ପ୍ରଚଣ୍ଡ ଶୀତରେ ଥରିବ ଓଡ଼ିଶା, ବଢିବ ତାପମାତ୍ରା

ଆଗାମୀ ୨ଦିନ ପର୍ଯ୍ୟନ୍ତ ରାତି ତାପମାତ୍ରାରେ ବିଶେଷ ପରିବର୍ତ୍ତନର ସମ୍ଭାବନା ନାହିଁ । କିନ୍ତୁ ପରବର୍ତ୍ତୀ ୩ଦିନ ରାତି ତାପମାତ୍ରା ୨ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇବ। କନ୍ଧମାଳ, କୋରାପୁଟ, କଳାହାଣ୍ଡି ଏବଂ ସୁନ୍ଦରଗଡ଼ ଜିଲାର ପାହାଡ଼ିଆ ଏବଂ ସମତଳ ଅଞ୍ଚଳଗୁଡ଼ିକରେ ଶୀତ ପ୍ରକୋପ ସାମାନ୍ୟ କମିବ ବୋଲି ଭୁବନେଶ୍ବର ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି। ଗତ ୨୪ଘଣ୍ଟା ମଧ୍ୟରେ ଘୁ. ଉଦୟଗିରିରେ ରାତିର ସର୍ବନିମ୍ନ ତାପମାତ୍ରା ୮.୫ଡିଗ୍ରୀ ରେକର୍ଡ଼ ହୋଇଥିବା ବେଳେ ସେମିଳିଗୁଡ଼ା ୧୧.୨, ଫୁଲବାଣୀ ୧୧, ଦାରିଙ୍ଗବାଡ଼ି ୧୧.୫, କୋରାପୁଟ ୧୧.୩, ଭୁବନେଶ୍ବର ୧୫.୪, କଟକ ୧୬.୫, ଭବାନୀପାଟଣା ୧୨, ବଲାଙ୍ଗିର ୧୩, ନୟାଗଡ଼ ୧୪.୬, ରାୟଗଡ଼ା ୧୩.୨, ନବରଙ୍ଗପୁର ୧୨.୮ ଏବଂ ରାଉରକେଲାରେ ୧୨.୧ଡିଗ୍ରୀ ରହିଛି।

winter

ରାଜ୍ୟରେ ୩ଦିନ ପର୍ଯ୍ୟନ୍ତ ପାଗ ଶୁଖିଲା ରହିବ ବୋଲି ଭୁବନେଶ୍ବର ପାଣିପାଗ ବିଜ୍ଞାନ କେନ୍ଦ୍ରର ନିର୍ଦେଶିକା ମନୋରମା ମହାନ୍ତି ସୂଚନା ଦେଇଛନ୍ତି। ସେ କହିଛନ୍ତି, ୨୭ରେ ଗଞ୍ଜାମ ଏବଂ ଗଜପତି ଜିଲାର କିଛି ସ୍ଥାନରେ ହାଲୁକାରୁ ମଧ୍ୟମଧରଣ ବର୍ଷାର ସମ୍ଭାବନା ରହିଛି। ୨୮ରେ ଗଞ୍ଜାମ, ଗଜପତି, ମାଲକାନଗିରି, କେନ୍ଦ୍ରାପଡ଼ା, ଜଗତସିଂହପୁର, ପୁରୀ ଏବଂ କୋରାପୁଟ ଆଦି ଜିଲାଗୁଡ଼ିକର କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ। ୨୯ରେ କୋରାପୁଟ ଏବଂ ମାଲକାନଗିରି ଜିଲାର କେତେକ ସ୍ଥାନରେ ହାଲୁକା ବର୍ଷାର ସମ୍ଭାବନା ରହିଛି। ୨୫ ଓ ୨୬ତାରିଖରେ ଦକ୍ଷିଣ ଓଡ଼ିଶାରେ ମେଘୁଆ ପାଗ ରହିପାରେ। ଦକ୍ଷିଣ ଆଣ୍ଡାମାନ ସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗରେ ଗତି କରିବା ସହ ଆସନ୍ତା ୨୪ ଘଣ୍ଟାରେ ଲଘୁଚାପ ରୂପ ନେବାର ସମ୍ଭାବନା ରହିଛି। ପରବର୍ତ୍ତୀ ୨ଦିନ ପର୍ଯ୍ୟନ୍ତ ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗରେ ଗତି କରି ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ଅବପାତର ରୂପ ନେଇପାରେ। ପରବର୍ତ୍ତୀ ସମୟରେ ଘନୀଭୂତ ହୋଇ ବାତ୍ୟା ରୂପ ନେବ। ସମ୍ଭାବ୍ୟ ବାତ୍ୟା ତାମିଲନାଡୁ ଏବଂ ଶ୍ରୀଲଙ୍କା ଉପକୂଳକୁ ମୁହାଁଇବା ସମ୍ଭାବନା ରହିଛି। ୨୫ କିମ୍ବା ୨୬ତାରିଖରେ ବାତ୍ୟା ସ୍ଥଳଭାଗ ଛୁଇଁପାରେ ବୋଲି ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ବାତ୍ୟାର ପ୍ରଭାବ ଓଡ଼ିଶା ଉପରେ ପଡ଼ିବ ନାହିଁ। ସିଷ୍ଟମ ଉପରେ ଆଇଏମ୍‌ଡି ସ୍ବତନ୍ତ୍ର ଭାବେ ନଜର ରଖିଛି; କିନ୍ତୁ ବାତ୍ୟାର ତୀବ୍ରତା କେତେ ରହିବ ଏଯାଏଁ ପାଣିପାଗ ବିଭାଗ ସ୍ପଷ୍ଟ କରିନାହିଁ। ଲଘୁଚାପ ସୃଷ୍ଟି ହେବା ପରେ ବାତ୍ୟାର ତୀବ୍ରତା ସ୍ପଷ୍ଟ କରାଯିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+