ଚୁମ୍ବକରେ ଜାଣନ୍ତୁ, ପାର୍ବଣ ଋତୁ ପାଇଁ କଣ ରହିଛି ଗାଇଡଲାଇନ ?
ପାର୍ବଣ ଋତୁ ପାଇଁ ଗାଇଡଲାଇନ୍ ଆଣିଲେ ସ୍ୱତନ୍ତ୍ର ରିଲିଫ୍ କମିଶନ। ଗତବର୍ଷ ଭଳି ଏବର୍ଷ ମଧ୍ୟ ବିନା ଭକ୍ତରେ ସମସ୍ତ ପୂଜା, ପାର୍ବଣ ହେବ । ଗଣେଶ ପୂଜା, ଦୁର୍ଗା ପୂଜା, ଲକ୍ଷ୍ମୀ ପୂଜା, କାଳି ପୂଜା ଆଦି ସମସ୍ତ ପୂଜାରେ ଶ୍ରଦ୍ଧାଳୁଙ୍କ ସମାଗମକୁ ବାରଣ କରାଯାଇଛି ।
ଭୁବନେଶ୍ୱର: ପାର୍ବଣ ଋତୁ ପାଇଁ ଗାଇଡଲାଇନ୍ ଆଣିଲେ ସ୍ୱତନ୍ତ୍ର ରିଲିଫ୍ କମିଶନ। ଗତବର୍ଷ ଭଳି ଏବର୍ଷ ମଧ୍ୟ ବିନା ଭକ୍ତରେ ସମସ୍ତ ପୂଜା, ପାର୍ବଣ ହେବ । ଗଣେଶ ପୂଜା, ଦୁର୍ଗା ପୂଜା, ଲକ୍ଷ୍ମୀ ପୂଜା, କାଳି ପୂଜା ଆଦି ସମସ୍ତ ପୂଜାରେ ଶ୍ରଦ୍ଧାଳୁଙ୍କ ସମାଗମକୁ ବାରଣ କରାଯାଇଛି । ଅଗଷ୍ଟରୁ ନଭେମ୍ବର ମାସ ମଧ୍ୟରେ ହେବାକୁ ଥିବା ସମସ୍ତ ପାର୍ବଣ ଉପରେ ଆଂଶିକ କଟକଣା ଲଗାଯାଇଛି ।

ଗାଇଡ୍ଲାଇନ୍ରେ କ'ଣ ରହିଛି
- କଟକଣା ସହ ପୂଜା ଆୟୋଜନ ପାଇଁ ପୂଜା କମିଟି ଗୁଡ଼ିକୁ ଅନୁମତି
- ମଣ୍ଡପ, ପେଣ୍ଡାଲରେ ପୂଜା ପାଇଁ ଅନୁମତି ନେବା ଜରୁରୀ
- ଜିଲ୍ଲାରେ ଜିଲ୍ଲାପାଳ ଓ ଟୁଇନ ସିଟିରେ ସିପିଙ୍କ ଅନୁମତି ଆବଶ୍ୟକ
- କେବଳ ପରମ୍ପରା ରକ୍ଷା ପାଇଁ ନିରାଡ଼ମ୍ବର ଭାବେ ପୂଜା କରାଯିବ
- କୌଣସି ସାଜସଜ୍ଜା ହୋଇପାରିବ ନାହିଁ
- ମଣ୍ଡପକୁ ଶ୍ରଦ୍ଧାଳୁ ଆସି ପାରିବେ ନାହିଁ
- ମଣ୍ଡପ ତିନି ପାର୍ଶ୍ୱରୁ ବନ୍ଦ ରହିବ। ଗୋଟିଏ ପାର୍ଶ୍ୱ ସାମାନ୍ୟ ଖୋଲା ରହିବ
- ମଣ୍ଡପରେ ସାଧାରଣ ଦର୍ଶନାର୍ଥୀଙ୍କ ଦର୍ଶନ ପାଇଁ ବ୍ୟବସ୍ଥା ରହିବ ନାହିଁ
- ମଣ୍ଡପରେ ପ୍ରତିମା ଉଚ୍ଚତା ୪ ଫୁଟରୁ କମ୍ ରଖିବାକୁ ନିର୍ଦ୍ଦେଶ
- ପୂଜା ମଣ୍ଡପରେ ଏକ ସମୟରେ ୭ ଜଣରୁ ଅଧିକ ଲୋକ ଏକାଠି ରହିପାରିବେ ନାହିଁ
- ପୂଜକ, ଆୟୋଜକ ଓ କର୍ତ୍ତାଙ୍କୁ ମିଶାଇ ୭ ଜଣରୁ ଅଧିକ ରହି ପାରିବେନି
- ବିସର୍ଜନ ଶୋଭାଯାତ୍ରା ମନା, ଅସ୍ଥାୟୀ ପୋଖରୀରେ ହେବ ବିସର୍ଜନ
- ମେଲୋଡ଼ି, ଭଜନ ସଂଧ୍ୟା ଭଳି କୌଣସି ମନୋରଂଜନ କାର୍ଯ୍ୟ ଆୟୋଜନ କରାଯାଇ ପାରିବ ନାହିଁ
- ପୂଜାରେ ଭୋଜିଭାତ କରିବାକୁ ଅନୁମତି ନାହିଁ
- ଗାଇଡଲାଇନ ଉଲ୍ଲଂଘନ କଲେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ହେବ
- ବିଭିନ୍ନ ଶିକ୍ଷାନୁଷ୍ଠାନରେ ଗଣେଶ ପୂଜାକୁ ଅନୁମତି ମିଳିଛି
- ଅଳ୍ପ ସଂଖ୍ୟକ ଛାତ୍ରଛାତ୍ରୀଙ୍କୁ ଶିକ୍ଷାନୁଷ୍ଠାନ ଗୁଡ଼ିକରେ ହୋଇପାରିବ ଗଣେଶ ପୂଜା
- ସମସ୍ତ କୋଭିଡ ନିୟମ ମାନି ଗଣେଶ ପୂଜା କରିବାକୁ ଅନୁମତି ଦିଆଯାଇଛି












Click it and Unblock the Notifications