Get Updates
Get notified of breaking news, exclusive insights, and must-see stories!

Odisha Winter: ଆଭ୍ୟନ୍ତରୀଣ ଓ ଦକ୍ଷିଣରେ ହାଡ଼ଭଙ୍ଗା ଶୀତ, ୩ ଜିଲ୍ଲାକୁ ଆଲର୍ଟ, ଭୁବନେଶ୍ୱରରେ ପୁଣି ତଳମୁହାଁ ପାରଦ

ରାଜଧାନୀ ଭୁବନେଶ୍ୱରରେ ପୁଣି ତଳମୁହାଁ ପାରଦ । ୩ ଦିନରେ ୧.୨ ଡିଗ୍ରୀ ଖସିଲା ପାରଦ। ସକାଳ ୫ଟା ୩୦ ରେ ୧୪.୮ ଡିଗ୍ରୀ ତାପମାତ୍ରା ରେକର୍ଡ। ରାଜ୍ୟରେ ଅନେକ ସ୍ଥାନରେ ପାରଦ ସ୍ୱାଭାବିକ ଠାରୁ ଆହୁରି କମ ।

Odisha Winter Cold wave again in the capital Bhubaneswar

ଆଭ୍ୟନ୍ତରୀଣ ଓଡ଼ିଶା ଓ ଦକ୍ଷିଣ ଓଡ଼ିଶାରେ ଅଧିକ ଶୀତ ଅନୁଭୂତ ହେବ । ରବିବାର ରାତିରେ ଫୁଲବାଣୀ ଓ ଝାରସୁଗୁଡ଼ାରେ ପାରଦ ୧୦ ଡିଗ୍ରୀ ରହିବ। ଝାରସୁଗୁଡ଼ା, ସୁନ୍ଦରଗଡ଼ ଓ କନ୍ଧମାଳରେ ଶୀତ ଲହରୀ ବହିପାରେ । ପାଣିପାଗ ବିଭାଗ ଶୀତକୁ ନେଇ ଏହି ପୂର୍ବାନୁମାନ କରିଛି । ଆକଳନ ଅନୁସାରେ, ସୁନ୍ଦରଗଡ଼, ରାଉରକେଲା, ସମ୍ବଲପୁର, ଢେଙ୍କାନାଳ, ଅନୁଗୁଳ, ଭବାନୀପାଟଣା, କୋରାପୁଟ, ରାୟଗଡ଼ା, ନବରଙ୍ଗପୁରରେ ରାତି ତାପମାତ୍ରା ଖସିବା ସହ ଥଣ୍ଡା ଅନୁଭବ ହେବ । ଭୁବନେଶ୍ୱର ଓ କଟକରେ ପାରଦ ୧୪ ଡିଗ୍ରୀ ରହିପାରେ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ।

ସେମିଳିଗୁଡ଼ା ସବୁଠୁ ଥଣ୍ଡା ଅଞ୍ଚଳ ପାଲଟିଛି । ଏଠାରେ ପାରଦ ୬.୫ ଡିଗ୍ରୀକୁ ଖସିଥିଲା । ଦାରିଙ୍ଗବାଡ଼ି ଓ ଜି ଉଦୟଗିରିରେ ୮ ଡିଗ୍ରୀ, ଫୁଲବାଣୀରେ ୯.୫ ଡିଗ୍ରୀ, ରାଉରକେଲାରେ ୧୦.୨ ଡିଗ୍ରୀ, ଝାରସୁଗୁଡ଼ାରେ ୧୦.୩ ଡିଗ୍ରୀ, ଅନୁଗୁଳରେ ୧୦.୬, ଚିପିଲିମାରେ ୧୦.୮, କିରେଇ ଓ କୋରାପୁଟରେ ୧୧.୩, ଭବାନୀପାଟଣାରେ ୧୧.୫ ଓ କେନ୍ଦୁଝରରେ ରାତି ତାପମାତ୍ରା ୧୧.୬ ଡିଗ୍ରୀ ରେକର୍ଡ ହୋଇଛି ।

ମୋଟ ୧୦ଟି ସହରରେ ପାରଦ ୧୨ ଡିଗ୍ରୀ ତଳକୁ ଖସିଥିଲା । ଉପକୂଳ ଓଡ଼ିଶାର ବହୁ ସ୍ଥାନରେ ରାତି ତାପମାତ୍ରା ସ୍ୱାଭାବିକଠାରୁ ୩ରୁ ୪ ଡିଗ୍ରୀ କମ୍ ରହିଥିଲା । ଆଭ୍ୟନ୍ତରୀଣ ଓଡ଼ିଶାର କିଛି ସ୍ଥାନରେ ସ୍ୱାଭାବିକଠାରୁ ୩ରୁ ୬ ଡିଗ୍ରୀ ଖସିଛି । ଭୁବନେଶ୍ୱରରେ ସ୍ୱାଭାବିକଠାରୁ ୪.୮ ଡିଗ୍ରୀ କମ୍ ରହିଥିଲା । କଟକରେ ସ୍ୱାଭାବିକଠାରୁ ୪.୩ ଡିଗ୍ରୀ କମ୍ ରେକର୍ଡ ହୋଇଛି ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+