For Quick Alerts
Turn On Notification  
For Daily Alerts
Oneindia App Download

ଥରୁଛି ସାରା ଓଡ଼ିଶା: ଆଜି ବି ସେମିଳିଗୁଡ଼ା ସବୁଠୁ ଥଣ୍ଡା ସହର

ଶୀତରେ ଥରୁଛି ସାରା ଓଡ଼ିଶା । କୋରାପୁଟର ସେମିଳିଗୁଡ଼ା ରାଜ୍ୟର ସବୁଠୁ ଥଣ୍ଡା ସହର । ୧୦ ଡିଗ୍ରୀ ତଳେ ରାଜ୍ୟର ୮ଟି ସହରର ତାପମାତ୍ରା ।

|

ଭୁବନେଶ୍ୱର: ଶୀତରେ ଥରୁଛି ସାରା ଓଡ଼ିଶା । କୋରାପୁଟର ସେମିଳିଗୁଡ଼ା ରାଜ୍ୟର ସବୁଠୁ ଥଣ୍ଡା ସହର । ୧୦ ଡିଗ୍ରୀ ତଳେ ରାଜ୍ୟର ୮ଟି ସହରର ତାପମାତ୍ରା ।

Odisha Winter

ତେବେ କନ୍ଧମାଳ ଜି. ଉଦୟଗିରିରେ ରାତି ତାପମାତ୍ରା ୮ ଡିଗ୍ରୀ ରେକର୍ଡ ହୋଇଥିବା ବେଳେ ଫୁଲବାଣୀରେ ୮.୫ ଡିଗ୍ରୀ , କେନ୍ଦୁଝର, ଦାରିଙ୍ଗବାଡ଼ି, ସୁନ୍ଦରଗଡ଼ର କିରେଇ ଓ କୋରାପୁଟରେ ୯.୫ ଡିଗ୍ରୀ , ସମ୍ବଲପୁର ଜିଲ୍ଲା ଚିପିଲିମାରେ ୯.୮ ଡିଗ୍ରୀ ଓ ଭବାନୀପାଟଣାରେ ୧୦ ଡିଗ୍ରୀ ରେକର୍ଡ ହୋଇଛି । ଆସନ୍ତା ୪ରୁ ୫ଦିନ ପର୍ଯ୍ୟନ୍ତ ରାଜ୍ୟର ରାତି ତାପମାତ୍ରାରେ ବିଶେଷ ପରିବର୍ତ୍ତନର ସମ୍ଭାବନା ନାହିଁ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି ।

ମାତ୍ର ଡିସେମ୍ବର ୩ରୁ ସାରା ରାଜ୍ୟରେ ଉତ୍ତରା ପବନ ବହିବା ସହ ଶୀତ ବଢିବ ବୋଲି କହିଛନ୍ତି ବରିଷ୍ଠ ପାଣିପାଗ ବିଶେଷଜ୍ଞ ପ୍ରଫେସର ଡ. ସୁରେନ୍ଦ୍ରନାଥ ପଶୁପାଳକ । ସେ କହିଛନ୍ତି, ଭୁବନେଶ୍ୱର ସମେତ ଦକ୍ଷିଣ ଉପକୂଳ ଓ ସଂଲଗ୍ନ ଜିଲ୍ଲାରେ ଆସନ୍ତା ଦୁଇ ଦିନରେ ରାତି ତାପମାତ୍ରା ୨ ଡିଗ୍ରୀ ବଢିବ । ପରବର୍ତ୍ତୀ ଦୁଇ ଦିନ ଏହା ଅପରିବର୍ତ୍ତିତ ରହିବ । ଆଭ୍ୟନ୍ତରୀଣ ଦକ୍ଷିଣ ଓ ପଶ୍ଚିମ ଓଡିିଶାରେ ବୁଧବାରରୁ ଶୁକ୍ରବାର ଭିତରେ ରାତି ତାପମାତ୍ରା ୨ ଡିଗ୍ରୀ ବଢିପାରେ । ସୋମବାର ରାତିରୁ ବୁଧବାର ରାତି ଭିତରେ ଉତ୍ତର ଉପକୂଳ ଓ ଉତ୍ତର ଆଭ୍ୟନ୍ତରୀଣରେ ରାତି ତାପମାତ୍ରା ୧.୫ଡିଗ୍ରୀ ବଢିବ । ପରବର୍ତ୍ତୀ ଦୁଇ ଦିନ ଏହା ଅପରିବର୍ତ୍ତିତ ରହିପାରେ ବୋଲି ସେ କହିଛନ୍ତି ।

ତେବେ ସୋମବାର ଦିନ କୋରାପୁଟ ଜିଲ୍ଲାରେ ଘନ କୁହୁଡ଼ି ଦେଖାଯାଇଥିବା ବେଳେ କନ୍ଧମାଳ ଓ କଳାହାଣ୍ଡି ଜିଲ୍ଲାରେ ହାଲୁକାର ମଧ୍ୟମ ଧରଣର କୁହୁଡ଼ି ପଡ଼ିଥିଲା । ଆଜିଠାରୁ ରାଜ୍ୟରେ କୁହୁଡ଼ି ପଡ଼ିବାର ସମ୍ଭାବନା କମ୍‌ । ପାଗ ଖରାଟିଆ ଓ ଆକାଶ ନିର୍ମଳ ରହିବ। ଏଥିସହ ଆସନ୍ତା ୩ ତାରିଖରୁ ରାଜ୍ୟରେ ଶୀତ ପ୍ରକୋପ ବଢ଼ିବ ଓ ଶୀତ ଲହରି ପ୍ରବାହିତ ହେବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
Odisha Winter: Semiliguda is the Coldest City Today
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X