ଓଡ଼ିଶାରେ କେବଳ ଗୋଟାଏ ଦଳ ରହିବ ; କାହିଁକି ଏମିତି କହିଲେ ମନ୍ତ୍ରୀ
ଓଡିଶାରେ ଗୋଟିଏ ଦଳ ହିଁ ରହିବ । ରାଜ୍ୟରେ ଆଉ ବିଜେଡିର ସ୍ଥାନ ନାହିଁ ବୋଲି କହିଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ସେ କହିଛନ୍ତି, ନବୀନ ପଟ୍ଟନାୟକ ବୟସାଧିକ କାରଣରୁ ସଙ୍ଗଠନକୁ ଆଉ ସମୟ ଦେଇ ପାରିବେନି କି ବିଜେଡିର ଦ୍ୱିତୀୟ ପିଢ଼ିର ସେଭଳି ଆଉ କେହି ନେତା ନାହାନ୍ତି ।

ଯାହାକୁ ନେତା ଭାବେ ବାଛି ନବୀନ ସଂଗଠନ କରୁଥିଲେ ଭି.କେ. ପାଣ୍ଡିଆନ ତାଙ୍କୁ ଲୋକେ ଗ୍ରହଣ କଲେନି । ତେଣୁ ସେ ଦଳ ଆଉ ଲୋକଙ୍କ ବିଶ୍ଵାସ ଭାଜନ ହୋଇ ପାରିବ ନାହିଁ । ଯାହାକୁ ଦେଖି ଧୀରେ ଧୀରେ ନେତା ଓ କର୍ମୀ ଦଳ ଛାଡିବା ଆରମ୍ଭ କରିଛନ୍ତି । ଆଗକୁ ଆହୁରି ମଧ୍ୟ ଅନେକ ନେତା ବିଜେଡି ଛାଡି ବିଜେପିରେ ସାମିଲ ହେବେ । ବହୁତ ବଡ଼ ବଡ଼ ନେତା ଆମ ସହ ଯୋଗାଯୋଗରେ ଅଛନ୍ତି ଦେଖନ୍ତୁ ଆଗକୁ କ'ଣ ହେଉଛି ।












Click it and Unblock the Notifications