ଅଫଲାଇନରେ ହେବ ମାଟ୍ରିକ ଓ ଯୁକ୍ତ ଦୁଇ ପରୀକ୍ଷା

ରାଜ୍ୟରେ ଅଫଲାଇନରେ ହେବ ମାଟ୍ରିକ ଓ ଯୁକ୍ତ ଦୁଇ ପରୀକ୍ଷା

ଭୁବନେଶ୍ୱର : ଦଶମ ଓ ଦ୍ୱାଦଶ ପରୀକ୍ଷା ଅଫଲାଇନରେ ହେବା ନେଇ ସିବିଏସଇ ନିଷ୍ପତି ନେଇଛି । ଅପରପକ୍ଷରେ ରାଜ୍ୟରେ ଅଫଲାଇନରେ ହେବ ମାଟ୍ରିକ ଓ ଯୁକ୍ତ ଦୁଇ ପରୀକ୍ଷା । ଏନେଇ ଆଜି ଗଣମାଧ୍ୟମରେ କହିଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ । ଯେତେବେଳେ ହିଁ ଦଶମ ଓ ଯୁକ୍ତ ଦୁଇ ପରୀକ୍ଷା ହେବ ଅଫଲାଇନରେ ହେବ ବୋଲି ସେ କହିଛନ୍ତି । ଆହୁରି ମଧ୍ୟ ସେ କହିଛନ୍ତି ଫେବୃଆରୀ କିମ୍ବା ମାର୍ଚ୍ଚ ମାସରେ ପରୀକ୍ଷା ହେବା ସମ୍ବବ ନୁହେଁ ।

ସମୀର ରଞ୍ଜନ ଦାସ

କିନ୍ତୁ ରାଜ୍ୟ ସରକାରଙ୍କ ଏସଆରସି ଜାରି କରିଥିବା ଗାଇଡଲାଇନ୍ ଅନୁସାରେ ପରୀକ୍ଷା ହେବ । ପରୀକ୍ଷା ବିଳମ୍ବରେ ହେବ କିନ୍ତୁ ତା' ପୂର୍ବରୁ ଶିକ୍ଷାଦାନ ଦିଆଯିବ । ସ୍କୁଲ ଖୋଲିବା ନେଇ ସବୁ ପକ୍ଷଙ୍କ ସହ ବିଚାରବିମର୍ଶ ଚାଲିଛି ।
ଅନ୍ୟପକ୍ଷରେ ସ୍କୁଲ ଫି' ନେଇ ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି ଗଣଶିକ୍ଷା ମନ୍ତ୍ରୀ । ହାଇକୋର୍ଟ ଯେଉଁ ପଲିସି କଥା କହିଛନ୍ତି ଆମର ସେଭଳି କୌଣସି ପଲିସି ନାହିଁ । ଯାହା ଆମ ପାଖରେ ଅଛି ଯାହା ସତ୍ୟ ତାକୁ ହାଇକୋର୍ଟରେ କହିଛୁ । ଅଭିଭାବକ ସଂଘ ଯେଉଁ ଫି' ଛାଡ କଥା କହିଥିଲେ କୋଭିଡ୍ ପାଇଁ କହିଥିଲେ ତାହା ସାମଗ୍ରୀକ ଭାବେ କୁହାଯାଇନଥିଲା । ସେନେଇ ଆମର କୌଣସି ପଲିସି ନାହିଁ ବୋଲି କହିଛନ୍ତି ମନ୍ତ୍ରୀ ଶ୍ରୀ ଦାସ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+