ଖାଦ୍ୟ ସୁରକ୍ଷା ଓ କୃଷି ବିକାଶ: ଦେଶକୁ ଦିଗ ଦେଖାଇବ ଓଡ଼ିଶା
ଭାରତକୁ ଦିଗ ଦେଖାଇବ ଓଡ଼ିଶା । କେବଳ ଭାରତ ନୁହେଁ ବିଦେଶରେ ମଧ୍ୟ ପ୍ରଶଂସିତ ହେଉଛନ୍ତି ରାଜ୍ୟ ସରକାର । ଖାଦ୍ୟ ନିରାପତ୍ତା ସହ କୃଷି ବିକାଶ କ୍ଷେତ୍ରରେ ନବୀନ ସରକାର ଗ୍ରହଣ କରିଥିବା ବିଭିନ୍ନ ପଦକ୍ଷେପ ଚାରିଆଡ଼େ ପ୍ରଶଂସିତ ହେଉଛି ।
ଭୁବନେଶ୍ୱର: ଭାରତକୁ ଦିଗ ଦେଖାଇବ ଓଡ଼ିଶା । କେବଳ ଭାରତ ନୁହେଁ ବିଦେଶରେ ମଧ୍ୟ ପ୍ରଶଂସିତ ହେଉଛନ୍ତି ରାଜ୍ୟ ସରକାର । ଖାଦ୍ୟ ନିରାପତ୍ତା ସହ କୃଷି ବିକାଶ କ୍ଷେତ୍ରରେ ନବୀନ ସରକାର ଗ୍ରହଣ କରିଥିବା ବିଭିନ୍ନ ପଦକ୍ଷେପ ଚାରିଆଡ଼େ ପ୍ରଶଂସିତ ହେଉଛି ।

ନିଅଣ୍ଟିଆ ରାଜ୍ୟରୁ ସ୍ଵାବଲମ୍ବୀ ହେବା ଓ ଖାଦ୍ୟ ସୁରକ୍ଷା ଯୋଜନାରେ ବଳକା ରାଜ୍ୟରେ ପରିଣତ ହେବା ସହ ଓଡ଼ିଶା ରାଜ୍ୟର ଚାଷୀମାନଙ୍କ ଆୟ ବୃଦ୍ଧି କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିଛି । ଏହା ସମଗ୍ର ଦେଶ ପାଇଁ ଆଦର୍ଶ ବୋଲି କେନ୍ଦ୍ର ସରକାର ସ୍ବୀକାର କରିଛନ୍ତି । ତେଣୁ ଦେଶରେ ଚାଷୀଙ୍କ ଆୟ ବୃଦ୍ଧି ସଂକ୍ରାନ୍ତ ଭିଜନ ଡ଼କୁମେଣ୍ଟ ପ୍ରସ୍ତୁତି ଲାଗି ଓଡ଼ିଶାକୁ ଦାୟିତ୍ବ ପ୍ରଦାନ କରାଯାଇଛି ।
କେନ୍ଦ୍ର ସରକାରଙ୍କ ଯୋଜନାର କାର୍ଯ୍ୟଖସଡ଼ା ପାଇଁ ଓଡ଼ିଶାକୁ ଦାୟିତ୍ବ
ସମଗ୍ର ଦେଶରେ ଚାଷୀଙ୍କ ଆୟ ବୃଦ୍ଧି ନିମନ୍ତେ କେନ୍ଦ୍ର ସରକାର ଏକ ଦୀର୍ଘମିଆଦି ଯୋଜନା ପ୍ରସ୍ତୁତ କରୁଛନ୍ତି । ଏହି ଯୋଜନାର କାର୍ଯ୍ୟଖସଡ଼ା ଦାୟିତ୍ବ ଓଡ଼ିଶା ପ୍ରସ୍ତୁତ କରିବ। ଏଥିନିମନ୍ତେ କୃଷି ବିଭାଗ ପକ୍ଷରୁ ପ୍ରାରମ୍ଭିକ କାର୍ଯ୍ୟ ଆରମ୍ଭ ହୋଇଛି । କୃଷି ଓ କୃଷକ ସଶକ୍ତିକରଣ ବିଭାଗର ସ୍ବତନ୍ତ୍ର ସଚିବ ସଞ୍ଜବ ଚଡ୍ଢାଙ୍କୁ ଏହି କମିଟିର ଅଧ୍ୟକ୍ଷ ଭାବରେ ନିଯୁକ୍ତି ଦିଆଯାଇଛି। କେନ୍ଦ୍ର ସରକାର ଚାଷୀମାନଙ୍କ ଆୟ ଦ୍ବିଗୁଣିତ କରିବା ପାଇଁ ଲକ୍ଷ୍ୟ ରଖିଛନ୍ତି ।
ତେବେ ଏହି ଲକ୍ଷ୍ୟ ପୂରଣ କରିବାରେ ଦେଶର ଅଧିକାଂଶ ରାଜ୍ୟ । ସଫଳ ହୋଇପାରି ନାହାନ୍ତି । ଗତ ୧୦ ବର୍ଷ ମଧ୍ୟରେ ଝାଡ଼ଖଣ୍ଡଙ୍କ ଚାଷୀଙ୍କ ଆୟ ୪% ବୃଦ୍ଧି ପାଇଥିବାବେଳେ ପଞ୍ଜାବ ଚାଷୀଙ୍କ ଆୟ ୪୮%, ହରିଆଣାରେ ୫୮% ଗୁଜରାଟରେ ୫୯%, ଉତ୍ତରପ୍ରଦେଶରେ ୬୪%, ରାଜସ୍ଥାନରେ ୭୦%, ମଧ୍ୟପ୍ରଦେଶରେ ୭୫% , ଛତିଶଗଡ଼ରେ ୮୭% ବୃଦ୍ଧି ପାଇଛି। ତେବେ ଓଡ଼ିଶା ଏ କ୍ଷେତ୍ରରେ ବେଶ ଭଲ ପ୍ରଦର୍ଶନ କରିଛି । ଓଡ଼ିଶାରେ ଭାଗ ଚାଷୀଙ୍କ ସଂଖ୍ୟା ଦେଶରେ ଦ୍ବିତୀୟ ସର୍ବାଧିକ। ଆନ୍ଧ୍ରପ୍ରଦେଶର ଭାଗଚାଷୀଙ୍କ ସଂଖ୍ୟା ୪୨,୪% ଥିବାବେଳେ ଓଡ଼ିଶାରେ ମୋଟ ଚାଷୀଙ୍କ ମଧ୍ୟରୁ ଏହା ୩୯%।

ତେବେ ରାଜ୍ୟ ସରକାରଙ୍କ ଯୋଜନାବଦ୍ଧ କାର୍ଯ୍ୟକ୍ରମ ଯୋଗୁଁ ଓଡ଼ିଶାର ଚାଷୀଙ୍କ ଆୟ ଆଶାଜନକ ଭାବରେ ବୃଦ୍ଧି ପାଇଛି । ରାଜ୍ୟରେ ସ୍ବତନ୍ତ୍ର କୃଷି କ୍ୟାବିନେଟ୍, କୃଷି ବିକାଶ ପାଇଁ ବିଭିନ୍ନ କାର୍ଯ୍ୟକ୍ରମ, ଚାଷୀଙ୍କୁ ଆର୍ଥିକ ଦୃଷ୍ଟିରୁ ସବଳ କରିବା ନିମନ୍ତେ 'କାଳିଆଓ 'ବଳରାମ ପରି ଯୋଜନା ବେଶ୍ ଫଳବତୀ ହୋଇଛି । ରାଜ୍ୟର ଚାଷୀମାନଙ୍କ ଉତ୍ପାଦନ ଓ ଉପାର୍ଜନ ଉଭୟ ବୃଦ୍ଧି ପାଇଛି । ଯାହାକୁ ଦୃଷ୍ଟିରେ ରଖି 'ଏଗ୍ରି ଭିଜନ ଫର ଇଣ୍ଡିଆ' ରୂପରେଖ ପ୍ରସ୍ତୁତି ଦାୟିତ୍ବ ଓଡ଼ିଶାକୁ ପ୍ରଦାନ କରାଯାଇଛି।
ସେହିପରି ଚାଷ ସଂକ୍ରାନ୍ତ ବିଭିନ୍ନ ସଫଳ ମଡେଲ୍କୁ ଏହି ଖସଡ଼ାରେ ସ୍ଥାନ ଦିଆଯିବ ବୋଲି ସୂଚନା ମିଳିଛି। ଅନୁରୂପ ଭାବରେ ଆନୁସଙ୍ଗିକ କୃଷି, ମତ୍ସ୍ୟ, ପଶୁ ପାଳନ ତଥା ଖାଦ୍ୟ ପ୍ରକ୍ରିୟାକରଣ ଆଦି ବିଷୟକୁ ନେଇ ଦୀର୍ଘମିଆଦି ଯୋଜନା ପ୍ରସ୍ତୁତ ହେବ । ଏଥିରେ କୃଷି ସହିତ ଜଡ଼ିତ ବିଭାଗ ସହିତ ଦକ୍ଷତା ବିକାଶ ବିଭାଗକୁ ସାମିଲ କରାଯାଇଛି । କୃଷି କାର୍ଯ୍ୟ ସହିତ କୃଷି ସମ୍ପର୍କିତ ଷ୍ଟାର୍ଟଅପ୍ରକୁ ମଧ୍ୟ ଦୃଷ୍ଟି ଦିଆଯିବ। ଅର୍ଥାତ୍ କୃଷି ସହିତ ଉଦ୍ୟୋଗୀ ସୃଷ୍ଟି ପାଇଁ ବ୍ୟବସ୍ଥା ରହିବ ।
ତେବେ ଗୁରୁତ୍ଵପୂର୍ଣ୍ଣ କଥା ହେଲା କୃଷି ଭିଜନ୍ ଡକ୍ୟୁମେଣ୍ଟ ପ୍ରସ୍ତୁତି ପୂର୍ବରୁ ଗଣମାଧ୍ୟମ ପ୍ରତିନିଧ, କୃଷି ବିଶେଷଜ୍ଞ, ଉଦ୍ୟୋଗୀ ମାନଙ୍କର ମତାମତ ମଧ୍ୟ ସଂଗ୍ରହ କରାଯିବ । ବାରମ୍ବାର ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ ହେଉଥିଲେ ବି ଓଡ଼ିଶା ଗତ ଦଶନ୍ଧି ମଧ୍ୟରେ କୃଷି କ୍ଷେତ୍ରରେ ଉଲ୍ଲେଖନୀୟ ଅଭିବୃଦ୍ଧି ହାସଲ କରିଛି । ଏକ କୃଷି ପ୍ରଧାନ ରାଜ୍ୟ ଭାବେ ଓଡ଼ିଶା ଅନ୍ୟ ରାଜ୍ୟ ପାଇଁ ଉଦାହରଣ ସୃଷ୍ଟି କରିଛି । କାଳିଆ ଯୋଜନାରେ ଚାଷୀଙ୍କୁ ଆର୍ଥିକ ସହାୟତା, ବ୍ୟାଙ୍କ ଋଣ, ସିସିଡି ଯୁକ୍ତ ବିହନ ଓ ସାର ଯୋଗାଣ, ଜଳସେଚନ ପାଇଁ ବ୍ୟାପକ ପୁଞ୍ଜି ବିନିଯୋଗ ଫଳରେ ଚାଷୀଙ୍କ ଆୟ ବୃଦ୍ଧି ପାଇଛି ।
ଓଡ଼ିଶା ଦେଶର ତୃତୀୟ ବୃହତ୍ତମ ଚାଉଳ ଯୋଗାଣକାରୀ ରାଜ୍ୟ
ଓଡ଼ିଶା ଖାଦ୍ୟ ଶସ୍ୟ ଉତ୍ପାଦନରେ ଆଜି ବଳକା ରାଜ୍ୟ ହୋଇପାରିଛି । ଖାଦ୍ୟ ନିରାପତ୍ତା ଯୋଜନାରେ ଓଡ଼ିଶା ଦେଶର ତୃତୀୟ ବୃହତ୍ତମ ଚାଉଳ ଯୋଗାଣକାରୀ ରାଜ୍ୟର ମାନ୍ୟତା ପାଇଛି । କେନ୍ଦ୍ରରୁ ନିର୍ଦ୍ଦେଶ ଆସିବା ପରେ ଆମେ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରି ପ୍ରାରମ୍ଭିକ ପ୍ରକ୍ରିୟା ଆରମ୍ଭ କରିଛୁ ବୋଲି ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି। ସମଗ୍ର ଦେଶରେ ଚାଷୀଙ୍କ ଆୟ କିପରି ଦୁଇ ଗୁଣା ହୋଇ ପାରିବ ତାହା ଏହି ଭିଜନ୍ ଡକ୍ୟୁମେଣ୍ଟର ମୁଖ୍ୟ ଲକ୍ଷ୍ୟ ।
ଆମ ରାଜ୍ୟରେ ଖାଦ୍ୟ ପ୍ରକ୍ରିୟାକରଣ ସହିତ କୃଷିକୁ ନେଇ ଅନେକ ଷ୍ଟାର୍ଟଅପ୍ ରହିଛି । ସେମାନେ ବହୁତ ଭଲ କାମ କରୁଛନ୍ତି । ତେଣୁ
ଡକ୍ୟୁମେଣ୍ଟରେ ସେମାନଙ୍କ ସଫଳତାକୁ ସ୍ଥାନ ଦିଆଯିବ । କୃଷି ବିଭାଗ ସହିତ ଉଦ୍ୟାନ କୃଷି, ମତ୍ସ୍ୟ ଓ ପଶୁସମ୍ପଦ, ମୃତ୍ତିକା ସଂରକ୍ଷଣ, ଦକ୍ଷତା ବିକାଶ ଆଦି ବିଭାଗକୁ ନେଇ ରଣନୀତି ପ୍ରସ୍ତୁତ ହେବ।
-
ପାକିସ୍ତାନରେ ବଡ଼ ବିପର୍ଯ୍ୟୟ: ସ୍କୁଲ ଦୁଇ ସପ୍ତାହ ପାଇଁ ବନ୍ଦ, ଦରମା ୨୫% ହ୍ରାସ -
ସାବଧାନ! ହାଡ଼କୁ ଦୁର୍ବଳ କରୁଛି ଏହି ସବୁ ଜିନିଷ -
ଇରାନ ସହିତ ରୁଷ ଦୃଢ଼ ଭାବରେ ଛିଡା ହେବ; ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ -
UAE ରାଷ୍ଟ୍ରଦୂତଙ୍କ ବଡ ବୟାନ ; କହିଲେ ପ୍ରଧାନମନ୍ତ୍ରୀ ଗୋଟାଏ ଫୋନ୍ କଲ ଯୁଦ୍ଧରେ ଲଗାଇ ପାରିବ ବ୍ରେକ -
ଟି୨୦ ବିଶ୍ୱକପରେ ଇତିହାସ ରଚିଲା ଭାରତ , ଗମ୍ଭୀରଙ୍କ ପାଇଁ ଇନଷ୍ଟା ପୋଷ୍ଟ୍ କଲେ ଧୋନୀ -
୨୦୨୬ ଟି-୨୦ ବିଶ୍ୱକପ ପାଇଁ ଶ୍ରେଷ୍ଠ ଏକାଦଶ ଘୋଷଣା କଲା ICC, ୪ ଭାରତୀୟ ଖେଳାଳଙ୍କୁ ମିଳିଲା ସ୍ଥାନ -
ଘରୋଇ ମାଟିରେ ଭାରତର ବଡ଼ ବିଜୟ, ଖୁସିରେ ଝୁମିଲେ ବିରାଟ -
ଭେନେଜୁଏଲାରୁ ୧୦୦ ନିୟୁତ ଡଲାର ମୂଲ୍ୟର ସୁନା ପାଇଛି ଆମେରିକାର ; ଗୃହ ସଚିବ -
ବିମାନ ଯାତ୍ରା ଉପରେ ବି ମଧ୍ୟପ୍ରାଚ୍ୟ ଯୁଦ୍ଧର ପ୍ରଭାବ, ଟିକେଟ ମୂଲ୍ୟ ବୃଦ୍ଧି କଲା ଏୟାର ଇଣ୍ଡିଆ -
T-20 ବିଶ୍ବକପ୍ ଚାମ୍ପିଅନ୍ ଟିମ୍କୁ ୧୩୧ କୋଟିର ପୁରସ୍କାର ରାଶି ଘୋଷଣା କଲା BCCI -
ଇରାନ ଉପରେ ଆକ୍ରମଣ ନେଇ ଟ୍ରମ୍ପଙ୍କ ବଡ ବୟାନ, ଇସ୍ରାଏଲ ସହ ମିଶି ୪୬ ଜାହାଜ.... -
ମଧ୍ୟପ୍ରାଚ୍ୟରେ ଯୁଦ୍ଧ ମଧ୍ୟରେ ସରକାରଙ୍କ ବଡ଼ ନିଷ୍ପତ୍ତି, ବଢିଲା ଏଲପିଜି ସିଲିଣ୍ଡର ବୁକିଂର ସମୟ












Click it and Unblock the Notifications