Odisha Weather: ବର୍ଷା ପାଇଁ ୧୩ ଜିଲାକୁ ୟେଲୋ ଓ୍ବାର୍ନିଂ
ରାଜ୍ୟରେ ଗତ କିଛିଦିନ ଧରି କାଳବୈଶାଖୀ ପ୍ରଭାବରେ ବର୍ଷା ହେଉଛି। ମଙ୍ଗଳବାର ମଧ୍ୟ ରାଜ୍ୟର ବିଭିନ୍ନ ଜିଲାରେ ଝଡ଼ ବର୍ଷା ନେଇ ୟେଲୋ ଓ୍ବାର୍ନିଂ କରାଯାଇଛି। ଉପକୂଳ ଓଡ଼ିଶା ସମେତ ମୟୂରଭଞ୍ଜ ଓ କେନ୍ଦୁଝରଗଡ଼ରେ ଘଡ଼ଘଡ଼ି ବିଜୁଳି ସହ ହାଲୁକାରୁ ମଧ୍ୟମଧରଣର ବର୍ଷା ହୋଇପାରେ। ଏଥିସହ ମୋଟ ୧୩ ଜିଲାରେ କାଳବୈଶାଖୀ ବର୍ଷା ହେବା ସହ ଘଣ୍ଟାପ୍ରତି ୩୦ରୁ ୪୦ କିମି ବେଗରେ ପବନ ବହିପାରେ।
ସୋମବାର ଗୋପାଳପୁରରେ ସର୍ବାଧିକ ୩୦.୮ ମି.ମି. ବର୍ଷା ହୋଇଥିବାବେଳେ କୋରାପୁଟରେ ୨୯, ରାୟଗଡ଼ାରେ ୨୮.୨ ମିମି ରେକର୍ଡ କରାଯାଇଛି। ସେହିଭଳି କେନ୍ଦୁଝର, କଟକ, ଭୁବନେଶ୍ୱର, ବଲାଙ୍ଗୀର ସହ ଅନ୍ୟ କେତେକ ଜିଲାରେ ମଧ୍ୟ ବର୍ଷା ହୋଇଛି।

ଏହିସବୁ ଜିଲାଗୁଡ଼ିକ ମଧ୍ୟରେ ବାଲେଶ୍ୱର, ଭଦ୍ରକ, ଯାଜପୁର, ଜଗତ୍ସିଂହପୁର, କେନ୍ଦ୍ରପଡ଼ା, କଟକ, ଖୋର୍ଦ୍ଧା, ପୁରୀ, ନୟାଗଡ଼, ଗଜପତି, ଗଞ୍ଜାମ, ମୟୂରଭଞ୍ଜ ଓ କେନ୍ଦୁଝର ରହିଛି। ତେବେ କାଳବୈଶାଖୀ ବର୍ଷା ଯୋଗୁ ଗରମ ଓ ଗୁଳୁଗୁଳିରୁ ଲୋକେ ଆଶ୍ୱସ୍ତ ହୋଇଥିଲେ ମଧ୍ୟ ଆଗକୁ ତାପମାତ୍ରା ପୁଣି ବୃଦ୍ଧି ପାଇବ। ଆସନ୍ତା ୫ଦିନ ମଧ୍ୟରେ ତାପମାତ୍ରା ୫ ଡିଗ୍ରୀ ସେଲସିୟସ୍ ପର୍ଯ୍ୟନ୍ତ ବୃଦ୍ଧି ପାଇବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି।












Click it and Unblock the Notifications