ଆଜି ଶିମିଳିଗୁଡା ସବୁଠାରୁ ଥଣ୍ଡା ଜାଗା
ରାଜ୍ୟରେ ଜାରି ରହିଛି ଶୀତ ଲହରୀ। ଆଭ୍ୟନ୍ତରୀଣ ଓଡ଼ିଶାରେ ଶୀତର ପ୍ରକୋପ ଅଧିକ ରହିଛି । ଗତକାଲି ରାଜ୍ୟର ୯ଟି ସହରର ରାତି ତାପମାତ୍ରା ୧୪ ଡିଗ୍ରୀ ତଳେ ରହିଥିଲା।
ଭୁବନେଶ୍ବର: ରାଜ୍ୟରେ ଜାରି ରହିଛି ଶୀତ ଲହରୀ । ଆଭ୍ୟନ୍ତରୀଣ ଓଡ଼ିଶାରେ ଶୀତର ପ୍ରକୋପ ଅଧିକ ରହିଛି । ଗତକାଲି ରାଜ୍ୟର ୯ଟି ସହରର ରାତି ତାପମାତ୍ରା ୧୪ ଡିଗ୍ରୀ ତଳେ ରହିଥିଲା ।

ତେବେ ରାଜ୍ୟର ସର୍ବନିମ୍ନ ତାପମାତ୍ରା କୋରାପୁଟ ଜିଲ୍ଲାର ସେମିଳିଗୁଡ଼ା ଠାରେ ରେକର୍ଡ ହୋଇଛି । ଏଠାରେ ତାପମାତ୍ରା ୭.୬ ଡିଗ୍ରି ରେକର୍ଡ କରାଯାଇଛି । ଏହାଛଡ଼ା ଜି. ଉଦୟଗିରିରେ ୮.୨ ଡିଗ୍ରି ଓ ଦାରିଙ୍ଗବାଡ଼ିରେ ତାପମାତ୍ରା ୧୦ ଡିଗ୍ରି ରେକର୍ଡ ହୋଇଛି । ସେହିପରି କୋରାପୁଟରେ ୧୦.୫, ଫୁଲବାଣୀରେ ୧୧, ଭବାନୀପାଟଣାରେ ୧୨, ସୁନ୍ଦରଗଡ଼ ଜିଲ୍ଲା କିରେଇରେ ୧୨ , ସମ୍ବଲପୁର ଜିଲ୍ଲା ଚିପିଲିମାରେ ୧୩.୨ ଡିଗ୍ରୀଓ ଝାରସୁଗୁଡ଼ାରେ ସର୍ବନିମ୍ନ ତାପମାତ୍ରା ୧୩.୬ ଡିଗ୍ରୀ ସେଲସିୟଅସ୍ ରେକର୍ଡ ହୋଇଛି । ତେବେ ରାଜ୍ୟରେ ଶୁଖିଲା ପାଗ ଜାରି ରହିବ । ଆଭ୍ୟନ୍ତରୀଣ ଅଞ୍ଚଳରେ ଆସନ୍ତା ୪ ରୁ ୫ ଦିନ ଯାଏଁ ରାତି ତାପମାତ୍ରାରେ ବିଶେଷ ପରିବର୍ତ୍ତନର ସମ୍ଭାବନା ନଥିବା ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି ।
ସେପଟେ ଦକ୍ଷିଣପୂର୍ବ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ୧୯ ତାରିଖ ସୁଦ୍ଧା ଲଘୁଚାପଟି ଅବପାତରେ ପରିଣତ ହୋଇପାରେ ବୋଲି ଆକଳନ କରାଯାଉଛି । ତେବେ ଓଡିଶା ଉପରେ ଲଘୁଚାପର ପ୍ରଭାବ କଣ ରହିବ ସେନେଇ କୌଣସି ସ୍ପଷ୍ଟ ସୂଚନା ଏଯାଏଁ ମିଳି ନାହିଁ । ଆଜି ସକାଳେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଥିବା ନେଇ (ଭାରତୀୟ ପାଣିପାଗ ବିଭାଗ) IMD ପକ୍ଷରୁ ସୂଚନା ଦିଆଯାଇଛି ।












Click it and Unblock the Notifications