୍ରମଶଃ ବଢ଼ିବ । ୨୯ ତାରିଖ ସୁଦ୍ଧା ପ୍ରାୟ ୨ ଡିଗ୍ରୀ ତାପମାତ୍ରା ବଢ଼ିପାରେ । ଦକ୍ଷିଣ ଆଭ୍ୟନ୍ତର ଓ ପଶ୍ଚିମ ଓଡ଼ିଶାରେ ୨୭ ଓ ୨୮ ତାରିଖ ୨ ଦିନରେ ପ୍ରାୟ ୨ ଡିଗ୍ରୀ ତାପମାତ୍ରା ବଢ଼ିବ ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
Odisha Winter: Temperature Decease From Today
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X