ରାଜ୍ୟରୁ ଶୀତ ଗାୟବ: ସ୍ୱାଭାବିକ ଠାରୁ ଅଧିକ ରହୁଛି ରାତି ତାପମାତ୍ରା

ସକାଳୁ କୁହୁଡି ପ୍ରବଳ । ରାତିରେ ଶୀତ ଗାୟବ । ରାଜ୍ୟରେ ଏବେ ସ୍ୱାଭାବିକ ଠାରୁ ଅଧିକ ରହୁଛି ରାତି ତାପମାତ୍ରା ।

ଭୁବନେଶ୍ୱର: ସକାଳୁ କୁହୁଡି ପ୍ରବଳ । ରାତିରେ ଶୀତ ଗାୟବ । ରାଜ୍ୟରେ ଏବେ ସ୍ୱାଭାବିକ ଠାରୁ ଅଧିକ ରହୁଛି ରାତି ତାପମାତ୍ରା ।

ତେବେ ବିଭିନ୍ନ ସ୍ଥାନରେ ତାପମାତ୍ରା ୧୬-୧୭ ଡିଗ୍ରୀ ଉପରେ ରହୁଛି। ୮ଟି ସହରକୁ ଛାଡ଼ି ବାକି ସବୁଠି ରାତି ତାପମାତ୍ରା ସ୍ବାଭାବିକ ଠାରୁ ଅଧିକ ରହିଛି । ମଙ୍ଗଳବାର ଅନେକ ସ୍ଥାନରେ ଘନ କୁହୁଡ଼ିର ଆସ୍ତରଣ ଦେଖିବାକୁ ମିଳିଛି ।

Odisha Winter

ରାଜଧାନୀ ଭୁବନେଶ୍ବରରେ ଗତ ରାତିରେ ସର୍ବନିମ୍ନ ତାପମାତ୍ରା ୧୭.୭ ଡିଗ୍ରି ଓ କଟକର ରହିଥିଲା ୧୭ ଡିଗ୍ରି। ଆଜି ଭୁବନେଶ୍ବର ଓ ଏହାର ଆଖପାଖ ଅଞ୍ଚଳର ପାଗ ଆଂଶିକ ମେଘୁଆ ରହିବ। ଆଜି ସର୍ବନିମ୍ନ ତାପମାତ୍ରା ୧୭ ଡିଗ୍ରି ଓ ସର୍ବାଧିକ ତାପମାତ୍ରା ୩୨ ଡିଗ୍ରି ମଧ୍ୟରେ ରହିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି । ସେହିପରି ଗତକାଲି ଫୁଲବାଣୀରେ ୧୭.୫ ଡିଗ୍ରୀ, ଟିଟଲାଗଡରେ ୨୧ ଡିଗ୍ରୀ, ସମ୍ବଲପୁରରେ ୧୯.୮ ଡିଗ୍ରୀ, ଭବାନୀପାଟଣାରେ ୨୦.୪ ଡିଗ୍ରୀ, ଚାନ୍ଦବାଲିରେ ୧୯.୧ ଡିଗ୍ରୀ, ଅନୁଗୁଳରେ ୧୮ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+