ଫେରିଲାଣି ଶୀତ, ପୁଣି ଥରିବ ସାରା ଓଡିଶା
ରାଜ୍ୟକୁ ପୁଣି ଫେରିଲାଣି ଶୀତ। ବିଭିନ୍ନ ସହରରେ ସର୍ବନିମ୍ନ ତାପମାତ୍ରା ପ୍ରାୟ ୪ରୁ ୫ଡିଗ୍ରୀ ପର୍ଯ୍ୟନ୍ତ ହ୍ରାସ ପାଇଛି। ଭୁବନେଶ୍ବର ପାଣିପାଗ ବିଜ୍ଞାନ କେନ୍ଦ୍ରର ପୂର୍ବାନୁମାନ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାତି ତାପମାତ୍ରା ୨ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ହ୍ରାସ ପାଇବ
ଭୁବନେଶ୍ବର: ରାଜ୍ୟକୁ ପୁଣି ଫେରିଲାଣି ଶୀତ। ବିଭିନ୍ନ ସହରରେ ସର୍ବନିମ୍ନ ତାପମାତ୍ରା ପ୍ରାୟ ୪ରୁ ୫ଡିଗ୍ରୀ ପର୍ଯ୍ୟନ୍ତ ହ୍ରାସ ପାଇଛି । ଭୁବନେଶ୍ବର ପାଣିପାଗ ବିଜ୍ଞାନ କେନ୍ଦ୍ରର ପୂର୍ବାନୁମାନ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାତି ତାପମାତ୍ରା ୨ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ହ୍ରାସ ପାଇବାର ସମ୍ଭାବନା ରହିଛି । ଆଗକୁ ଶୀତ ପ୍ରକୋପ ଆହୁରି ବଢିବ ।

ଗତକାଲି ରାତିରେ ଝାରସୁଗୁଡ଼ାରେ ସର୍ବନିମ୍ନ ତାପମାତ୍ରା ୧୦.୪ ଡିଗ୍ରୀ ରେକର୍ଡ ହୋଇଛି । ସେହିପରି କେନ୍ଦୁଝରରେ ୧୧.୬, ସୁନ୍ଦରଗଡ଼ରେ ୧୨ ଓ ବାଲେଶ୍ୱରରେ ୧୨.୩ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । ଦକ୍ଷିଣ ଓଡ଼ିଶାରେ ପାରଦ ୨କୁ ୩ ଡିଗ୍ରୀ ପର୍ଯ୍ୟନ୍ତ କମିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଫଳରେ ଆଜିଠୁ ଆହୁରି ଥରିବ ଦକ୍ଷିଣ ଓଡ଼ିଶା ।
ଏଥିସହ ରାଜ୍ୟରେ ସକାଳୁ ସକାଳୁ କୁହୁଡ଼ିଆ ପାଗ ଦେଖିବାକୁ ମିଳୁଛି । କଳାହାଣ୍ଡି, କନ୍ଧମାଳ, ରାୟଗଡ଼ା, ଗଜପତି ଓ କୋରାପୁଟ ଆଦି ଜିଲାରେ ଶନିବାର ସକାଳୁ ହାଲୁକାରୁ ମଧ୍ୟମ ଧରଣର କୁହୁଡ଼ି ପଡିଥିବା ବେଳେ ରବିବାର ମଧ୍ୟ ରାଜ୍ୟର ବିଭିନ୍ନ ସ୍ଥାନରେ କୁହୁଡ଼ି ପଡ଼ିଥିବାର ଦେଖିବାକୁ ମିଳିଥିଲା ।
ସେହିପରି ଆଜି ରାଜଧାନୀ ଓ ଏହାର ଆଖପାଖ ଆଞ୍ଚଳର ପାଗ ଖରାଟିଆ ରହିବ । ଆକାଶ ନିର୍ମଳ ରହିବ ଓ ଖରା ଟାଣ ହେବ। ଦିନର ସର୍ବୋଚ୍ଚ ତାପମାତ୍ରା ୨୮ ଡିଗ୍ରି ଓ ସର୍ବନିମ୍ନ ତାପମାତ୍ରା ୧୪ ଡିଗ୍ରି ମଧ୍ୟରେ ରହିବ ।












Click it and Unblock the Notifications