ଜାଡ଼ରେ ଥରୁଛି ଓଡ଼ିଶା: ୧୩ ଡିଗ୍ରୀ ତଳେ ୧୨ ସହର ତାପମାତ୍ର

୧୩ ଡିଗ୍ରୀ ତଳେ ରହିଛି ୧୨ ସହରର ତାପମାତ୍ରା । ଓଡ଼ିଶାକୁ ଶୁଷ୍କ ଥଣ୍ଡା ବାୟୁ ପ୍ରବାହ ପାଇଁ ତଳମୁହାଁ ହେଉଛି ପାରଦ । ରାଜ୍ୟର ସବୁଠୁ ଥଣ୍ଡା ସହର ପାଲଟିଛି କନ୍ଧମାଳର ଜି ଉଦୟଗିରି ଓ କୋରାପୁଟର ସେମିଳିଗୁଡ଼ା ।

ଭୁବନେଶ୍ବର: ଜାଡ଼ରେ ଥରୁଛି ସାରା ଓଡ଼ିଶା । ଆଭ୍ୟନ୍ତରୀଣ ଓଡ଼ିଶାରେ ଅସହ୍ୟ ଶୀତ । ୧୩ ଡିଗ୍ରୀ ତଳେ ରହିଛି ୧୨ ସହରର ତାପମାତ୍ରା । ଓଡ଼ିଶାକୁ ଶୁଷ୍କ ଥଣ୍ଡା ବାୟୁ ପ୍ରବାହ ପାଇଁ ତଳମୁହାଁ ହେଉଛି ପାରଦ । ରାଜ୍ୟର ସବୁଠୁ ଥଣ୍ଡା ସହର ପାଲଟିଛି କନ୍ଧମାଳର ଜି ଉଦୟଗିରି ଓ କୋରାପୁଟର ସେମିଳିଗୁଡ଼ା । ଏଠାରେ ୮ ଡିଗ୍ରୀ ରହିଛି ରାତିର ତାପମାତ୍ରା ।

Odisha Winter

ସେହିପରି ସୁନ୍ଦରଗଡ଼ କିରେଇରେ ୯.୫ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଥିବା ବେଳେ ଫୁଲବାଣୀରେ ରହିଛି ୯.୬ ଡିଗ୍ରୀ ତାପମାତ୍ରା । କନ୍ଧମାଳର ଦାରିଙ୍ଗବାଡି ୧୦ଡିଗ୍ରୀ, କୋରାପୁଟ ୧୦ ଡିଗ୍ରୀ, କେନ୍ଦୁଝର୧୦ ଡିଗ୍ରୀ, କଳାହାଣ୍ଡିର ଭବାନୀପାଟଣା ୧୦.୬ ଡିଗ୍ରୀ, ଝାରସୁଗୁଡା ୧୦.୮ ଡିଗ୍ରୀ, ସମ୍ବଲପୁରର ଚିପିଲିମା ୧୦.୮ ଡିଗ୍ରୀ, ସୁନ୍ଦରଗଡ ୧୨.୫ ଡିଗ୍ରୀ ଓ ଦେବଗଡରେ ୧୨.୫ ଡିଗ୍ରୀ ତାପମାତ୍ରା ରହିଛି । ତେବେ ୨୩ ତାରିଖରୁ ବଢିବ ରାତିର ତାପମାତ୍ରା । ସ୍ବାଭାବିକଠାରୁ ୨ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବୃଦ୍ଧି ନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି ।

ସେପଟେ ଅବପାତରେ ପରିଣତ ହେଲା ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ । ଏହାର ପ୍ରଭାବରେ କାଲିଠୁ ଦୁଇ ଦିନ ଦକ୍ଷିଣ ଓଡ଼ିଶାରେ ହାଲୁକା ବର୍ଷା ସମ୍ଭାବନା ରହିଛି । ଆସନ୍ତାକାଲି ଗଞ୍ଜାମ, ଗଜପତି, ରାୟଗଡ଼ା, ମାଲାକାନଗିରି, କୋରାପୁଟରେ ବର୍ଷା ସମ୍ଭାବନା ରହିଛି । ସେହିପରି ୨୨ ତାରିଖରେ ଗଜପତି, ରାୟଗଡ଼ା, ମାଲକାନଗିରି, କୋରାପୁଟ, ନବରଙ୍ଗପୁରରେ ବର୍ଷା ସମ୍ଭାବନା ରହିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+