ଆହୁରି ଥରିବ ଓଡିଶା, ତିନିଦିନ ଯାଏଁ ଜାରି ରହିବ ପ୍ରବଳ ଶୀତ ଲହରୀ

ଭୁବନେଶ୍ୱର: ଆହୁରି ଥରିବ ଓଡିଶା, ତିନିଦିନ ଯାଏଁ ଜାରି ରହିବ ପ୍ରବଳ ଶୀତ ଲହରୀ । ଆସନ୍ତା ୩ ଦିନ ଯାଏ କିଛି ସ୍ଥାନରେ ରାତି ତାପମାତ୍ରା ସ୍ୱାଭାବିକଠାରୁ ୩ରୁ ୪ଡିଗ୍ରୀ ତଳକୁ ଖସିପାରେ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି । କନ୍ଧମାଳ ଜିଲ୍ଲାର ଦାରିଙ୍ଗବାଡ଼ିରେ ରାଜ୍ୟର ସର୍ବନିମ୍ନ ତାପମାତ୍ରା ୭ ଡିଗ୍ରି ରେକର୍ଡ ହୋଇଥିବା ବେଳେ ସମତଳ ଅଞ୍ଚଳଗୁଡ଼ିକ ମଧ୍ୟରେ ଟିଟିଲାଗଡ଼ରେ ରାଜ୍ୟର ସର୍ବନିମ୍ନ ତାପମାତ୍ରା ୯.୩ ଡିଗ୍ରି ରେକର୍ଡ ହୋଇଛି । ରାଜଧାନୀ ଭୁବନେଶ୍ବରରେ ୧୨.୯ ମଧ୍ୟ ଶୀତ ଅନୁଭୂତ ହେଉଛି। କଟକରେ ୧୩ ଡିଗ୍ରି ତାପମାତ୍ରା ରେକର୍ଡ ହୋଇଛି ।

cold wave odisha

ସେହିପରି ସୋନପୁର, ଫୁଲବାଣୀ, ଟିଟିଲାଗଡ଼ ଓ ପାରଳାଖେମୁଣ୍ଡିରେ ସୋମବାର ସକାଳେ ଘନ କୁହୁଡ଼ି ଦେଖିବାକୁ ମିଳିଥିଲା । ଆସନ୍ତା ୭ ତାରିଖ ଯାଏ ରାଜ୍ୟରେ ପାଗ ଶୁଖିଲା ଓ ଖରାଟିଆ ରହିବ । ଆସନ୍ତା ୨ ଦିନ ପର୍ଯ୍ୟନ୍ତ ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶାର ଗଜପତି, ଗଞ୍ଜାମ ଆଦି ଜିଲ୍ଲାର କେତେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ରାଜ୍ୟର ଉପକୂଳ ଜିଲ୍ଲା ସମେତ ଆଭ୍ଯନ୍ତରୀଣ ଅଞ୍ଚଳରେ କୁହୁଡିର ପ୍ରଭାବ ଜାରି ରହିଛି। ସକାଳେ ଘାନ କୁହୁଡି ଦେଖା ଦେଉଛି। ଭଦ୍ରକ, ବାଲେଶ୍ଵର, ଜଗତସିଙ୍ଘପୁର ଏବଂ ଗଞ୍ଜାମ ତଥା ଖୋର୍ଦ୍ଧା ଭଳି ଉପକୂଳବର୍ତ୍ତୀ ଜିଲ୍ଲାଗୁଡିକରେ ମଧ୍ୟ ଶୀତ ଲହରୀ ଜାରି ରହିବ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+