For Quick Alerts
Turn On Notification  
For Daily Alerts
Oneindia App Download

ଅପରାହ୍ନରେ ଓଡ଼ିଶା ପହଞ୍ଚିବ କରୋନା ଟିକା : 40ହଜାର 800 ଡୋଜ୍ ପାଇବ ଓଡ଼ିଶା

ଅପରାହ୍ନ 4ଟା 25 ମିନିଟରେ ସ୍ପାଇସ୍ ଜେଟର ସ୍ୱତନ୍ତ୍ର ବିମାନ 40 ହଜାର 800 କରୋନା ଟିକା ନେଇ ଓଡ଼ିଶାରେ ପହଞ୍ଚିବ । ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ସମସ୍ତ ପ୍ରସ୍ତୁତି ଚୂଡ଼ାନ୍ତି ପର୍ଯ୍ୟାୟରେ ପହଞ୍ଚିଛି ।

|

ଭୁବନେଶ୍ୱର : ଆଉ କିଛି ସମୟ ପରେ ଓଡ଼ିଶାରେ ପହଞ୍ଚିବ ବହୁ ପ୍ରତିକ୍ଷୀତ କରୋନା ଟିକା । ପୁନେରୁ ଏକ ସ୍ୱତନ୍ତ୍ର ବିମାନ ଯୋଗେ ସେରମ୍ ଇନଷ୍ଟିଚ୍ୟୁଟରୁ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବ ଏହି କରୋନା ଟିକା । ମିଳିଥିବା ସୂଚନା ଅନୁସାରେ, ଅପରାହ୍ନ 4ଟା 25 ମିନିଟରେ ସ୍ପାଇସ୍ ଜେଟର ସ୍ୱତନ୍ତ୍ର ବିମାନ 40 ହଜାର 800 କରୋନା ଟିକା ନେଇ ଓଡ଼ିଶାରେ ପହଞ୍ଚିବ । ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ସମସ୍ତ ପ୍ରସ୍ତୁତି ଚୂଡ଼ାନ୍ତି ପର୍ଯ୍ୟାୟରେ ପହଞ୍ଚିଛି ।

corona-virus

କେନ୍ଦ୍ର ସରକାରଙ୍କ ଗାଇଡଲାଇନ୍ ଅନୁସାରେ ପ୍ରଥମ ପର୍ଯ୍ୟାୟରେ ସ୍ୱାସ୍ଥ୍ୟ କର୍ମୀ, ପୋଲିସ୍ ଏବଂ ସଫେଇ କର୍ମଚାରୀ ଭଳି ଆଗଧାଡ଼ିର କୋଭିଡ଼ ଯୋଦ୍ଧାଙ୍କୁ ଟୀକାକରଣ କରାଯିବ । ରାଜ୍ୟରେ ସମୁଦାୟ 27ଟି ସରକାରୀ ହସ୍ପିଟାଲ ସମେତ 18ଟି ପ୍ରାଇଭେଟ୍ ହସ୍ପିଟାଲରେ ଭ୍ୟାକସିନେସନ୍ ସେଣ୍ଟର ଖୋଲାଯାଇଛି । ଭୁବନେଶ୍ୱର ମହାନିଗର ନିଗମ ପକ୍ଷରୁ ସବୁ ପ୍ରକାର ପ୍ରସ୍ତୁତି ସରିଛି ବୋଲି ବିଏମ୍‌ସି କମିଶନର ସୂଚନା ଦେଇଛନ୍ତି । 16 ତାରିଖରେ ଭୁବନେଶ୍ୱରର 5ଟି ସ୍ଥାନରେ କୋଭିଡ୍- ୧୯ ଭ୍ୟାକସିନ୍ ଲଞ୍ଚ କରାଯିବ । ଭୁବନେଶ୍ୱରର କ୍ୟାପିଟାଲ ହସ୍ପିଟାଲ, ୟୁନିଟ୍ 4 ସରକାରୀ ହସ୍ପିଟାଲ, ବିଏମସି ହସ୍ପିଟାଲ, ସମ୍ ହସ୍ପିଟାଲ ଏବଂ କିମ୍‌ସ ହସ୍ପିଟାଲରେ ଏହି ଟୀକାକରଣ ହେବ ।

ପ୍ରଥମ ପର୍ଯ୍ୟାୟରେ ଟିକାକରଣ ପାଇଁ ଭୁବନେଶ୍ୱରର 21 ହଜାର ଡାକ୍ତର ଙ୍କ ସମେତ ସ୍ୱାସ୍ଥ୍ୟକର୍ମୀ ଓ ଆଗଧାଡ଼ିର କରୋନା ଯୋଦ୍ଧାଙ୍କ ତାଲିକା ପ୍ରଦାନ କରାଯାଇଛି । ଆଜି ସଂଧ୍ୟା ପର୍ଯ୍ୟନ୍ତ ରେଜିଷ୍ଟ୍ରେସନ୍ ଜାରି ରହିବ ।

ଆସନ୍ତା ଜାନୁଆରୀ ତାରିଖରେ ଦେଶବ୍ୟାପି କରୋନା ଟୀକାକରଣ କରାଯିବ ବୋଲି କେନ୍ଦ୍ର ସରକାର ପୂର୍ବରୁ ଘୋଷଣା କରିସାରିଛନ୍ତି ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
Corona vaccine will reach Odisha today afternoon, Odisha Will get 40 Thousand 800 Vaccine.
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X