ଜଗନ୍ନାଥ ଭୂମିରେ ପ୍ରବାସୀ ଭାରତୀୟଙ୍କୁ ସ୍ବାଗତ କହିଲେ ମୁଖ୍ୟମନ୍ତ୍ରୀ

ଜଗନ୍ନାଥ ଭୂମିରେ ପ୍ରବାସୀ ଭାରତୀୟଙ୍କୁ ସ୍ବାଗତ କହିଲେ ମୁଖ୍ୟମନ୍ତ୍ରୀ। ଅଜସ୍ର ସ୍ନେହ, ଶ୍ରଦ୍ଧାର ସହ ଆପଣଙ୍କ ଅପେକ୍ଷାରେ ଥିଲୁ ।ଆଜି ଅପେକ୍ଷାର ଅନ୍ତ ହେଲା, ସଂପର୍କ ଆହୁରି ସୁଦୃଢ଼ ହେବ ।
ପ୍ରତ୍ୟେକ ପ୍ରବାସୀ ଜଣେ ଜଣେ କଲଚୁରାଲ ଆମ୍ବାସଡର । ଆପଣଙ୍କ ସଫଳତା ଆମକୁ ଖୁସି ଦେଇଥାଏ ।ଓଡ଼ିଶାର ସଂସ୍କୃତି, ଐତିହ୍ୟ ସ୍ବତନ୍ତ୍ର- ମୁଖ୍ୟମନ୍ତ୍ରୀ । ଭୁବନେଶ୍ବରରେ ଏହା ଆୟୋଜନ ହେଉଥିବାରୁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ। ଧଉଳି, ଚିଲିକା ଭଳି ପର୍ଯ୍ୟଟନ ସ୍ଥଳୀ ଆପଣମାନେ ବୁଲନ୍ତୁ। ଡାଲମା, ରସଗୋଲା ଭଳି ଓଡ଼ିଆ ଖାଦ୍ୟର ମଜା ନିଅନ୍ତୁ ।

Odisha welcomes NRIs

ଏହି ଅବସରରେ ଭୁବନେଶ୍ବରରେ ଅନେ କ ସାଂସ୍କୃତିକ କାର୍ଯ୍ୟକ୍ରମ ହେଉଛି । ଆପଣ ମାନେ ସବୁ ସାଂସ୍କୃତିକ କାର୍ଯ୍ୟକ୍ରମ ଦେଖନ୍ତୁ। ଏହାଦ୍ବାରା ସମ୍ପର୍କ ଆହୁରି ମଜବୁତ ହେବ, ଅତୁଟ ରହିବ ।

ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍‌ ଜୟଶଙ୍କର କାର୍ଯ୍ୟକ୍ରମକୁ ସମ୍ବୋଧିତ କରିଛନ୍ତି। ଜୟ ଜଗନ୍ନାଥ କହି ଅଭିଭାଷଣ ଆରମ୍ଭ ଜୟଶଙ୍କର କହିଛନ୍ତି,ବିକଶିତ ଭାରତ ଅଭିମୁଖେ ଆମେ ଗତି କରୁଛେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଆମେ ବିକଶିତ ଭାରତ ଅଭିମୁଖେ ଯାଉଛୁ। କୋଭିଡ ସମୟରେ ଭାରତ ନିଜସ୍ବ ଟିକା ତିଆରି କରିଥିଲା। କେବଳ ଏତିକି ନୁହେଁ, ଚନ୍ଦ୍ରଯାନ-୩, ଗଗନଯାନ ମିଶନ ଗୋଟିଏ ଗୋଟିଏ ସଫଳତା ହାସଲ କରିଛନ୍ତି ଭାରତ।

ଏହି କାର୍ଯ୍ୟକ୍ରମରେ ୭ ହଜାରରୁ ଊର୍ଦ୍ଧ୍ୱ ପ୍ରବାସୀଙ୍କ ସହ ମୋଟ ୧୦ ହଜାର ଅତିଥି ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଏହାକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ଅତିଥିଙ୍କ ରହଣି ସ୍ଥାନ, କାର୍ଯ୍ୟକ୍ରମ ସ୍ଥଳ ଜନତା ମଇଦାନ ସହ ଭୁବନେଶ୍ୱର, କଟକ ଓ ପୁରୀର ପର୍ଯ୍ୟଟନ ସ୍ଥଳୀରେ ସୁରକ୍ଷା ବ୍ୟବସ୍ଥାକୁ ବଢାଇ ଦିଆଯାଇଛି।
ଆସନ୍ତା ଜାନୁଆରୀ ୮ ରୁ ୧୦ ତାରିଖ ପର୍ଯ୍ୟନ୍ତ ଏହି ମହାସମାବେଶ ଚାଲିବ। ଏହି କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ବୈଦେଶିକ ମନ୍ତ୍ରୀ ଏସ୍‌ ଜୟଶଙ୍କର, ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ, ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାୱତ ପ୍ରମୁଖ ଏହି ପ୍ରବାସୀ ଭାରତୀୟ ଦିବସ ଉତ୍ସବରେ ଯୋଗଦେବେ।

ସେହିପରି କେନ୍ଦ୍ରମନ୍ତ୍ରୀ ମନସୁଖ ମାଣ୍ଡଭିୟ କହିଛନ୍ତି,୨୦୪୭ ସୁଦ୍ଧା ବିକଶିତ ଭାରତ ଗଠନ ଆମର ଲକ୍ଷ୍ୟ। ବିକଶିତ ଭାରତ ପାଇଁ ଯୁବବର୍ଗଙ୍କ ଭାଗିଦାରୀ ଜରୁରୀ। ଦେଶର ହିତ ପାଇଁ ଯୁବବର୍ଗଙ୍କୁ ଯୋଗଦାନ କରିବାକୁ ହେବ। ଦେଶରେ ଏବେ ୨୦ ନାଗରିକରୁ ୧୩ ଜଣ ଯୁବ। ୧ ଲକ୍ଷ ଯୁବ ନେତୃତ୍ୱ ଗଠନ ପାଇଁ ପ୍ରଧାନମନ୍ତ୍ରୀ ଲକ୍ଷ୍ୟ ରଖିଛନ୍ତି। କୋଭିଡ ସମୟରେ ଯୁବ ବୈଜ୍ଞାନିକଙ୍କ ଅବଦାନକୁ ଭୁଲି ହେବନି।

ଜନତା ମଇଦାନରେ ପ୍ରବାସୀଙ୍କ ଗହଳି ୩ ଦିନ ଲାଗିବ ରହିବ । ଦିନରାତି ଜମିବ ବିଭିନ୍ନ କାର୍ଯ୍ୟକ୍ରମ । ଆଉ ସେଇଠି ଅତିଥି ସତ୍କାର ମଧ୍ୟ କରାଯିବ। ଲଞ୍ଚ ଓ ଡିନର ବ୍ୟବସ୍ଥାରେ ଖାସ୍ ଓଡ଼ିଆ ଖାଦ୍ୟ ପରସା ଯିବ । ଓଡ଼ିଆ ଖାଦ୍ୟରେ ଖାସ୍ ରହିବ କଦଳୀ ମଞ୍ଜା ସୁପ୍, ଛତୁ ବାଟି ବସା, ଛତୁ ବରା, ସନ୍ତୁଳା, ଡାଲମା, ଟମାଟୋ ଚଟଣୀ, ମାଛ ବେସର, ମାଟି ହାଣ୍ଡି ଖାସି ମାଂସ, କୁକୁଡ଼ା କସା ଭଳି ଅନେକ ପ୍ରକାର ବ୍ୟଞ୍ଜନ ରହିଛି । ଏହା ସହିତ ପ୍ରବାସୀଙ୍କ ପାଇଁ ମାଣ୍ଡିଆର ବି ଅନେକ ଖାଦ୍ୟ ରହିବ । ସକାଳ ଜଳଖିଆ ପ୍ଲେଟରୁ ଆରମ୍ଭ କରି ଲଞ୍ଚ ଓ ଡିନରରେ ମାଣ୍ଡିଆ ପ୍ରସ୍ତୁତ ଖାଦ୍ୟ ରଖିବାକୁ ପରାମର୍ଶ ଦେଇଛନ୍ତି ସରକାର ।

ଏହି ଅବସରରେ ବିଶ୍ୱ ଓଡ଼ିଆ ପରିବାର ପକ୍ଷରୁ ରାଜ୍ୟ ସଂଗ୍ରହାଳୟରେ ଭଳିକି ଭଳି ପିଠା ଓ ମିଠାର ଆୟୋଜନ କରାଯାଇଛି । ଛେନାପୋଡ଼, ପାହାଳ ରସଗୋଲା, ରସାବଳୀ, ମଗଜ ଲଡୁ, ପୁରୀ ଖଜା ଭଳି ମିଠାର ମଜା ନେଇଛନ୍ତି ଭୁବନେଶ୍ୱର ଆସିଥିବା ପ୍ରବାସୀ ଭାରତୀୟ

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+