Get Updates
Get notified of breaking news, exclusive insights, and must-see stories!

ଆଜି ଓଡିଶା ପାଇବ ନୂଆ ମୁଖ୍ୟମନ୍ତ୍ରୀ; ଜାଣନ୍ତୁ ନୂଆ ମୂଖ୍ୟମନ୍ତ୍ରୀଙ୍କ ସମ୍ପତ୍ତି କେତେ ?

ଆଜି ଓଡିଶା ପାଇବ ନୂଆ ମୁଖ୍ୟମନ୍ତ୍ରୀ। ଶିଶୁମନ୍ଦିର ଶିକ୍ଷକରୁ ମୁଖ୍ୟମନ୍ତ୍ରୀ ଆସନ ଅଳଙ୍କୃତ କରିବାକୁ ଯାଉଥିବା ଶ୍ରୀ ମାଝୀଙ୍କ ଭଳି ଜଣେ ଆଦିବାସୀ ଯୁବ ଚେହେରାଙ୍କୁ ଦଳ ମୁଖ୍ୟମନ୍ତ୍ରୀ ଘୋଷଣା କରିବା ପରେ ଖୁସିର ବାତାବରଣ ଦେଖିବାକୁ ମିଳିଛି । କେନ୍ଦୁଝରରୁ ୪ ଥର ବିଧାୟକ ମୋହନ ଚରଣ ମାଝୀ ରାଜ୍ୟର ୧୫ତମ ମୁଖ୍ୟମନ୍ତ୍ରୀ ହେବେ ।

ଯଦି ସମ୍ପତ୍ତି କଥା କହିବା ତେବେ ମୋହନ ମାଝୀଙ୍କ ପାଖରେ ପ୍ରାୟ ୨ କୋଟି ଟଙ୍କାର ସମ୍ପତ୍ତି ରହିଛି । ଏହା ସହ ତାଙ୍କ ମୁଣ୍ଡ ଉପରେ ୯୫ ଲକ୍ଷ ଟଙ୍କାର ଋଣ ମଧ୍ୟ ରହିଛି ।

Chief Minister Mohan Charan Majhi

ବିଧାନସଭା ନିର୍ବାଚନ ୨୦୨୪ ସମୟରେ ନିର୍ବାଚନ କମିଶନକୁ ଅନୁସାରେ ମୋହନ ଚରଣ ମାଝୀଙ୍କ ସମୁଦାୟ ଅଚାଳଚଳ ସମ୍ପତ୍ତି ପ୍ରାୟ ୧.୯୭ କୋଟି ଟଙ୍କା ମୂଲ୍ୟର ହେବ ବୋଲି ସେ ଦର୍ଶାଇଥିଲେ । ଏହା ସହିତ ତାଙ୍କ ମୁଣ୍ଡ ଉପରେ ୯୫.୫୮ ଲକ୍ଷ ଟଙ୍କାର ଋଣ ଥିବା ମଧ୍ୟ ସେ ଦର୍ଶାଇଥିଲେ । ତାଙ୍କ ପାଖରେ ୩୦ ହଜାର ଟଙ୍କାର ନଗଦ ରାଶି, ପତ୍ନୀଙ୍କ ପାଖରେ ୫୦ ହଜାର ଟଙ୍କାର ନଗଦ ରାଶି ରହିଛି । ଅଲଗା ଅଲଗା ୯ଟି ବ୍ୟାଙ୍କ ଆକାଉଣ୍ଟରେ ମୋହନ ମାଝୀ ଏବଂ ତାଙ୍କ ପତ୍ନୀଙ୍କ ନାଁରେ ୧୦.୯୨ ଲକ୍ଷ ଟଙ୍କା ଜମା ରହିଛି । ବଣ୍ଡ୍, ସେୟାର କେଉଁଥିରେ ବି ନିବେଶ କରିନାହାଁନ୍ତି ନୂଆ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ତେବେ ପତ୍ନୀଙ୍କ ନାଁରେ ଷ୍ଟେଟ୍ ବ୍ୟାଙ୍କରେ ୫୧ ଲକ୍ଷ ଟଙ୍କାର ଏକ ଫିକ୍ସଡ ଡିପୋଜିଟ୍ ରହିଛି । ମୋହନ ଭାରତୀୟ ଜୀବନ ବୀମା ନିଗମ ଅର୍ଥାତ୍ ଏଲଆଇସିରେ ନିଜ ନାଁରେ ଏବଂ ପତ୍ନୀଙ୍କ ନାଁରେ ୪ଟି ପଲିସି ନେଇଛନ୍ତି ଯାହା ପ୍ରାୟ ୪.୯୫ ଲକ୍ଷ ଟଙ୍କା ହେବ । ତାଙ୍କ ପାଖରେ ଏକ କାର୍ ରହିଛି ଯାହାର ଦାମ୍ ୨୫ ଲକ୍ଷ ଟଙ୍କା ବୋଲି ଦର୍ଶାଯାଇଛି । ପତ୍ନୀଙ୍କ ପାଖରେ ପ୍ରାୟ ୧.୮୦ ଲକ୍ଷ ଟଙ୍କା ମୂଲ୍ୟର ସୁନା ଗହଣା ରହିଛି । ମୋହନଙ୍କ ପାଖରେ ୧୯.୨୦ ଲକ୍ଷ ଟଙ୍କାର ଏକ ଚାଷ ଜମି ରହିଛି ।

ସଦର ବ୍ଲକ ରାଇକଳା ଗ୍ରାମର ଏକ ଗରିବ ପରିବାରରେ ଜନ୍ମଗ୍ରହଣ କରିଥିବା ମୋହନ ଚରଣ ମାଝୀ ଆନନ୍ଦପୁର ମହାବିଦ୍ୟାଳୟରୁ ସ୍ନାତ୍ତକ ଶିକ୍ଷା ସମାପ୍ତି ପରେ ଝୁମ୍ପୁରା ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ଆଚାର୍ଯ୍ୟ ଭାବେ ଯୋଗ ଦେଇଥିଲେ। ୧୯୯୭ରେ ସଦର ବ୍ଲକ ରାଇକଳା ପଞ୍ଚାୟତ ସରପଞ୍ଚ ଭାବେ ମୋହନ ନିଜର ରାଜନୈତିକ କ୍ୟାରିୟର ଆରମ୍ଭ କରିଥିଲେ। ସରପଞ୍ଚ ଥିବା ସମୟରେ ସେ ୨୦୦୦ରେ ବିଜେଡି-ବିଜେପି ମେଣ୍ଟ ସମୟରେ ପ୍ରଥମେ କେନ୍ଦୁଝର ସଦର ଆସନରୁ ବିଜେପି ପ୍ରାର୍ଥୀ ଭାବେ ପ୍ରତିଦ୍ୱନ୍ଦିତା କରି ବିଧାନସଭାରେ ପାଦ ଥାପିବା ପରଠାରୁ ପଛକୁ ଫେରି ଚାହିଁ ନାହାନ୍ତି। ୨୦୦୪ରେ ପୁଣିଥରେ ବିଜେଡି-ବିଜେପି ମେଣ୍ଟର ଦ୍ୱିତୀୟପାଳିରେ ମଧ୍ୟ ବିଜପି ପ୍ରାର୍ଥୀ ହୋଇ ଦ୍ୱିତୀୟଥର ପାଇଁ ବିଧାନସଭାକୁ ଯିବା ସହ ଶାସକ ଦଳ ଉପମୁଖ୍ୟ ସଚେତକ ଭଳି ଗୁରୁଦାୟିତ୍ୱ ନିର୍ବାହ କରି ରାଜ୍ୟ ନେତା ଭାବେ ନିଜକୁ ପ୍ରତିପାଦିତ କରିବାରେ ସକ୍ଷମ ହୋଇଥିଲେ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+