Odisha Weather: ୧୭ରେ ଘନ କୁହୁଡ଼ି ପାଇଁ ୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଆସନ୍ତା ୨ ଦିନ ପାଇଁ ଘନ କୁହୁଡ଼ି ଚେତାବନୀ। କାଲି ପାଇଁ ସୁନ୍ଦରଗଡ଼, ନୟାଗଡ଼, ଖୋର୍ଦ୍ଧା, କଳାହାଣ୍ଡି, କନ୍ଧମାଳକୁ ୱାର୍ଣ୍ଣିଂ। ୧୭ରେ ଘନ କୁହୁଡ଼ି ପାଇଁ ୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି।

fog
ସୁନ୍ଦରଗଡ଼, ସମ୍ବଲପୁର, ଝାରସୁଗୁଡ଼ା, କଳାହାଣ୍ଡି, କନ୍ଧମାଳକୁ ୱାର୍ଣ୍ଣିଂ।ରାଜ୍ୟର ବିଭିନ୍ନ ଜିଲା ମାନଙ୍କରେ ସର୍ବନିମ୍ନ ତାପମାତ୍ରା ୨ ରୁ ୩ ଡିଗ୍ରୀ ହ୍ରାସ ହେବାର ସମ୍ଭାବନା ରହିଛି ବୋଲି ଆଇଏମଡି କହିଛି। ଏଥିସହିତ ଓଡିଶାର ବିଭିନ୍ନ ସ୍ଥାନରେ ଘନ କୁହୁଡ଼ି ପାଇଁ ଆଇଏମଡି ହଳଦିଆ ଚେତାବନୀ ମଧ୍ୟ ଦେଇଛି।

ଗୁରୁବାର ଝାରସୁଗୁଡା, ସମ୍ବଲପୁର, କଟକ, ପୁରୀ, ଗଞ୍ଜାମ, ଗଜପତି, ସୋନପୁର, ଅନୁଗୁଳ ଏବଂ ଦେଓଗଡ଼ ଜେଲର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ଘନ କୁହୁଡି ହେବାର ସମ୍ଭାବନା ରହିଛି।

ଏଥିପାଇଁ ସୁନ୍ଦରଗଡ, ନୟାଗଡ଼, ଖୋର୍ଦ୍ଧା, କଳାହାଣ୍ଡି, କନ୍ଧମାଳ ଜିଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ଘନ କୁହୁଡି ହେବାର ସମ୍ଭାବନା ଥିବାରୁ ୟେଲୋ ୱାର୍ନିଂ ଜାରି କରାଯାଇଛି।

ସେହିଭଳି ଶୁକ୍ରବାର ଖୋର୍ଦ୍ଧା, କଟକ, ପୁରୀ, ଗଞ୍ଜାମ, ଗଜପତି ସୋନପୁର, ଦେଓଗଡ଼ ଏବଂ ନୟାଗଡ଼ ଜିଲାରେ ଘନ କୁହୁଡି ହେବାର ସମ୍ଭାବନା ରହିଛି।

ସେହିଦିନ ସୁନ୍ଦରଗଡ, ଝାରସୁଗୁଡା, ସମ୍ବଲପୁର, କଳାହାଣ୍ଡି, କନ୍ଧମାଳ ଜିଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ଘନ କୁହୁଡି ହେବାର ସମ୍ଭାବନା ଥିବାରୁ ୟେଲୋ ୱାର୍ନିଂ ଜାରି କରାଯାଇଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+