ଆଗାମୀ ଦିନରେ ଅଗ୍ରଣୀ ରାଜ୍ୟରେ ପରିଣତ ହେବ ଓଡିଶା; ଶିଳ୍ପ ମନ୍ତ୍ରୀ

ଆସନ୍ତା କାଲିଠାରୁ ଆରମ୍ଭ ହେବ ଉତ୍କର୍ଷ ଓଡ଼ିଶା ସମ୍ମିଳନୀ । ଯାହାକୁ ନେଇ ଶିଳ୍ପମନ୍ତ୍ରୀ ସମ୍ପଦ ସ୍ବାଇଁଙ୍କ ବୟାନ । କହିଲେ, ଉତ୍କର୍ଷ ଓଡିଶା କନକ୍ଲେଭ ୨୦୨୫ ଏକ ଐତିହାସିକ ଓ ଯୁଗାନ୍ତକାରୀ କନକ୍ଲେଭ ହେବ । ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି କନକ୍ଲେଭର ଉଦଘାଟନ କରିବେ । ଗଙ୍ଗାର ସ୍ରୋତ ଭଳି ନିବେଶକମାନେ ଓଡିଶା ଆସିବେ । ଓଡିଶା ଆଗାମୀ ଦିନରେ ଗୋଟିଏ ଅଗ୍ରଣୀ ରାଜ୍ୟରେ ପରିଣତ ହେବ ।

Sampad Swayam

ପୂର୍ବ ସରକାରରେ ଦୁଇ ଦଶନ୍ଧ ଧରି ସବୁ ସମ୍ଭାବନା ଥାଇ ବି ଓଡିଶାରେ ଶିଳ୍ପର ମରୁଭୂମି ପାଲଟିଥିଲା । ଶିଳ୍ପ କ୍ଷେତ୍ରରେ ଓଡିଶା ବହୁତ ଆଗକୁ ଯିବ । ସରକାରଙ୍କ ଲକ୍ଷ୍ୟ ରହିଛି ଓଡିଶାକୁ ଶିଳ୍ପ ସମୃଦ୍ଧ କରିବା ସହ ଶିଳ୍ପର ଇକୋ ହବ କରିବା ।

ଆସନ୍ତାକାଲିଠୁ ଉତ୍କର୍ଷ ଓଡ଼ିଶା ସମ୍ମିଳନୀ। ନିବେଶ ପାଇଁ ଓଡ଼ିଶା ଆସୁଛନ୍ତି ଶିଳ୍ପହସ୍ତୀ। ଆମେରିକା, ଜର୍ମାନୀ, ଅଷ୍ଚ୍ରେଲିଆ, ସିଙ୍ଗାପୁର, ମାଲେସିଆ, ବେଲାରୁସ, ୟୁକେ ଭଳି ୧୬ଟି ଦେଶର ପ୍ରତିନିଧି ଜନତା ମୈଦାନର ଶିଳ୍ପ ସମ୍ମିଳନୀରେ ସାମିଲ ହେବେ। ବଡ ବଡ ବିଜନେସ ଟାଇକୁନ ଏଲ.ଏନ ମିତ୍ତଲ, କୁମାର ମଙ୍ଗଳମ ବିର୍ଲା, ଅନୀଲ ଅଗ୍ରଓ୍ୱାଲ, ସଜ୍ଜନ ଜିନ୍ଦଲ, ନବୀନ ଜିନ୍ଦଲ, କରଣ ଆଦାନୀ, ଟି.ଭି ନରେନ୍ଦ୍ରନ ଆସିବେ। ଯାହା ଉତ୍କର୍ଷ ଓଡିଶାକୁ ବୁଷ୍ଟର ଡୋଜ ଦେବ ବୋଲି କୁହାଯାଉଛି। ଉତ୍କର୍ଷ ଓଡ଼ିଶାରେ ଶହେରୁ ଅଧିକ ଶିଳ୍ପପତିଙ୍କ ସହ ଏମଓୟୁ ସ୍ୱାକ୍ଷାର କରିବା ପାଇଁ ମେଗା ପ୍ଲାନ ପ୍ରସ୍ତୁତ କରିଛନ୍ତି ରାଜ୍ୟ ସରକାର। ଶିଳ୍ପ, ଆଇଟି, ଖାଦ୍ୟ ପ୍ରକ୍ରିୟାକରଣ, ପେଟ୍ରୋକେମିକାଲ୍ସ, ଏମଏସଏମଇ ସେକ୍ଟରରେ ନିବେଶ ପାଇଁ ନିବେଶକାରୀଙ୍କ ସହ ଆଲୋଚନା କରି ଆଗକୁ ବଢ଼ିବେ ସରକାର। ଓଡ଼ିଶାରେ ନିବେଶ ପାଇଁ କେମିତି ବାତାବରଣ ରହିଛି? ସିଙ୍ଗଲ ୱିଣ୍ଡୋ କ୍ଲିୟରାନ୍ସ ମାଧ୍ୟମରେ ସବୁକିଛି ଅନୁମୋଦନ ମିଳୁଛି ସେସବୁ ଶିଳ୍ପପତିଙ୍କୁ ଜଣାଇ ଆକୃଷ୍ଟ କରିବେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+