Odisha Weathe: ଘନ କୁହୁଡ଼ି ପାଇଁ ୟେଲୋ ଓ୍ବାର୍ନିଂ
ରାଜ୍ୟରେ ଗତ କିଛିଦିନ ଧରି ପାଗ ଶୁଖିଲା ରହିଥିଲେ ମଧ୍ୟ ତାପମାତ୍ରା ଅଧିକ ରହିଛି । ବୁଧବାର ଦିନ ତାପମାତ୍ରା ବୌଦ୍ଧ ଜିଲାରେ ସର୍ବାଧିକ ୩୬.୮ ଡିଗ୍ରୀ ରହିଥିଲାବେଳେ ସର୍ବନିମ୍ନ ତାପମାତ୍ରା ରାଉରକେଲାରେ ୧୫.୩ ଡିଗ୍ରୀ ସେଲସିୟସ୍ ରେକର୍ଡ କରାଯାଇଛି ।
ତେବେ ଆସନ୍ତା ୨ଦିନ ରାତି ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବ ନାହିଁ। କିନ୍ତୁ ପରବର୍ତ୍ତୀ ସମୟରେ ଏଥିରେ ୨ରୁ ୩ ଡିଗ୍ରୀ ସେଲସିୟସ୍ ବୃଦ୍ଧି ପାଇବ।

ସେହିଭଳି ଆସନ୍ତା ୨ଦିନ ରାଜ୍ୟର ବିଭିନ୍ନ ସ୍ଥାନରେ କୁହୁଡ଼ିର ଆସ୍ତରଣ ଦେଖିବାକୁ ମିଳିବ। ଗୁରୁବାର କଟକ, ଖୋର୍ଦ୍ଧା, ଜଗତ୍ସିଂହପୁର, ଭଦ୍ରକ, ଗଞ୍ଜାମ ଆଦି ଜିଲାରେ ସକାଳୁ ହାଲୁକାରୁ ମଧ୍ୟମ ଧରଣର କୁହୁଡ଼ି ଦେଖିବାକୁ ମିଳିପାରେ। ତେବେ ଭଦ୍ରକ ଓ ଜଗତ୍ସିଂହପୁରର କିଛି ସ୍ଥାନରେ ଏବଂ ଶୁକ୍ରବାର ଜଗତ୍ସିଂହପୁର ଓ ଗଞ୍ଜାମ ଜିଲାରେ ଘନ କୁହୁଡ଼ି ହେବ। ଏନେଇ ଏସବୁ ଜିଲାକୁ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ୟେଲୋ ଓ୍ବାର୍ନିଂ ଦେଇଛି।












Click it and Unblock the Notifications