ଦାରିଙ୍ଗବାଡ଼ିରେ ସର୍ବନିମ୍ନ ତାପମାତ୍ରା ୧୨ ଡିଗ୍ରୀ

ଶୁକ୍ରବାର ଓ ଶନିବାର ଫୁଲବାଣୀ ଓ ଓଡ଼ିଶାର କାଶ୍ମୀର କୁହାଯାଉଥିବା ଦାରିଙ୍ଗବାଡିରେ ତାପମାତ୍ରା ୧୨ ଡିଗ୍ରୀ ସେଲ ସିୟସ ରେକର୍ଡ଼ କରାଯାଇଛି ।

ଫୁଲବାଣୀ: ରାଜ୍ୟରେ ଶୀତଲ ଲହରି ଆରମ୍ଭ ହୋଇଛି । ଖସୁଛି ପାରା, ବଢୁଛି ରାତି ତାପମାତ୍ରା । ଗତ ଦୁଇ ତିନି ଦିନ ହେଲା କନ୍ଧମାଳରେ ପ୍ରବଳ ଶୀତ ଅନୁଭୁତ ହେଉଛି । ଫୁଲବାଣୀ ସମେତ ସମଗ୍ର କନ୍ଧମାଳ ଜିଲ୍ଲା ଶୀତରେ ଥରୁଛି । ଶୁକ୍ରବାର ଓ ଶନିବାର ଫୁଲବାଣୀ ଓ ଓଡ଼ିଶାର କାଶ୍ମୀର କୁହାଯାଉଥିବା ଦାରିଙ୍ଗବାଡିରେ ତାପମାତ୍ରା ୧୨ ଡିଗ୍ରୀ ସେଲ ସିୟସ ରେକର୍ଡ଼ କରାଯାଇଛି । ସେହିପରି ବେଲଘର, ତୁମୁଡିବନ୍ଧ, ରାଇକିଆ, ମଣ୍ଡାସୁର, ଜିଉଦୟଗିରି, ରାଇକିଆ, ଆଦି ଅଞ୍ଚଳରେ ମଧ୍ୟ ତାପମାତ୍ରା ୧୫ ଡିଗ୍ରୀ ତଳକୁ ଖସି ଆସିଥିବାରୁ ଏସବୁ ସ୍ଥାନରେ ଏବେ ପ୍ରବଳ ଥଣ୍ଡା ଅନୁଭୁତ ହେଉଛି ।

Odisha Winter

ଦିନକୁ ଦିନ ପାରଦ ଖସିବା ସହ ଥଣ୍ଡାର ପ୍ରକୋପ ବଢ଼ୁଛି। ଦୁଇ ୨ରୁ ୩ ଦିନ ହେବ ଆକାଶ ମେଘମୁକ୍ତ ରହିଥିବାରୁ ଜିଲ୍ଲାରେ ଶୀତର ପରିମାଣ ବୃଦ୍ଧି ପାଇଛି । କୁହୁଡି ଯୋଗୁଁ ରାସ୍ତାଘାଟ ସଠିକ ଭାବେ ଦେଖାଯାଉନଥିବା ବେଳେ, ଲୋକଙ୍କ ଯାତାୟାତ ଏବଂ ଗାଡି ଚଳାଚଳରେ ଅସୁବିଧା ହେଉଛି । ଶୀତରୁ ଆଶ୍ୱସ୍ତି ପାଇଁ ଜିଲ୍ଳାବାସୀ ପ୍ରାତଃ ଭ୍ରମଣ, ଖେଳକୁଦ ଏବଂ ଯୋଗ ବ୍ୟାୟମ କରୁଥିବା ଦେଖିବାକୁ ମିଳିଛି ।

ଥଣ୍ଡା ବଢିବା ଫଳରେ ଏବେ ଗରମ ପୋଷାକର ମଧ୍ୟ ଚାହିଦା ବଢିବାରେ ଲାଗିଛି। ଫଳରେ ଗାଁରୁ ସହର ଯାଏ ଗରମ ପୋଷାକର ପସରା ମେଲିଥିବା ଦେଖାଯାଉଛି। ଲୋକେ ମଧ୍ୟ ଗରମ ପୋଷାକ କିଣାକିଣି କରୁଥିବା ଦେଖିବାକୁ ମିଳୁଛି ।

ସେହିପରି ସୁବର୍ଣ୍ଣପୁର ଜିଲ୍ଲା ବିନିକା ସହରରେ ପ୍ରବ ଶୀତ ସାଙ୍ଗକୁ ଘନ କୁକୁଡି ଦେଖିବାକୁ ମିଳିଛି । ଘନ କୁକୁଡିର ଆସ୍ତରଣରେ ରାସ୍ତାଘାଟ ଦେଖା ଯାଉାହିଁ । ଦୁଇଦିନ ହେଲା ଶୀତ ବଢିବାରେ ଲାଗିଥିବାରୁ ଲୋକେ ଶୀତରୁ ବର୍ତିବା ପାଇଁ ଜାକେଟ, କମ୍ବଳ ବ୍ୟବହାର କରିବା ସହ ଚା ଦୋକାନରେ ଗରମ ଗରମ ଚା ପିଉଛନ୍ତି ।

ଅନ୍ୟପଟେ ନଭେମ୍ବର ୧୬ ତାରିଖ ବେଳକୁ ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହୋଇପାରେ। ତେବେ ଏହାର ପ୍ରଭାବ ଓଡିଶା ଉପରେ କେତେ ମାତ୍ରାରେ ପଡିବ ତାହା ସ୍ପଷ୍ଟ ହୋଇନାହିଁ। ଯଦି ବର୍ଷା ହୁଏ ତେବେ ତାପମାତ୍ରା ହ୍ରାସ ପାଇବ ବୋଲି ପାଣିପାଗ କେନ୍ଦ୍ର କହିଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+